ETV Bharat / state

ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ; ଜିଲ୍ଲା ପ୍ରଶାସନକୁ ବିଜେପିର ଚେତାବନୀ - Code Of Conduct Violation

author img

By ETV Bharat Odisha Team

Published : May 17, 2024, 3:15 PM IST

BJP PressMeet: ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗରେ ବିଜେପିର ପ୍ରେସମିଟ୍ । ଯଦି ଭବିଷ୍ୟତରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଇନ ହାତକୁ ନେବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ,

ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ; ଜିଲ୍ଲା ପ୍ରଶାସନକୁ ବିଜେପିର ଚେତାବନୀ
ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ; ଜିଲ୍ଲା ପ୍ରଶାସନକୁ ବିଜେପିର ଚେତାବନୀ (ETV Bharat Odisha)

ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ; ଜିଲ୍ଲା ପ୍ରଶାସନକୁ ବିଜେପିର ଚେତାବନୀ (ETV Bharat Odisha)

କେନ୍ଦ୍ରାପଡ଼ା: ଜିଲ୍ଲା ପ୍ରଶାସନକୁ ବିଜେପି ଦଳ ପକ୍ଷରୁ ଚେତାବନୀ । ସରକାରୀ କର୍ମଚାରୀଙ୍କ ସମେତ ସରକାରୀ ଦଳର ନେତା ଓ କର୍ମୀ ବାରମ୍ବାର ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ତେବେ ଏନେଇ ବିଜେପି ବାରମ୍ୱାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା ଏହାକୁ କର୍ଣ୍ଣପାତ କରୁନଥିବା ଦଳ ଅଭିଯୋଗ କରିଛି । ଯାହାକୁ ନେଇ ବର୍ତ୍ତମାନ ବିଜେପି ପକ୍ଷରୁ ଜିଲ୍ଲାରେ ଏକ ପ୍ରେସମିଟ କରି ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି ଏବଂ କଡା ଭାଷାରେ ଚେତାବନୀ ଦେଇଛି ।

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏକ ଘରୋଇ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତାଙ୍କ ସମେତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ବିଜେପି ସଭାପତି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯ୍ୟୋଧନ ସାହୁଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ନ୍ୟାୟାଳୟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିବା ଦୁଇଜଣ ଓକିଲଙ୍କ ସମେତ ଆଳି କୋର୍ଟ ଏବଂ ପଟ୍ଟାମୁଣ୍ଡାଇ କୋର୍ଟରେ ସରକାରୀ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଭାବେ କାର୍ଯ୍ୟରତ ମୋଟ ଚାରିଜଣ ସରକାରୀ ଓକିଲ ବିଜେଡି ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ପାଇଛନ୍ତି । ଯାହାକୁ ନେଇ ସେ ନିଜେ ଏକ ଅଭିଯୋଗ ପତ୍ର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ ହେଁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ସେହିପରି ମାର୍ଶାଘାଇ ବ୍ଳକ ମିଶନ ଶକ୍ତିର ସଭାନେତ୍ରୀ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରାରେ ନାଚୁଥିବାର ଫଟୋକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ମାର୍ଶାଘାଇ ତାରିଣୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ମଧ୍ୟ ବିଜେଡି ରାଲିରେ ଯାଉଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ତତ୍ପର ହୋଇନାହିଁ ଜିଲ୍ଲା ପ୍ରଶାସନ ।

ଅନ୍ୟପଟେ ବିଜେପି ନେତା କିମ୍ବା କର୍ମୀ ଗାଡ଼ିରେ ପତାକା ଲଗାଇ ଆସିବା ସମୟରେ ସେମାନଙ୍କ ଗାଡିରୁ ପତାକା ଜୋର ଜବରଦସ୍ତ କଢ଼ାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ଦୁର୍ଯ୍ୟୋଧନ । ତେବେ ଜିଲ୍ଲା ପ୍ରଶାସନ ଏହି ଦୋଷତ୍ରୁଟିକୁ ନ ସୁଧାରି କାର୍ଯ୍ୟାନୁଷ୍ଠାନ ନନେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ବୋଲି ଚେତାବନୀ ଦେଇଛନ୍ତି । ବିିଜୟ ମହାପାତ୍ରଙ୍କ ସମ୍ପର୍କରେ ପଚାରିବାରୁ ବିଜୟଙ୍କ ଦୀର୍ଘଦିନର ଏହି ରାଜନୈତିକ ବନ୍ଧୁ ଜଣଙ୍କ ବିଜୟଙ୍କ ସମ୍ପର୍କରେ ସେ ନିଜେ ହିଁ କହିପାରିବେ ବୋଲି କହିଛନ୍ତି ।


ଏହା ମଧ୍ୟ ପଢନ୍ତୁ: ସପ୍ତମ ପର୍ଯ୍ୟାୟ ବିଜ୍ଞପ୍ତି ଜାରି, ନାମାଙ୍କନ ପତ୍ର ଦାଖଲକୁ ନେଇ କେନ୍ଦ୍ରାପଡା ପ୍ରଶାସନର ପ୍ରସ୍ତୁତି

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.