ETV Bharat / state

ନବୀନଙ୍କ ପାଖ ଲୋକଙ୍କ ଦେହ ମଇଳା, ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ଗୋପାଳପୁର ବିଧାୟକ

author img

By ETV Bharat Odisha Team

Published : Sep 26, 2023, 8:11 PM IST

Updated : Sep 26, 2023, 9:26 PM IST

resignation of CM Naveen Patnaik
resignation of CM Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ ବିରୋଧୀ କହି ତାଙ୍କ ଇସ୍ତଫା ପତ୍ର ଦାବି କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢନ୍ତୁ

ନବୀନଙ୍କ ପାଖ ଲୋକଙ୍କ ଦେହ ମଇଳା, ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ଗୋପାଳପୁର ବିଧାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକଙ୍କ ଦେହରେ ମଇଳା ଲାଗିଛି । ବିଜେଡିର ବରିଷ୍ଠ ନେତା, ନବୀନ ସରକାରଙ୍କର ମନ୍ତ୍ରୀ ଓ ଅଧିକାରୀଙ୍କ ନାଁରେ ଅଭିଯୋଗ ରହିଛି । ପ୍ରକୃତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ବିରୋଧୀ । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେଇଦେବା କଥା ଆଜି ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ପ୍ରଦୀପ କହିଛନ୍ତି," ବିଜେଡିରେ କାହା ନାଁରେ ଅଭିଯୋଗ ନାହିଁ କୁହ । ଦଳର ବରିଷ୍ଠ ନେତାଙ୍କ ନାଁରେ ଅଭିଯୋଗ ଅଛି । ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଅଛି । ସଚିବଙ୍କ ନାଁରେ ଅଭିଯୋଗ ଅଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଯିଏ ଛିଡା ହୋଇଯିବ ସେ ହୋଲି କାଓ (ପବିତ୍ର ଗାଈ) । ପବିତ୍ର ହୋଇଯାଉଛନ୍ତି । ସାରଙ୍କର ପବିତ୍ରତା ବହୁତ ବଢିଯାଇଛି ତ ? ତେଣୁ ସମସ୍ତେ ନିଜକୁ ପବିତ୍ର ଭାବୁଛନ୍ତି । ନବୀନଙ୍କ ପାଖରେ ଥିବା ଲୋକଙ୍କ ଦେହରେ ହାତ ମରିଦେବ ସେ ମଇଳା । ସେ କଣ ଆମ ଭବିଷ୍ୟତ ନିର୍ଦ୍ଧାରଣ କରିବେ କି ? ନବୀନ ବାବୁ କଣ ଏତେ ପବିତ୍ର ? ପ୍ରକୃତରେ ସେ ଜଣେ ଜନ ବିରୋଧୀ ।"

ଏହା ବି ପଢନ୍ତୁ- ଶୂନ ଓ ଶୂନ ମିଶିଲେ 1 ହେବନି: ମୁଖ୍ୟମନ୍ତ୍ରୀ ସମ୍ବିଧାନର ଊର୍ଦ୍ଧ୍ବରେ ନୁହଁନ୍ତି କହିଲେ ପ୍ରଦୀପ

ସେ ଆହୁରି କହିଛନ୍ତି, "ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଏ କଥା ବାଧିବା କଥା । ଜନ ବିରୋଧୀର ସଂଜ୍ଞା ସେ ଏଯାଏଁ ଦେଇ ପାରିନାହାନ୍ତି । ସେ ସମସ୍ତଙ୍କୁ ଜନ ବିରୋଧୀ ବୋଲି ସାର୍ଟିଫିକେଟ ଦେଉଛନ୍ତି । ନିଜକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ଦେଖନ୍ତୁ । ମୁଖ୍ୟମନ୍ତ୍ରୀ ବେଦାନ୍ତ ମାମଲାରେ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଦେଖନ୍ତୁ । ବେଦାନ୍ତ କେସରେ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ଭାବେ ବେଆଇନ ହୋଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିରେ ଦସ୍ତଖତ କରିଥିଲେ ମୁଖ୍ୟମନ୍ତ୍ରୀ ।"

ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେଇଦେବା କଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରିଟିଶ ଲୋକଙ୍କୁ ବହୁତ ଭଲ ପାଆନ୍ତି । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ନବୀନ ବାବୁଙ୍କ ଲଣ୍ଡନ, ଆମେରିକା ବହୁତ ବୁଲାବୁଲି କରୁଥିଲେ । ତାଙ୍କର ବିଦେଶ କନେକ୍ସନ ବହୁତ ଭଲ । ସେଠିକା ବ୍ୟବସ୍ଥାକୁ ସେ ବହୁତ ଭଲ ପାଆନ୍ତି । ଏହାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ପଦ ଛାଡି ଦେବା କଥା । ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଆଧାରରେ ମୁଁ ପଦ ଛାଡ଼ୁଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ । ଆଉ କୁହନ୍ତୁ ରାଜ୍ୟର ନେତୃତ୍ବ ନେବା ପାଇଁ ଭଲ ଲୋକ ଜଣଙ୍କୁ ବାଛୁଛି । ଓଡ଼ିଶାର ଲୋକ ନହେଲେ ନେତା ବାଛିବା ଦାୟିତ୍ବ ନିଅନ୍ତୁ । ଏତିକି କହିଲେ 4 କୋଟି ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଝିଙ୍କି ଆଣି ପୁଣି ମୁଖ୍ୟମନ୍ତ୍ରୀ କରିଥାନ୍ତେ । କିନ୍ତୁ ସେ ଗାଦି ଛାଡୁନାହାନ୍ତି ବୋଲି କହିଛନ୍ତି ପ୍ରଦୀପ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 26, 2023, 9:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.