ETV Bharat / state

ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରସଙ୍ଗ, ଖୁବଶୀଘ୍ର ସମାଧାନ ହେବ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

author img

By

Published : Jul 22, 2023, 10:12 PM IST

ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରସଙ୍ଗକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତିକ୍ରିୟା । ନାକ ଟିମ ଆସିବା ପୂର୍ବରୁ ଶିକ୍ଷାନୁଷ୍ଠାନ ଗୁଡିକରେ ରହିଥିବା ସମସ୍ୟାର ସମାଧାନ ହେବ କହିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ । ଅଧିକ ପଢ଼ନ୍ତୁ

Ramadevi University second campus
ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରସଙ୍ଗ

ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରସଙ୍ଗ

ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ବାସ୍ତବ ସ୍ଥିତି ଏବଂ ଭିତ୍ତିଭୂମିକୁ ନଜରରେ ରଖି ଆଲୋଚନା ଚାଲିଥିବା ମନ୍ତ୍ରୀ କହିଛନ୍ତି । ନାକ ଟିମ ଆସିବା ପୂର୍ବରୁ ଶିକ୍ଷାନୁଷ୍ଠାନ ଗୁଡିକରେ ରହିଥିବା ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ସୂଚନା ଦେଇଛନ୍ତି ।

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ । ରମାଦେବୀ ମହିଳା ଡିଗ୍ରୀ କଲେଜକୁ ଏକ ବିଶ୍ୱବିଦ୍ୟାଳୟକୁ ନବୀକରଣ କରିବା ପରେ ଗୋଟିଏ କ୍ୟାମ୍ପସରେ ବିଶ୍ୱବିଦ୍ୟାଳୟ ଏବଂ ଯୁକ୍ତ ଦୁଇ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହାରି ମଧ୍ୟରେ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରେଣୀରେ ପାଠ ପଢିବା ପାଇଁ ଅନେକ ସମସ୍ୟା ଦେଖାଯାଉଛି । ଦିନକୁ ମାତ୍ର ତିନି ଘଣ୍ଟା କରାଯାଉଛି। ୭ ଟା ସମୟରୁ 10 ଟା ପର୍ଯ୍ୟନ୍ତ ପାଠ ପଢ଼ାହେବା ପରେ ଯୁକ୍ତଦୁଇ ପାଠ ପଢିବା ପାଇଁ ଶ୍ରେଣୀଗୃହର ଅଭାବ ଦେଖାଦେଉଛି । ଯାହା ଦ୍ଵାରା ପ୍ରାୟ 2400 ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଉପରେ ସିଧାସଳଖ ଭାବରେ ପ୍ରଭାବିତ ହେଉଛନ୍ତି ।

ତେଣୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟିର ସୁପାରିଶ କ୍ରମେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲକୁ ସ୍ଥାନାନ୍ତର କରାଯିବ। ରମାଦେବୀ କଲେଜ ନିକଟରେ ଥିବା ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ। କିନ୍ତୁ ସ୍କୁଲ ମିଶ୍ରଣକୁ ୟୁନିଟ ୯ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଅଭିଭାବକ ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ରମାଦେବୀ କଲେଜର ଅଧ୍ୟକ୍ଷାଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ କହିଛନ୍ତି ଯେ, "ସେ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ଚାଲିଛି । ବାସ୍ତବ ସ୍ଥିତି, ଭିତ୍ତିଭୂମିକୁ ଦୃଷ୍ଟିରେ ରଖାଯାଇଛି । ସମସ୍ତ ଦିଗକୁ ନଜର ରଖି ଖୁବ ଶୀଘ୍ର ଏହାର ସମାଧାନ ଲାଗି ପଦକ୍ଷେପ ଗ୍ରହଣ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ: ସ୍କୁଲ୍ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ, ୟୁନିଟ-9 ସ୍କୁଲରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ରୀ


ଅନ୍ୟପଟେ ଉତ୍କଳ ବିଶ୍ଵବିଦ୍ୟାଳୟ ଭଳି ଅନେକ ବିଶ୍ଵବିଦ୍ୟାଳୟ ନାକ ଗ୍ରେଡ କଟିବା ପରେ ଉଚ୍ଚ ଶିକ୍ଷା ବିଭାଗ ତତ୍ପରତା ଦେଖାଦେଇଛି । କିଭଳି ଭାବରେ ନାକ ଟିମ ଆସି ଶିକ୍ଷାନୁଷ୍ଠାନ ଗୁଡିକକୁ ଅନୁଧାନ କରିବେ ଏବଂ ସକରାତ୍ମକ ରିପୋର୍ଟ ଆସିବ ସେନେଇ ସମସ୍ତ କାର୍ଯ୍ୟ କରାଯାଉଛି । ନାକ ଗ୍ରେଡ ଖସିବାର ମୁଖ୍ୟ କାରଣ ହେଉଛି ଶିକ୍ଷକ ନିଯୁକ୍ତି । ତେବେ ଏହି ସମସ୍ଯା ଅନେକ ବିଶ୍ବବିଦ୍ୟାଳୟରେ ରହିଛି । ଆଇନଗତ ସମସ୍ୟାକୁ ନେଇ ଅଧ୍ୟାପକ ନିଯୁକ୍ତି ଅଟକି ରହିଛି । ଏହା ଖୁବ ଶୀଘ୍ର ସମାଧାନ ହେବ । ବାକି ଯେଉଁ ସବୁ କାର୍ଯ୍ୟ କରିବା ଆବଶ୍ୟକ ସେ ସବୁର କାର୍ଯ୍ୟଧାରା ବଜାଇ ରଖାଯାଉଛି ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.