ETV Bharat / state

ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ, ପ୍ରକ୍ରିୟା ଆରମ୍ଭ କଲା ବିଭାଗ

author img

By

Published : Aug 19, 2023, 8:38 AM IST

Gangadhar Meher University
Gangadhar Meher University

ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ।ତେଣୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ବିଭାଗ । ଅଧିକ ପଢନ୍ତୁ

ଭୁବନେଶ୍ବର: ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ । ଶ୍ରେଣୀଗୃହ ଅଭାବରୁ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ । ସେହିପରି ବିଶ୍ବବିଦ୍ୟାଳୟରେ ବିଭିନ୍ନ ବିଭାଗରେ ୬୩୦୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ଏହାକୁ ଦୃଷ୍ଟିରେ ରଖି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରୁ ଗଙ୍ଗାଧର ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇ କଲେଜକୁ ଅଲଗା କରାଯିବ । ଏନେଇ କୁଳପତିଙ୍କ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ପରେ ପ୍ରକ୍ରିୟା ଆରମ୍ଭ କଲା ଉଚ୍ଚଶିକ୍ଷା ବିଭାଗ ।

ସୂଚନା ଅନୁସାରେ, ଗୋଟିଏ କ୍ୟାମ୍ପସରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାଲିଥିବାରୁ ଛାତ୍ରଛାତ୍ରୀ ସ୍ଥାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ବିଶ୍ବବିଦ୍ୟାଳୟର କିଛି ଯାଗା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟକୁ ଦିଆଯାଇଛି । ଏହି କାରଣରୁ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ରକ୍ଷଣାବେକ୍ଷଣ ଏବଂ ସମ୍ପ୍ରସାରଣ କାର୍ଯ୍ୟ ପ୍ରଭାବିତ ହେଉଛି । ତେଣୁ ଗଙ୍ଗାଧର ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯେ କୌଣସି ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଶ୍ରେଣୀଗୃହ ଏବଂ ଜାଗା ବିଶ୍ବବିଦ୍ୟାଳୟର ବ୍ୟବହାର ପାଇଁ ମୁକ୍ତ କରିବାକୁ କୁଳପତି ଅନୁରୋଧ କରିଛନ୍ତି।

ପ୍ରକାଶ ଥାଉକି, ସେହିପରି ଜୁଲାଇ ମାସରେ ରମାଦେବୀ ବିଶ୍ଵବିଦ୍ୟାଳୟରେ ଥିବା ରମାଦେବୀ ଜୁନିଅର କଲେଜ ଅଲଗା ହେବା ନେଇ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ତିୟା। ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଲାଗି କରି ଥିବା ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାନାନ୍ତର ହେବ। ତେବେ ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ ସହିତ ଏହି ବାଳିକା ଉଚ୍ଚ ବିଦ୍ୟାଳୟର ମିଶ୍ରଣ ହେବ। ଏହାକୁ ନେଇ ଅଭିଭାବକମାନେ ତୀବ୍ର ବିରୋଧ କରିଥିଲେ।

ଏହା ମଧ୍ୟ ପଢନ୍ତୁ- ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରସଙ୍ଗ, ଖୁବଶୀଘ୍ର ସମାଧାନ ହେବ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ- ରମାଦେବୀ ବିଶ୍ବବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ !

ତେବେ ରମାଦେବୀ ମହିଳା ଡିଗ୍ରୀ କଲେଜକୁ ଏକ ବିଶ୍ୱବିଦ୍ୟାଳୟକୁ ନବୀକରଣ କରିବା ପରେ ଗୋଟିଏ କ୍ୟାମ୍ପସରେ ବିଶ୍ୱବିଦ୍ୟାଳୟ ଏବଂ ଯୁକ୍ତ ଦୁଇ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଇତି ମଧ୍ୟରେ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରେଣୀ ଗୁଡ଼ିକ ଦିନକୁ ମାତ୍ର ତିନି ଘଣ୍ଟା କରାଯାଉଛି। ଯାହା ସକାଳ ୭ ଟା ସମୟରୁ 10 ଟା ପର୍ଯ୍ୟନ୍ତ। ଏହା ପରେ ଯୁକ୍ତ ଦୁଇ ପାଠ ପଢିବା ପାଇଁ ଶ୍ରେଣୀଗୃହର ଅଭାବ ଦେଖାଦେଉଛି। ଯାହା ଦ୍ଵାରା ଯୁକ୍ତ ଦୁଇରେ ପାଠ ପଢୁଥିବା ପ୍ରାୟ 2400 ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଉପରେ ସିଧାସଳଖ ଭାବରେ ପ୍ରଭାବ ପକାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.