ETV Bharat / state

ରମାଦେବୀ ବିଶ୍ବବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ !

author img

By

Published : Jul 15, 2023, 8:41 PM IST

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ। ୟୁନିଟ 9 ବାଳିକା ଉଚ୍ଚ ବିଦ୍ୟାଳୟରେ ସାମିଲ ହୋଇପାରେ ରମାଦେବୀ ଯୁକ୍ତ ଦୁଇ କଲେଜ । ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ନିଆଯାଉଛି ବିହିତ ପଦକ୍ଷେପ । ଅଧିକ ପଢ଼ନ୍ତୁ

ramadevi junior college to be shifted to a school
ରମାଦେବୀ ବିଶ୍ବବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ

ରମାଦେବୀ ବିଶ୍ବବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏନେଇ ପଦକ୍ଷେପ ନେଇଛନ୍ତି । ରମାଦେବୀ କଲେଜ ନିକଟରେ ଥିବା ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ । ରମାଦେବୀ ମହିଳା ଡିଗ୍ରୀ କଲେଜକୁ ଏକ ବିଶ୍ୱବିଦ୍ୟାଳୟକୁ ନବୀକରଣ କରିବା ପରେ ଗୋଟିଏ କ୍ୟାମ୍ପସରେ ବିଶ୍ୱବିଦ୍ୟାଳୟ ଏବଂ ଯୁକ୍ତ ଦୁଇ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟିର ସୁପାରିଶ କ୍ରମେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି ।

ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରେଣୀ ଗୁଡ଼ିକ ଦିନକୁ ମାତ୍ର ତିନି ଘଣ୍ଟା କରାଯାଉଛି । ଯାହା ସକାଳ ୭ଟା ସମୟରୁ 10 ଟା ପର୍ଯ୍ୟନ୍ତ ଚାଲୁଛି । ଏହା ପରେ ଯୁକ୍ତ ଦୁଇ ପାଠ ପଢିବା ପାଇଁ ଶ୍ରେଣୀଗୃହର ଅଭାବ ଦେଖାଦେଉଛି । ଏହାଦ୍ଵାରା ଯୁକ୍ତ ଦୁଇରେ ପାଠ ପଢୁଥିବା ପ୍ରାୟ 2400 ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଉପରେ ସିଧାସଳଖ ଭାବରେ ପ୍ରଭାବ ପକାଉଛି । ତେଣୁ କରି ଯୁକ୍ତ ଦୁଇକୁ ୟୁନିଟ 9 ବିଦ୍ୟାଳୟରେ ସାମିଲ କରାଯିବ । ଏହାସହ ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟ ଓ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ଭିତ୍ତିଭୂମିର ଉନ୍ନତି ତଥା ନୂତନ ଶ୍ରେଣୀଗୃହ ପ୍ରସ୍ତୁତି, ଅଡିଟୋରିୟମ୍, ଲାଇବ୍ରେରୀ, ବିଜ୍ଞାନ ଲାବୋରେଟୋରୀ, ହଷ୍ଟେଲ ଇତ୍ୟାଦି ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ । ଏନେଇ ଉଚ୍ଚଶିକ୍ଷା ସଚିବ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଏବଂ ରମାଦେବୀ ଯୁକ୍ତ ଦୁଇ କଲେଜର ପ୍ରିନ୍ସିପାଲ ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଶ୍ରେଣୀଗୃହରେ କିଛି ମାତ୍ରାରେ ଭିତ୍ତିଭୂମି ସଜାଡ଼ିଲେ କଳା ଏବଂ ବାଣିଜ୍ୟ ବିଭାଗ ସ୍ଥାନାନ୍ତରିତ ହୋଇପାରିବ । ଯାହା ଫଳରେ ସକାଳ 10ଟା ରୁ 5 ଟା ପର୍ଯ୍ୟନ୍ତ କ୍ଲାସ୍ କରିବାକୁ ସକ୍ଷମ ହୋଇପାରିବ ।

ଏହା ମଧ୍ୟ ପଢ଼ନ୍ତୁ: ରମାଦେବୀ ବିଶ୍ବବିଦ୍ୟାଳୟର ପାଚେରୀ ପୁନଃ ନିର୍ମାଣ ପାଇଁ 14 ଲକ୍ଷ, ଫାଟକ ନିର୍ମାଣରେ ବ୍ୟୟ ୯୩ ଲକ୍ଷ

ତେବେ ନୂତନ ଭାବରେ ବିଲଡିଂ ହେବା ପର୍ଯ୍ୟନ୍ତ ରମାଦେବୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସରେ ବିଜ୍ଞାନ କ୍ଲାସ ଜାରି ରହିବ । ଅନ୍ୟପଟେ ୟୁନିଟ ୯ ବାଳକ ବିଦ୍ୟାଳୟରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 752 ଜଣ ଛାତ୍ରଛାତ୍ରୀ (ବାଳକ-440 ଏବଂ ବାଳିକା-312 ଜଣ ନାମ ଲେଖାଇଛନ୍ତି । ଏଠାରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 381 ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ହେଉଛି । ତେବେ ମିଶ୍ରଣ ପରେ ଏହା ମୋଟ ନାମଲେଖା 1133ରେ ପହଞ୍ଚିଛି । ବିଦ୍ୟାଳୟରେ ମୋଟ 20 ଜଣ ଶିକ୍ଷକ ଏବଂ ୟୁନିଟ୍- 9 ବାଳିକା ଉଚ୍ଚ ବିଦ୍ୟାଳୟରେ 17 ଜଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି । ଉଭୟ ବିଦ୍ୟାଳୟର ମିଶ୍ରଣ ପରେ ମୋଟ ଶିକ୍ଷକ 37 ଜଣ ହୋଇଛନ୍ତି । ଯାହା ଫଳରେ ଶିକ୍ଷକଙ୍କ ଅଭାବର ସମସ୍ୟା ସମାଧାନ ହୋଇପାରିବ । ଏଥିସହ ଶିକ୍ଷାଦାନରେ କୌଣସି ଅସୁବିଧା ଦେଖାଯିବ ନାହିଁ । ତେଣୁ ଅନୁଷ୍ଠିତ ହୋଇଥିବା ଏକ ବୈଠକ ପରେ ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.