ETV Bharat / state

୧ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ, କୁଖ୍ୟାତ ଅପରାଧୀ କିଶୋର ଗିରଫ

author img

By

Published : Feb 10, 2022, 3:29 PM IST

ବାଲେଶ୍ବର ସୋର NH 16 ପାଖରୁ ୧ କୋଟିରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି । ଏହାସହିତ ବାଲେଶ୍ବରରୁ କୁଖ୍ୟାତ ଅପରାଧୀ କିଶୋର କୁମାର ମହାରଣାକୁ ମଧ୍ୟ ଗିରଫ କରିଛି ଏସଟିଏଫ ଟିମ । ଅଧିକ ପଢନ୍ତୁ

ସୋର NH 16 ପାଖରୁ ୧ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ
ସୋର NH 16 ପାଖରୁ ୧ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ

ଭୁବନେଶ୍ବର: ପୁଣି ଏକ କିଲୋରୁ ଅଧିକ ବ୍ରାଉନସୁଗାର ଜବତ। ବାଲେଶ୍ବର ଜିଲ୍ଲା ସୋରରୁ ଜବତ ହେଲା ଧଳାଜହର। ସୋର ଏନ୍ଏଚ୍-୧୬ ପାଖରୁ ୧ କେଜି ୧୦୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ ସହ ବାବୁ ଓରଫ୍ କଲିମ୍‌କୁ ଗିରଫ କଲା STF ଟିମ । ବ୍ରାଉନ୍‌ସୁଗାର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି କହିଛି ଟିମ ।

କୁଖ୍ୟାତ ଅପରାଧୀ କିଶୋର କୁମାର ମହାରଣା ଓରଫ ମୁନୁ ନିକଟରୁ ଜବତ ମାରଣାସ୍ତ୍ର
କୁଖ୍ୟାତ ଅପରାଧୀ କିଶୋର କୁମାର ମହାରଣା ଓରଫ ମୁନୁ ନିକଟରୁ ଜବତ ମାରଣାସ୍ତ୍ର

ସୋରର ହୋଟେଲ ଲିଓ ସାଇ ଇଣ୍ଟରନ୍ୟାସନାଲ ପଛ ପଟୁ ଜବତ ହୋଇଛି ଏହି ନିଶା ଦ୍ରବ୍ୟ । ବ୍ରାଉନସୁଗାର ବିକିବା ଅଭିଯୋଗରେ ବାବୁ ଓରଫ କଲିମକୁ ଗିରଫ କରିଛି ଏସଟିଏଫ ଟିମ । ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୪୮ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିଛି STF । ଫେରାର ହତ୍ୟା ଅଭିଯୁକ୍ତ ତଥା କୁଖ୍ୟାତ ଅପରାଧୀ କିଶୋର କୁମାର ମହାରଣା ଓରଫ ମୁନୁକୁ ମଧ୍ୟ ଧରିଛି STF ଟିମ । ମୁନୁ ପାଖରୁ 9 MM ପିସ୍ତଲ, ୫ଟି ଜୀବନ୍ତ ଗୁଳି ଜବତ ହୋଇଛି । ୨୦୧୪ର ଏକ ହତ୍ୟା ଘଟଣା ପରଠୁ ଫେରାର ଥିଲା କିଶୋର ମହାରଣା ।

କୁଖ୍ୟାତ ଅପରାଧୀ କିଶୋର କୁମାର ମହାରଣା
କୁଖ୍ୟାତ ଅପରାଧୀ କିଶୋର କୁମାର ମହାରଣା

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.