ସପ୍ତମ ପର୍ଯ୍ୟାୟ ବିଜ୍ଞପ୍ତି ଜାରି, ନାମାଙ୍କନ ପତ୍ର ଦାଖଲକୁ ନେଇ କେନ୍ଦ୍ରାପଡା ପ୍ରଶାସନର ପ୍ରସ୍ତୁତି - Lok Sabha Election 2024

By ETV Bharat Odisha Team

Published : May 7, 2024, 9:21 PM IST

thumbnail
ନାମାଙ୍କନ ପତ୍ର ଦାଖଲକୁ ନେଇ କେନ୍ଦ୍ରାପଡା ପ୍ରଶାସନର ପ୍ରସ୍ତୁତି (ETV Bharat Odisha)

Lok Sabha Election 2024: କେନ୍ଦ୍ରାପଡା: ଦେଶର ସପ୍ତମ ତଥା ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଉପକୂଳ ଜିଲ୍ଲା କେନ୍ଦ୍ରାପଡାରେ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ତେବେ ଖରାକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଖରା ପ୍ରତିରୋଧକାରୀ ନେଟ ଲଗା ଯାଇଛି । ଅନ୍ୟପଟେ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସୁଥିବା ପ୍ରାର୍ଥୀଙ୍କୁ ଛାଡି ଆଉ ମାତ୍ର ଚାରିଜଣ ନାମାଙ୍କନ ପତ୍ର ଦାଖଲ ହେଉଥିବା ସ୍ଥାନର ୧୦୦ ମିଟର ପରିଧି ଭିତରକୁ ଆସିପାରିବା ବ୍ୟବସ୍ଥା କରାଯାଇଛି।

ଏହା ମଧ୍ୟ ପଡ଼ନ୍ତୁ.. ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ, ଜୁନ 1ରେ ପଡ଼ିବ ଭୋଟ୍ - Lok Sabha Election 2024

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲୋକସଭା ସାଂସଦ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବାକୁ ଥିବା ବେଳେ ପାଟକୁରା ଓ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ କୋର୍ଟ ଛକ ନିକଟସ୍ଥ କେନ୍ଦ୍ରାପଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।  ଆଳି, ରାଜନଗର ଓ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥିତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଏବଂ ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ନିକଟରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜିଲ୍ଲା ନିର୍ବାଚନ କମିଶନର ତଥା ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି।  

ଭିଡକୁ ଦୃଷ୍ଟିରେ ରଖି ପୁରୁଣା ବସଷ୍ଟାଣ୍ଡ, ଉର୍ଦ୍ଦୁ ଲାଇବ୍ରେରୀ ଛକ, କେନ୍ଦ୍ରାପଡା ହାଇସ୍କୁଲ ଛକ, କେନ୍ଦ୍ରାପଡା କୋର୍ଟ ଛକ ଠାରେ ଅସ୍ଥାୟୀ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ପିଇବା ପାଣି ବ୍ୟବସ୍ଥା କରାଯାଇଛି । ସେହିପରି ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ ସହ ସମସ୍ତ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଧ୍ୟାନ ଦିଆଯାଇଛି। ତେବେ ଆଜି ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ପ୍ରାର୍ଥୀମାନେ କେବଳ ନାମାଙ୍କନ ଫର୍ମ କ୍ରୟ କରିଥିବା ସୂଚନା ମିଳିଛି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.