ETV Bharat / state

କାଲିଠୁ NEET-JEE ମାଗଣା କୋଚିଂ, ଅନଲାଇନ୍‌ ମୋଡ୍‌ରେ ହେବ କ୍ଲାସ

author img

By ETV Bharat Odisha Team

Published : Jan 3, 2024, 6:41 PM IST

Free NEET and JEE Coaching: ଆସନ୍ତାକାଲିଠାରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ NEET ଓ JEE କୋଚିଂ । ଅନ୍‌ଲାଇନ ମୋଡ୍‌ରେ କୋଚିଂ ପାଇଁ ପ୍ରାଥମିକ ପ୍ରସ୍ତୁତି ଶେଷ । ଅଧିକ ପଢ଼ନ୍ତୁ

କାଲିଠୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ NEET-JEE କୋଚିଂ
କାଲିଠୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ NEET-JEE କୋଚିଂ

ଭୁବନେଶ୍ବର: ଆସନ୍ତାକାଲିଠାରୁ ବିଭିନ୍ନ କଲେଜରେ ଆରମ୍ଭ ହେବ ନିଟ୍‌ ଓ ଜେଇଇ କୋଚିଂ । ଏହି କୋଚିଂ ଅନଲାଇନ୍‌ ମୋଡ୍‌ରେ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଗୁରୁବାର, ଶୁକ୍ରବାର ଓ ଶନିବାର ଏହା ପରୀକ୍ଷା ମୂଳକ ଭାବରେ କରାଯିବ । ଆସନ୍ତାକାଲି କେମେଷ୍ଟ୍ରି ବିଷୟରେ ହେବ ଅନଲାଇନ୍‌ କୋଚିଂ । ତେବେ ଆଶାୟୀ ମାନଙ୍କର ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ସହାୟତା ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଆରମ୍ଭ ହେବ ଏହି କୋଚିଂ । ଏହା ଅନଲାଇନ୍‌ ମାଧ୍ୟମରେ କରାଯିବ । ଏକ ସ୍ମାର୍ଟ ଶ୍ରେଣୀଗୃହ ମାଧ୍ୟମରେ କରାଯିବ ଏହି ଅନଲାଇନ୍‌ କୋଚିଂ ।

ତେବେ ପରୀକ୍ଷା ମୂଳକ ଭାବରେ ଜାନୁଆରୀ 4 ତାରିଖରୁ 6 ତାରିଖ ପର୍ଯ୍ୟନ୍ତ ସକାଳ 8.30 ରୁ 10.00 ମଧ୍ୟରେ ଉଭୟ ନିଟ୍‌ ଏବଂ ଜେଇଇ ଆଶାୟୀମାନଙ୍କ ପାଇଁ ମିଳିତ ଭାବରେ ୱାର୍ମିଂ କ୍ଲାସ୍ ଆରମ୍ଭ ହେବ । ଗୁରୁବାର ଦିନ କେମେଷ୍ଟ୍ରି କ୍ଲାସ, ଶୁକ୍ରବାର ଦିନ ଫିଜିକ୍ସ ଏବଂ ଶନିବାର ଦିନ ବଟାନି, ଜୁଲୋଜି ଏବଂ ଗଣିତ ବିଷୟ ଉପରେ ସହାୟତା ପ୍ରୋଗ୍ରାମିଂ କ୍ଲାସ୍ ଆରମ୍ଭ ହେବାକୁ ଯାଉଛି । ତେବେ ସୋମବାର ଠାରୁ ପ୍ରତ୍ୟେକ ଦିନ କ୍ଲାସ୍‌ ପାଇଁ କାର୍ଯ୍ୟସୂଚୀ ପୃଥକ ଭାବରେ ଯୋଗାଯୋଗ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ପ୍ରାୟ ଅନେକ କଲେଜରେ ସ୍ମାର୍ଟ କ୍ଲାସରୁମ୍ ପ୍ରସ୍ତୁତ ହୋଇଛି । ଭର୍ଚୁଆଲ କୋଚିଂ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । NEET ଓ JEE ପାଇଁ ଅଧ୍ୟୟନ କରୁଥିବା ଆଶାୟୀଙ୍କୁ ସପ୍ଲିମେଣ୍ଟାରୀ ଭାବରେ ଅନଲାଇନ୍‌ କୋଚିଂ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ମାଟ୍ରିକରେ 90 ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଏହି ମାଗଣା କୋଚିଂ ଦିଆଯିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାରଙ୍କ ନଜରରେ ଯୁବପୀଢି, ଆରମ୍ଭ ହେଲା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ଅନ୍ୟପଟେ ପ୍ରିନ୍ସିପାଲ୍‌ ଏବଂ ନୋଡାଲ୍‌ ଅଫିସରମାନେ କଲେଜରେ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କାର୍ଯ୍ୟସୂଚୀ ପ୍ରଚାର କରିବେ । ଯେଉଁମାନେ କ୍ଲାସରେ ଯୋଗଦେବାକୁ ସକ୍ଷମ, ସେମାନଙ୍କୁ ନିଟ୍‌ ଓ ଜେଇଇ କୋଚିଂ ପାଇଁ ଅନୁମତି ଦିଆଯିବ । କୋଚିଂ ସମୟରେ ନୋଡାଲ୍‌ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ଉପସ୍ଥାନର ରିପୋର୍ଟ ପ୍ରଦାନ କରିବେ । ଯେଉଁଦିନ ଯେଉଁ ବିଷୟର କୋଚିଂ ଦିଆଯିବ, ସେହିଦିନ ସେହି ବିଷୟର ଶିକ୍ଷକ କ୍ଲାସ ରୁମ୍‌ରେ ଯୋଗ ଦେବେ । 40-50 ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ପରାମର୍ଶଦାତା ଶିକ୍ଷକ ନିଯୁକ୍ତ ହେବେ । ପରାମର୍ଶଦାତା ଛାତ୍ରଛାତ୍ରୀ ମାନଙ୍କୁ ଗାଇଡ୍‌ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆୟର ସମସ୍ତ ଯୁକ୍ତ ଦୁଇ ସ୍କୁଲର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଛାତ୍ରଛାତ୍ରୀଙ୍କୁ ମାଗଣାରେ NEET-JEE କୋଚିଂ, ଡିସେମ୍ବର ଶେଷ ସୁଦ୍ଧା ଆରମ୍ଭ ହେବ କ୍ଲାସ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.