ETV Bharat / state

ବଙ୍ଗୋପସାଗରରେ ବାତ୍ୟା ! ଓଡ଼ିଶାକୁ ନାହିଁ ବିପଦ, ପ୍ରବଳ ବର୍ଷିବା ସମ୍ଭାବନା

author img

By ETV Bharat Odisha Team

Published : Nov 16, 2023, 1:03 PM IST

ବଙ୍ଗୋପସାଗରରେ ବାତ୍ୟା ! ଓଡ଼ିଶାକୁ ନାହିଁ ବିପଦ । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ପାଣିପାଗ ବିଭାଗର ସତର୍କ ସୂଚନା । ଅଧିକ ପଢ଼ନ୍ତୁ

ବଙ୍ଗୋପସାଗରରେ ବାତ୍ୟା, ଓଡ଼ିଶାକୁ ନାହିଁ ବିପଦ। ପ୍ରବଳ ବର୍ଷିବା ସମ୍ଭାବନା।

ଭୁବନେଶ୍ବର: ଟଳିବ ବିପଦ, ଓଡ଼ିଶାରେ ନାହିଁ ବାତ୍ୟା ଆଶଙ୍କା । ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଗଭୀର ଅବପାତ । ଆସନ୍ତାକାଲି(ଶୁକ୍ରବାର) ଗଭୀର ଅବପାତ ରୂପ ନେବା ପରେ ବାତ୍ୟାକୁ ରୂପାନ୍ତରିତ ହୋଇପାରେ । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ । ପାଣିପାଗ ବିଭାଗ ଦୁଇଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ବେଳେ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ଏହାମଧ୍ୟ ପଢ଼ନ୍ତୁ- ପ୍ରଭାବରେ ବଦଳିଲା ପାଗ: ମେଘୁଆ ଆକାଶ ସହ ବହିଲା କୋହଲା ପବନ, ଗୁରୁବାରଠୁ ବର୍ଷା

ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ । ଏହାଗତ 6 ଘଣ୍ଟାରେ 11 କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହା ପାରାଦ୍ୱୀପଠାରୁ 550 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ଏହାର ପ୍ରଭାବରେ ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ଆଜି(ଗୁରୁବାର) ସକାଳ ୪ଟାରୁ ତୁହାକୁ ତୁହା ବର୍ଷା ଜାରି ରହିଛି । ପାରାଦ୍ବୀପରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ଯ ରହିଛି ।

ଆଜି(ଗୁରବାର) ସକାଳୁ ଏହାର ଗତିପଥ ପରିବର୍ତ୍ତନ ହେବା ସହିତ ଉତ୍ତର-ଉତ୍ତର-ପୂର୍ବ ଆଡ଼କୁ ମୁହାଁଉଛି । ଓଡ଼ିଶା ଉପକୂଳରେ ପବନ ବେଗ 40ରୁ 50 କିଲୋମିଟର ପର୍ଯ୍ୟନ୍ତ ପ୍ରଭାବିତ ହେଉଥିବା ବେଳେ, ଏହା ଧୀରେଧୀରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଫଳରେ ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । 18 ତାରିଖ (ଶନିବାର) ପର୍ଯ୍ୟନ୍ତ ସମୁଦ୍ର ଅଧିକରୁ ଅଧିକ ଅଶାନ୍ତ ରହିବ । ଦୁଇଟି ଜିଲ୍ଲାରେ ଭାରି ବର୍ଷାର ସମ୍ଭାବନା ରହିଥିବାବେଳେ ଅନ୍ୟସ୍ଥାନରେ ହାଲୁକା ବର୍ଷା ହେଇପାରେବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଭାଗ ପକ୍ଷରୁ ଦୁଇଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ସେଗୁଡ଼ିକ ହେଲା- କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର । ଏହି ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 18 ତାରିଖ(ଶନିବାର) ବେଳକୁ ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ପାଣିପାଗ ବିଭାଗର ଆକଳନ ଯେ, ଅବପାତ ଆସନ୍ତାକାଲି(ଶୁକ୍ରବାର) ସମୁଦ୍ର ମଝିରେ ଗଭୀର ଅବପାତ ରୂପ ନେଇପାରେ । ପରେ ଏହା ଗତିପଥ ବଦଳାଇ ରିକର୍ଭ କରି ସମୁଦ୍ରରେ ଦୁର୍ବଳ ହୋଇପାରେ । ପରେ ଏହା ଆଣ୍ଡାମାନ କିମ୍ବା ଲାକ୍ଷାଦ୍ବୀପ ଆଡ଼କୁ ମୁହାଁଇପାରେ । ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନା ଅନୁସାରେ, ଏହା 18 ତାରିଖରେ(ଶନିବାର) ବାଂଲାଦେଶ ମୁହାଁ ହୋଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଲଘୁଚାପ ବର୍ଷା ପ୍ରଭାବରେ ଧାନ ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଚାଷୀମାନେ ପାଚିଲା ସଶ୍ୟକୁ ଜମିରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.