ETV Bharat / bharat

Train Tragedy: ‘ଦୁର୍ଘଟଣାକୁ ନେଇ ମମତା ରାଜନୀତି କରୁଛନ୍ତି’

author img

By

Published : Jun 6, 2023, 9:40 PM IST

ଟ୍ରେନ ଦୁର୍ଘଟଣା ନେଇ ରାଜନୀତି କରୁଛନ୍ତି ମମତା । କୋଲକାତାରେ ଆୟୋଜିତ ସହୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମୃତକଙ୍କ ପରିବାର ସଦସ୍ୟଙ୍କୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ କଲେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଅଧିକ ପଢନ୍ତୁ

Train tragedy: ଅଧିକାରୀ କହିଲେ ଦୁର୍ଘଟଣାକୁ ନେଇ ମମତା ମମତା କରୁଛନ୍ତି
Train tragedy: ଅଧିକାରୀ କହିଲେ ଦୁର୍ଘଟଣାକୁ ନେଇ ମମତା ମମତା କରୁଛନ୍ତି

କୋଲକାତା: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାରେ ରହିଛନ୍ତି ପଶ୍ଚିମବଙ୍ଗର ଅନେକ ମୃତାହତ । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଲଗାତାର ଟାର୍ଗେଟ କରିବା ସହ ମୃତାହତଙ୍କ ପାଇଁ ଆର୍ଥିକ ସହୟତା ଓ ସରକାରୀ ଚାକିରି ମଧ୍ୟ ଘୋଷଣା କରିଛନ୍ତି । ଆଜି ନିଜେ ମମତା ଦୁଇ ମନ୍ତ୍ରୀଙ୍କୁ ଧରି ଓଡିଶା ଆସି କଟକ ଓ ଭୁବନେଶ୍ବରରେ ହସ୍ପିଟାଲରେ ଚିକିତ୍ସାଧୀନ ଆହତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ମଧ୍ୟ ପରଖିଛନ୍ତି । ହେଲେ ରାଜ୍ୟ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦିଦିଙ୍କ ଏହି ସମ୍ବେଦନଶୀଳ ଆଭିମୁଖ୍ୟ ଭିତରେ ରାଜନୀତିର ଗନ୍ଧ ବାରିଛନ୍ତି । ଦିଦି ଦୁର୍ଘଟଣାକୁ ନେଇ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଧିକାରୀ ।

  • #WATCH | LoP West Bengal Suvendu Adhikari says, "The relatives of people who were injured in #BalasoreTrainAccident are being compelled to come to Netaji Indoor Stadium tomorrow because CM Mamata Banerjee will deliver a speech there and handover cheques to the injured and… pic.twitter.com/ATsgSEg82i

    — ANI (@ANI) June 6, 2023 " class="align-text-top noRightClick twitterSection" data=" ">

କୋଲକାତାରେ ଗଣମାଧ୍ୟମକୁ ପ୍ରକିକ୍ରିୟା ଦେଇ ଅଧିକାରୀ କହିଛନ୍ତି, ଆହତଙ୍କୁ ଚିକିତ୍ସା ପାଇଁ ରାଜ୍ୟ ସରକାର ଯେଉଁ ସହାୟତା ଅର୍ଥରାଶି ପ୍ରଦାନ କରିବେ, ସେ ନେଇ କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ରାଜ୍ୟବାପୀ ଆହତଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ଏହି କାର୍ଯ୍ୟକ୍ରମକୁ ଆସିବା ପାଇଁ ବାଧ୍ୟ କରଯାଉଛି । କାରଣ ଏହି ସମୂହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଚେକ ପ୍ରଦାନ କରିବେ । ଜିଲ୍ଲା ଅଧିକାରୀ ଓ ପୋଲିସ ବଳ ଲଗାଇ ଆହତଙ୍କ ସମ୍ପର୍କୀୟଙ୍କୁ ବଳପୂର୍ବକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ସହୟତା ରାଶି ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ଆହତଙ୍କ ସମ୍ପର୍କୀୟଙ୍କୁ ଚେକ ପ୍ରଦାନ କରିବା ବେଳେ ମମତା ସମ୍ବୋଧନ ମଧ୍ୟ କରିବେ । ଏହି ଭାଷଣରେ ସେ ଟ୍ରେନ ଦୁର୍ଘଟଣା ଆଳରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବେ । ମୃତାହତଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ସହୟତା ଘୋଷଣା କରିଛନ୍ତି । ଏହି ରାଶି ଜିଲ୍ଲା ଓ ବ୍ଲକ ସ୍ତରରେ ମଧ୍ୟ ପ୍ରଦାନ କରାଯାଇ ପାରିବ । ମୃତାହତଙ୍କ ପରିଜନ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରୁ ମଧ୍ୟ ସରକାର ଘୋଷଣା କରିଥିବା ସହାୟତା ରାଶି ଗ୍ରହଣ କରିପାରିବେ । ହେଲେ ରାଜ୍ୟସ୍ତରୀୟ ଆୟୋଜନର ଆବଶ୍ୟକତା କ’ଣ ଅଛି । କେବଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଜେପିକୁ ଟାର୍ଗେଟ କରିବା ପାଇଁ ଏପରି ଏକ ଆୟୋଜନ କରି ମୃତାହତଙ୍କ ପରିଜନକୁ କୋଲକାତା ଆସିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ଶୁଭେନ୍ଦୁ କହିଛନ୍ତି ।

ବର୍ତ୍ତମାନର ଶେଷ ଅପଡେଟ ଅନୁସାରେ ମୃତ୍ୟସଂଖ୍ୟା 288 କୁ ବୃଦ୍ଧି ପାଇଛି । ଭୁବନେଶ୍ବର ଏମ୍ସରେ ସର୍ବାଧିକ ଚିହ୍ନଟ ହୋଇନଥିବା ମୃତଦେହ ରଖାଯାଇଛି । ବିଭିନ୍ନ ରାଜ୍ୟରୁ ଆସିଥିବା ମୃତକଙ୍କ ପରିଜନମାନେ ମୃତଦେହ ଚିହ୍ନଟ କରିବା ପରେ ହସ୍ତାନ୍ତରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ମୃତଦେହ ଚିହ୍ନଟ ପ୍ରକ୍ରିୟା ସ୍ଥାନୀୟ ପ୍ରଶାସନ ପାଇଁ ଏତେଟା ସହଜ ମଧ୍ୟ ହେଉନାହିଁ । ଚିହ୍ନଟ ଓ ହସ୍ତାନ୍ତରଣ ପ୍ରକ୍ରିୟା ବିଳମ୍ବ ହେଉଥିବା କାରଣକୁ ମୃତଦେହକୁ ସଂରକ୍ଷିତ ରଖିବା ପାଇଁ ଦିଲ୍ଲୀରୁ ଡାକ୍ତରୀ ଟିମ ମଧ୍ୟ ଭୁବନେଶ୍ବର ଏମ୍ସରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.