ETV Bharat / state

Train Accident: ଅଚିହ୍ନା ମୃତଦେହର ଦିଲ୍ଲୀରେ ଟେଷ୍ଟ ହେବ DNA ସାମ୍ପଲ

author img

By

Published : Jun 6, 2023, 10:07 PM IST

ବାହାନଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କୁ ଚିହ୍ନଟ ନେଇ ସମସ୍ୟା ଉପୁଜୁଥିବାରୁ ହେବ ଡିଏନଏ ଟେଷ୍ଟ । ଏହାକୁ ଦିଲ୍ଲୀରେ ଟେଷ୍ଟ କରାଯିବ ବୋଲି ଭୁବନେଶ୍ବର ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଅଚିହ୍ନା ମୃତଦେହର ଦିଲ୍ଲୀରେ ଟେଷ୍ଟ ହେବ DNA ସାମ୍ପଲ

ଭୁବନେଶ୍ବର: ଅଚିହ୍ନା ଏବଂ ଦ୍ଵନ୍ଦ୍ବ ସୃଷ୍ଟି କରୁଥିବା ମୃତଦେହର ଅଗ୍ରାଧିକାର ଅନୁସାରେ DNA ଟେଷ୍ଟ କରାଯିବ। ରାଜଧାନୀ ଭୁବନେଶ୍ବର ସ୍ଥିତ AIIMSରେ ଆଉ ୫୨ ମୃତଦେହ ରହିଥିବା କହିଛନ୍ତି ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ । ୭୧ଟି ମୃତଦେହକୁ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର ହୋଇଛି । ଆଉ ୫୨ଟି ମୃତଦେହ ରହିଛି । DNA ସାମ୍ପଲ ନିଆଯାଇଛି । ପରିବାର, ନିକଟ ସଂପର୍କୀୟ ଆସିଲେ DNA ମ୍ୟାଚିଂ କରାଯାଉଛି । ତେବେ DNA ସାମ୍ପୁଲ ଟେଷ୍ଟ ଦିଲ୍ଲୀ ଏମ୍ସରେ କରାଯିବ ।

ଟେଷ୍ଟ ରିପୋର୍ଟ ଆସିବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ। ଭୁବନେଶ୍ବର ସମେତ ବାହାରେ ଥିବା ସମସ୍ତ ମୃତଦେହକୁ ଏମ୍ସ ଅଣାଯିବ। ଗୋଟିଏ ଜାଗାରେ ମୃତଦେହ ରହିଲେ ମୃତକଙ୍କ ପରିବାରକୁ ଗୋଟିଏ ଜାଗାରୁ ମିଳିବ। ଏବେ ସୁଦ୍ଧା ୧୧୦୦ ଆହତଙ୍କ ମଧ୍ୟରୁ ଏବେ ବିଭିନ୍ନ ହସ୍ପିଟାଲରେ ୧୬୦ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ସେଥିରୁ ଅଧିକାଂଶ ଆହତ କଟକର ଏସସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ୮୦ରୁ ୮୫ ମୃତଦେହ ଏବେ ବି ଚିହ୍ନଟ ହୋଇନାହିଁ। ଏବେ ବି ଲୋକେ ଚିହ୍ନଟ ହେଇପାରୁନାହିନ୍ତି । ଯେଉଁଗୁଡିକ ଚିହ୍ନି ହେଉନାହିଁ ସେଗୁଡିକରେ ଡିଏନଏ ଟେଷ୍ଟ ମାଧ୍ୟମରେ ଶରୀରରେ ଥିବା କିଛି ଚିହ୍ନ ମାର୍କକୁ ଦେଖି ମୃତଦେହ ହସ୍ତାନ୍ତର କରାଯାଉଛି।

ଏହା ବି ପଢନ୍ତୁ- Train Tragedy: ‘ଦୁର୍ଘଟଣାକୁ ନେଇ ମମତା ରାଜନୀତି କରୁଛନ୍ତି’

ଫାଇନାଲରେ ଡିଏନଏ ଟେଷ୍ଟ କରାଯାଉଛି। ବର୍ତ୍ତମାନ ଏମ୍ସରେ ଥିବା ସମସ୍ତ ୧୨୩ ମୃତଦେହର DNA ସାମ୍ପଲ ସଂଗ୍ରହ କରାଯାଇଛି। କେବେଳ ଅଚିହ୍ନାଙ୍କର DNA ଟେଷ୍ଟ କରାଯିବ। ଯଦି କେହି ଜଣେ ମୃତକଙ୍କୁ ମୋର ବୋଲି କହିବେ । ଏହି ଦୁଃଖଦ ସମୟରେ ଏଭଳି କରି ମୃତକଙ୍କୁ ନେଇକି ଯାଉଛନ୍ତି । ଏହାପରେ କିଛି ଲୋକ କହିଛନ୍ତି ଏହି ମୃତ ଶରୀରର ନୁହେଁ। ଯଦି ମୃତକଙ୍କ ଶରୀରରେ କିଛି ବି ମାର୍କ ନାହିଁ ତେବେ ଅନେକ ଲୋକ ଏହାର ଫାଇଦା ଉଠାଇଥାନ୍ତି । ଏହି ସମୟରେ ଡିଏନଏ ଟେଷ୍ଟ କରାଯିବ। ଡିଏନଏ ରିପୋର୍ଟ ଆସିବ । ୮ଦିନ ପରେ କିନ୍ତୁ ସେହି ଦିନ ପର୍ଯ୍ୟନ୍ତ ଲୋକଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି।

ଏହି ସବୁ ପକ୍ରିୟାକୁ କିଭଳି ଭାବରେ ଖୁବଶୀଘ୍ର କରାଯିବ ସେନେଇ କେନ୍ଦ୍ରକୁ ଜଣାଇ ଦିଆଯାଇଛି । ୫୨ ସାମ୍ପଲ ପାଖରେ ରହିଛି। ଯେଉଁମାନେ ନେଇ ନାହାନ୍ତି ସେହିମାନଙ୍କର ସକାଳ ବିମାନରେ ସାମ୍ପଲଗୁଡିକକୁ ଦିଲ୍ଲୀ ଏମ୍ସକୁ ପଠାଯିବ। ତେବେ କେବେ ଆସିବା କେତେବେଳେ ଆସିବ ସେନେଇ କହିହେବ ବୋଲି କହିଛନ୍ତି । ଗୋଟିଏ ସ୍ଥାନରେ ଗୋଟିଏ ସ୍ଥାନରେ ମର ଶରୀରରେ ରହିଲେ ସମସ୍ତଙ୍କ ପାଇଁ ସୁବିଧା ହେବା । ଯାହା ଫଳରେ କି କିଛି ମେଡିକାଲ ବୁଲିବା ସମୟ ନଷ୍ଟ ନକରି ଗୋଟିଏ ସ୍ଥାନରେ ମୃତକଙ୍କୁ ଚିହ୍ନଟ ପକ୍ରିୟା କରାଯିବ। ଲୋକମାନେ ଜାଣିପାରୁନାହାନ୍ତି ଯେ ମର ଶରୀରର କେଉଁଠି ଅଛି ? ତେବେ ଆଜି ରାତି ସୁଦ୍ଧା ଏମ୍ସକୁ ସମସ୍ତ ମର ଶରୀରର ଆସିଯିବ ଏମ୍ସ ନିର୍ଦ୍ଦେଶ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.