ETV Bharat / state

ଓଡିଶାରେ ନାହିଁ ସମ୍ଭାବ୍ୟ ବାତ୍ୟା ପ୍ରଭାବ, ‘ବିଭିନ୍ନ ସ୍ଥାନରେ ଖାଲି ବର୍ଷା ସମ୍ଭାବନା’

author img

By ETV Bharat Odisha Team

Published : Dec 1, 2023, 6:44 PM IST

ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡିଶାରେ ନାହିଁ, ‘ବିଭିନ୍ନ ସ୍ଥାନରେ ଖାଲି ବର୍ଷା ସମ୍ଭାବନା’
ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡିଶାରେ ନାହିଁ, ‘ବିଭିନ୍ନ ସ୍ଥାନରେ ଖାଲି ବର୍ଷା ସମ୍ଭାବନା’

ଏହି ଘୂର୍ଣ୍ଣିବାତ୍ୟା ଡିସେମ୍ବର ୪ ତାରିଖ ସନ୍ଧ୍ୟାରେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଛଲିପଟ୍ଟନମରେ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ଥିବା ଅବପାତଟି ଚେନ୍ନାଇଠୁ ୮୦୦ କିଲୋମିଟର ଦୂରରେ ଥିବା ସହ ଏହା ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଛି । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡିଶାରେ ନାହିଁ, ‘ବିଭିନ୍ନ ସ୍ଥାନରେ ଖାଲି ବର୍ଷା ସମ୍ଭାବନା’

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଆସନ୍ତା ୩ରେ ବାତ୍ୟା ସମ୍ଭାବନା ରହିଛି । ୪ ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ଅତିକ୍ରମ କରିବା ନେଇ ଆକଳନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଘୂର୍ଣ୍ଣିବାତ୍ୟା ଡିସେମ୍ବର ୪ ତାରିଖ ସନ୍ଧ୍ୟାରେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଛଲିପଟ୍ଟନମରେ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ଥିବା ଅବପାତଟି ଚେନ୍ନାଇଠୁ ୮୦୦ କିଲୋମିଟର ଦୂରରେ ଥିବା ସହ ଏହା ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଛି ।

ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଉପନିର୍ଦ୍ଦେଶକ ଉମା ଶଙ୍କର ଦାସ କହିଛନ୍ତି ଆସନ୍ତାକାଲି ଗଭୀର ଅବପାତର ରୂପ ନେବ। ୩ ତାରିଖ ବେଳକୁ ସାମୁଦ୍ରିକ ଝଡର ରୂପ ନେବ । କିନ୍ତୁ ଏହି ବାତ୍ୟାର ପ୍ରଭାବ ଓଡିଶା ଉପରେ ଏତେଟା ପଡିବ ନାହିଁ । ହେଲେ ବିଭିନ୍ନ ସ୍ଥାନରେ ବର୍ଷା ହେବା ଲାଗି ରହିପାରେ ।

ଅଧିକ ପଢନ୍ତୁ- ବଙ୍ଗୋପସାଗରରେ ବାତ୍ୟା ! ଓଡ଼ିଶାକୁ ନାହିଁ ବିପଦ, ପ୍ରବଳ ବର୍ଷିବା ସମ୍ଭାବନା

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ କୌଣସି ନିୟାମକ ସକ୍ରିୟ ନଥିବାରୁ ଆଗାମୀ ଦୁଇଦିନ ଯାଏଁ ରାଜ୍ୟର ପାଗ ଶୁଖିଲା ରହିବ । ପରେ ୩ ତାରିଖରେ ଯେତେବେଳେ ବାତ୍ୟାର ରୂପନେବ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଉପକୂଳ ଓଡ଼ିଶାର ଜିଲ୍ଲା ସମେତ ମାଲକାନଗିରି କୋରାପୁଟ ରାୟଗଡା ଗଜପତି ଗଞ୍ଜାମ କଳାହାଣ୍ଡି କନ୍ଧମାଳ ବୌଦ୍ଧ ଅନୁଗୁଳ ଢେଙ୍କାନାଳ କେନ୍ଦୁଝର ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ପରେ ୪ ତାରିଖରେ ଉପକୂଳ ଛୁଇଁବା ପରେ ବାତ୍ୟା ବର୍ଷାର ପରିମାଣ ବଢିବା ସହ ଉପକୂଳ ଓଡ଼ିଶାର ୧୦ ଜିଲାରେ ପ୍ରବଳ ବର୍ଷା ହେବ । ଏଥିପାଇଁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

ବର୍ତ୍ତମାନ ସାରା ରାଜ୍ୟରେ ଧାନ ଅମଳ ଜୋରଦାର ଚାଲିଛି । ଚାଷୀ ମାନେ ସୁନାର ଫସଲକୁ କାଟୁଛନ୍ତି । ଖେତରେ ହସୁଛି ପାଚିଲା ଧାନ । ଏପରି ସ୍ଥିତିରେ ପାଣିପାଗ ବିଭାଗର ଆକଳନ ଓ ସାମ୍ଭାବ୍ୟ ବାତ୍ୟା ଚାଷୀ କୂଳକୁ ଚିନ୍ତାରେ ପକାଇଦେଇଛି । ଫସଲକୁ ବର୍ଷାରୁ ରକ୍ଷା ପାଇଁ ପାଚିଲା ଧାନକୁ କାଟି ସୁରକ୍ଷିତ ସ୍ଥାନରେ ରଖିବାରେ ଲାଗିଛନ୍ତି ଚାଷୀ । ସେହିପରି କିଛି ଦିନ ପୂର୍ବରୁ ସାମ୍ଭବ୍ୟ ବାତ୍ୟାକୁ ଦେଖି କୃଷି ବିଭାଗ ମଧ୍ୟ ଚାଷୀଙ୍କ ମାର୍ଗଦର୍ଶିକା ଜାରି କରିବା ସହିତ ଆବଶ୍ୟକ ପରାମର୍ଶ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.