ETV Bharat / state

ଆରମ୍ଭ ହେଲା ମାଗଣା ନିଟ୍ ଓ ଜେଇଇ କୋଚିଂ

author img

By ETV Bharat Odisha Team

Published : Jan 4, 2024, 4:26 PM IST

Updated : Jan 4, 2024, 5:25 PM IST

Free JEE NEET coaching
Free JEE NEET coaching

Free JEE NEET coaching: ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ନିଟ୍‌ ଓ ଜେଇଇ କୋଚିଂ ଆରମ୍ଭ । ଉପକୃତ ହେବେ ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଆରମ୍ଭ ହେଲା ମାଗଣା ନିଟ୍ ଓ ଜେଇଇ କୋଚିଂ

ଭୁବନେଶ୍ବର: ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା ନିଟ୍‌ ଓ ଜେଇଇ କୋଚିଂ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆରମ୍ଭ ହୋଇଛି ଏହି କୋଚିଂ । ଆଶାୟୀମାନଙ୍କର ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଅନଲାଇନ ମୋଡରେ ଆରମ୍ଭ ହୋଇଛି ଏହି କୋଚିଂ । ଆଜି ଏନେଇ ୱାର୍ମିଂ କ୍ଲାସ ଆରମ୍ଭ ହୋଇଛି । ମାଗଣା କୋଚିଂ ସାଙ୍ଗକୁ ମାଗଣା ଷ୍ଟଡି ମ୍ୟାଟେରିଆଲ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ।

ତେବେ ପରୀକ୍ଷା ମୂଳକ ଭାବରେ ଜାନୁଆରୀ ୪ ତାରିଖ ତଥା ଆଜି ଠାରୁ ୬ ତାରିଖ ପର୍ଯ୍ୟନ୍ତ ସକାଳ 8.30ରୁ 10.00 ମଧ୍ୟରେ ଉଭୟ ନିଟ ଏବଂ ଜେଇଇ ଆଶାୟୀମାନଙ୍କ ପାଇଁ ମିଳିତ ଭାବରେ ୱାର୍ମିଂ କ୍ଲାସ୍ ଆରମ୍ଭ ହୋଇଛି । ଗୁରୁବାର ଦିନ କେମେଷ୍ଟ୍ର କ୍ଲାସ, ଶୁକ୍ରବାର ଦିନ ଫିଜିକ୍ସ ଏବଂ ଶନିବାର ଦିନ ରହିଛି ବଟାନି, ଜୁଲୋଜି ଏବଂ ଗଣିତ ବିଷୟ ଉପରେ ସହାୟତା ପ୍ରୋଗ୍ରାମିଂ କ୍ଲାସ୍ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମକୁ ୮ ତାରିଖରୁ ଵିଧିବଦ୍ଧ ଭାବେ ଆରମ୍ଭ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ- କାଲିଠୁ NEET-JEE ମାଗଣା କୋଚିଂ, ଅନଲାଇନ୍‌ ମୋଡ୍‌ରେ ହେବ କ୍ଲାସ

ଅନ୍ୟପଟେ ପ୍ରିନ୍ସିପାଲ ଏବଂ ନୋଡାଲ ଅଫିସରମାନେ କଲେଜରେ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କାର୍ଯ୍ୟସୂଚୀ ଜାରି କରିବେ। ଯେଉଁମାନେ କ୍ଲାସରେ ଯୋଗଦେବାକୁ ସକ୍ଷମ ସେମାନଙ୍କୁ ନିଟ ଓ ଜେଇଇ କୋଚିଂ ପାଇଁ ଅନୁମତି ଦିଆଯିବ । କୋଚିଂ ସମୟରେ ନୋଡାଲ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ଉପସ୍ଥାନର ରିପୋର୍ଟ ପ୍ରଦାନ କରିବେ। ଯେଉଁଦିନ ଯେଉଁ ବିଷୟର କୋଚିଂ ଦିଆଯିବ ସେହି ଦିନ ସେହି ବିଷୟର ଶିକ୍ଷକ କ୍ଲାସ ରୁମରେ ଯୋଗ ଦେବେ । ୪୦ରୁ ୫୦ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ପରାମର୍ଶଦାତା ଶିକ୍ଷକ ନିଯୁକ୍ତ କରାଯାଇଛି। ପରାମର୍ଶଦାତା ଛାତ୍ରଛାତ୍ରୀଙ୍କୁ ଗାଇଡ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆୟର ସମସ୍ତ ଯୁକ୍ତ ଦୁଇ ସ୍କୁଲର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- ଛାତ୍ରଛାତ୍ରୀଙ୍କୁ ମାଗଣାରେ NEET-JEE କୋଚିଂ, ଡିସେମ୍ବର ଶେଷ ସୁଦ୍ଧା ଆରମ୍ଭ ହେବ କ୍ଲାସ

ପ୍ରାଥମିକ ଭାବରେ ଏକାଦଶ ଶ୍ରେଣୀର ପିଲାମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବାବେଳେ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି କୋଚିଂ କ୍ଲାସ କରିପାରିବେ । ସୂଚନା ଥାଉ କି ରାଜ୍ୟରେ ସମସ୍ତ ବ୍ଲକରେ ଯୁକ୍ତ ଦୁଇ ବିଦ୍ୟାଳୟ ଅବସ୍ଥିତ । ତେବେ ଏହାରି ମଧ୍ୟରେ ୧୯ଟି ବ୍ଲକରେ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 4, 2024, 5:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.