ETV Bharat / state

ପାସେଞ୍ଜର ଟ୍ରେନ ଚଳାଚଳ ଦାବିରେ ସମାବେଶ

author img

By

Published : Feb 10, 2022, 5:03 PM IST

ପାସେଞ୍ଜର ଟ୍ରେନ ଚଳାଚଳ ଦାବିରେ ସମାବେଶ
ପାସେଞ୍ଜର ଟ୍ରେନ ଚଳାଚଳ ଦାବିରେ ସମାବେଶ

ପଲାସ -ପାରାଦୀପ,ପଲାସା -ଭୁବନେଶ୍ଵର, କଟକ-ବ୍ରହ୍ମପୁର ଦୈନିକ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ଦାବି । ପ୍ରତିବାଦରେ ଫେଡ଼େରେସନ୍ ଅଫ୍ ଡ଼େଲି ପାସେଞ୍ଜର ଆସୋସିଏସନର ସମାବେଶ । ଅଧିକ ପଢନ୍ତୁ

ଖୋର୍ଦ୍ଧା : ପଲାସ -ପାରାଦୀପ,ପଲାସା -ଭୁବନେଶ୍ଵର, କଟକ-ବ୍ରହ୍ମପୁର ଦୈନିକ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ଦାବି ହୋଇଛି । ଏହାସହ ପ୍ରତ୍ୟେକ ରେଳ ଷ୍ଟେସନରେ ଟ୍ରେନ ରହିବା ଓ ପାସେଞ୍ଜରଙ୍କୁ ନେବା ଆଣିବା କରିବ ପାଇଁ ଦାବି କରିଛନ୍ତି ଫେଡ଼େରେସନ୍ ଅଫ୍ ଡ଼େଲି ପାସେଞ୍ଜର ଆସୋସିଏସନ । କୋଭିଡ ପୂର୍ବରୁ ପ୍ରତ୍ୟେକ ଷ୍ଟେସନରେ ଟ୍ରେନ ଗୁଡିକ ରହଣୀ କରୁଥିଲା କିନ୍ତୁ ଏବେ ତାହା ହେଉ ନଥିବା ଅଭିଯୋଗ ହୋଇଛି ।

ପାସେଞ୍ଜର ଟ୍ରେନ ଚଳାଚଳ ଦାବିରେ ସମାବେଶ

ଏହବି ପଢନ୍ତୁ : ୧ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ, କୁଖ୍ୟାତ ଅପରାଧୀ କିଶୋର ଗିରଫ

ପ୍ରତି ରେଳଷ୍ଟେସନ ଟିକେଟ କାଉଣ୍ଟରରେ ଡେଲି ଓ ମାସିକିଆ ଟିକେଟ କୋଭିଡ଼ ପୂର୍ବ ଦରରେ ବିକ୍ରି କରିବାକୁ ମଧ୍ୟ ଦାବି କରିଛନ୍ତି । ଏନେଇ ଫେଡ଼େରେସନ ଅଫ ଡ଼େଲି ପାସେଞ୍ଜର ଆସୋସିଏସନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣ ସମାବେଶରେ କାଇପଦର ରେଳ ଷ୍ଟେସନ ନିକଟରେ ଅନୁଷ୍ଠିତ ହୋଇଛି । ଏ ସମସ୍ତ ଦାବି ରେଳ କର୍ତ୍ତୃପକ୍ଷ ନ ଶୁଣିଲେ ଆଗାମୀ ଦିନରେ ରେଳ ରୋକ କରିବା ନେଇ ସଂଘ ଚେତାବନୀ ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.