ETV Bharat / politics

ବାସୁଦେବପୁର ବିଜେଡି ଦୁର୍ଗକୁ ଭେଦ କରି ବିଜୟ ଲକ୍ଷ୍ୟରେ ବିଜେପି - Bani Kalyan Mohanty Campaign

author img

By ETV Bharat Odisha Team

Published : May 17, 2024, 3:27 PM IST

BJP Candidate Bani Kalyan Mohanty Campaign: ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଏକ କର୍ମୀ ବୈଠକ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

Bani Kalyan Mohanty Campaign
Bani Kalyan Mohanty Campaign (ETV Bharat Odisha)

Bani Kalyan Mohanty Campaign (ETV Bharat Odisha)

ଭଦ୍ରକ: ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁର୍ଗକୁ ଭେଦ କରି ବିଜେପି ବିଜୟ ହେବା ପାଇଁ ପ୍ରଚାରକୁ ଜୋରଦାର କରିଛି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକ ସିନ୍ଦୋଳ ଅଞ୍ଚଳର ବିନ୍ଧା ଛକରେ ବିଜେପି ପକ୍ଷରୁ ଏକ କର୍ମୀ ବୈଠକ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ଯୋଗଦେଇ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ପରିବାରବାଦ ରାଜନୀତିକୁ ପ୍ରତିହତ କରି ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଗୁରୁମନ୍ତ୍ର ନିବେଦନ କରିଥିଲେ ।

ସବୁଠି ରାଜନୈତିକ ଉଷ୍ମତା ଭରି ରହିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର କାର୍ଯ୍ୟ ଜୋରଦାର ରହିଛି । ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଏକ ସାଧାରଣ ସଭା ଓ ବୈଠକରେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି । ଦୀର୍ଘ ଦିନ ଧରି ଏହି ନିର୍ବାଚନ ମଣ୍ଡଳୀ ଗୋଟିଏ ପରିବାର ହାତରେ ବନ୍ଧା ପଡିଛି । ତାଙ୍କର କର୍ମୀମାନଙ୍କ ସୁବିଧା ଏବଂ ଭୋଟ ବ୍ୟାଙ୍କ ପ୍ରସ୍ତୁତ ଲାଗି ଆବଶ୍ୟକୀୟ ଯୋଜନା ପ୍ରଣୟନ କରାଯାଉଛି ବୋଲି କହିଛନ୍ତି ବାଣୀ କଲ୍ୟାଣ ।

ଏହାମଧ୍ୟ ପଢନ୍ତୁ.. ଭଦ୍ରକ ଲୋକସଭା ଆସନ: ବିଜେଡିର ଅଭେଦ୍ୟ ଦୁର୍ଗରେ ଫୁଟିବ କି ପଦ୍ମ, ନିର୍ଣ୍ଣାୟକ ଭୂମିକାରେ କଂଗ୍ରେସ - BHADRAK LOK SABHA CONSTITUENCY

ଅନେକ ମୌଳିକ ସୁବିଧା ସୁଯୋଗରୁ ଆଜିବି ଲୋକେ ବଞ୍ଚିତ ଅଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଏଥର ବିଜେପିକୁ ବିଧାନସଭା ଏବଂ ଲୋକସଭା ପାଇଁ ଭୋଟ ଦେବାକୁ ଅପିଲ କରିଛନ୍ତି ବିଜେପି ପ୍ରାର୍ଥୀ । ଡବଲ ଇଞ୍ଜିନ ସରକାର ଗଠନ ହେଲେ ସାଧାରଣ ଲୋକଙ୍କୁ ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବାକୁ ପଡିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେ କହିଛନ୍ତି, "କେନ୍ଦ୍ରୀୟ ଯୋଜନା ସହିତ ରାଜ୍ୟ ସରକାର ଗଠନ ହେଲେ ବହୁ ନୂତନ ଯୋଜନା ପ୍ରଣୟନ କରାଯାଇପାରିବ । ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଏବଂ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯିବ । ସାମଗ୍ରିକ ବିକାଶ ସହିତ ସମସ୍ତଙ୍କ ପାଇଁ ଯୋଜନା ପ୍ରଣୟନ କରାଯିବ ।" ଶାସକ ଦଳ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଭୋଟ ନେବାକୁ ଉଦ୍ୟମ କରିବେ । ସେଥିରେ ବଶିଭୂତ ନହୋଇ ବିଜେପିର ହାତ ମୁଠାକୁ ଟାଣ କରିବାକୁ ସେ କହିଥିଲେ ।

ଏହି ଅବସରରେ ସିନ୍ଦୋଳ ଅଞ୍ଚଳର ପ୍ରାୟ 50ରୁ ଊର୍ଦ୍ଧ୍ୱ ଅନ୍ୟ ଦଳର କର୍ମୀ, ସେମାନଙ୍କ ଦଳ ପରିତ୍ୟାଗ କରିବା ସହିତ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିଲେ । ଅତିଥି ମାନେ ସେମାନଙ୍କୁ ଦଳୀୟ ଉତ୍ତରୀୟ ସହ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଯୁବ ନେତା ସରୋଜ ରାଉତଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀଙ୍କ ସମେତ ବହୁ ନେତା ମଞ୍ଚାସୀନ ହୋଇ ଶାସକ ଦଳ ବିରୋଧରେ ବର୍ଷିଥିଲେ । ଏହି କାର୍ଯ୍ୟକ୍ରମରେ ସିନ୍ଦୋଳ ଏବଂ ମଙ୍ଗଳପୁର ଅଞ୍ଚଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.