ETV Bharat / state

ବିଦ୍ୟୁତ ଭିତ୍ତିଭୂମି ସୁଧାରକୁ ନେଇ ସରକାରଙ୍କ ଘେରିଲା କଂଗ୍ରେସ, ମାଗିଲା 20 ହଜାର କୋଟିର ହିସାବ

author img

By ETV Bharat Odisha Team

Published : Dec 18, 2023, 5:51 PM IST

କଂଗ୍ରେସ ସାମ୍ବାଦିକ ସମ୍ମିଳନୀ
କଂଗ୍ରେସ ସାମ୍ବାଦିକ ସମ୍ମିଳନୀ

Congress targets state Government: ବିଦ୍ୟୁତ ବିଭାଗରେ ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ରାଜ୍ୟ କଂଗ୍ରେସ । ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିରେ ସୁଧାର ଆଣିବା ପାଇଁ ସରକାର 20 ହଜାର କୋଟି ଟଙ୍କା କେଉଁ ବାଟରେ ଏବଂ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାରା ହିସାବ ମାଗିଲା କଂଗ୍ରେସ । ଅଧିକ ପଢ଼ନ୍ତୁ

କଂଗ୍ରେସ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ବିଭାଗରେ ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ରାଜ୍ୟ କଂଗ୍ରେସ । ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିରେ ସୁଧାର ଆଣିବା ଖର୍ଚ୍ଚ ହୋଇଥିବା ଟଙ୍କାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା କଂଗ୍ରେସ । ସରକାର ଏହି ଅର୍ଥର ହିସାବ ନଦେଲେ ଆଗାମୀ ଦିନରେ ଓଡ଼ିଶାରେ ସମସ୍ତ ବିଦ୍ୟୁତ୍‌ ଅଫିସ ଆଗରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ତେବେ ଶରତ ପଟ୍ଟନାୟକ କହିଛନ୍ତି, "ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିରେ ସୁଧାର ଆଣିବା ପାଇଁ ସରକାର 20 ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଏହି ଅର୍ଥ କେଉଁ ବାଟରେ ଏବଂ କେତେ ଟଙ୍କା ଖର୍ଚ୍ଚ ହେଲା ତାରା ହିସାବ ବିଜେଡି ସରକାର ଦେଇପାରିଲେ ନାହିଁ । ଏବେ ଆହୁରି 15 ଶହ କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ଦଳ ଦାବି କରୁଛି ସରକାର ଏବେ ଯେଉଁ 15 ଶହ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି ଏହାର ଖର୍ଚ୍ଚ ହିସାବ ଦିଅନ୍ତୁ । ଏହି ଅର୍ଥ ରାଜ୍ୟବାସୀଙ୍କ ଟ୍ୟାକ୍ସର ଟଙ୍କା । ବିଜେଡି ସରକାର ଦୁର୍ନୀତି ମୁକ୍ତ ନୁହେଁ ଦୁର୍ନୀତିଗସ୍ତ ସରକାର । ସରକାର ଏହି ଅର୍ଥର ହିସାବ ଦିଅନ୍ତୁ । Oerc 2017-20 ମସିହା ଭିତରେ ରାଜ୍ୟରେ ବିଦ୍ୟୁତ ପରିବହନ ଏବଂ ବଣ୍ଟନ କ୍ଷତି 22 ପ୍ରତିଶତ ରହି ଆସିଛି । ଆଜି ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ସେହି 22 ପ୍ରତିଶତ ରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଯେଉଁ 20 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସେ ଗୁଡା କୁଆଡେ ଗଲା ।"

ଏହା ମଧ୍ୟ ପଢ଼ନ୍ତୁ....ବିଜେଡି କାର୍ଯ୍ୟକାରିଣୀକୁ କଂଗ୍ରେସ କାଉଣ୍ଟର; ବିଫଳତାର ଲମ୍ବା ତାଲିକା ଦେଖାଇଲେ ବିଜୟ

ତେବେ ଶରତ ଏହା ମଧ୍ୟ କହିଛନ୍ତି, "ଗୁଜୁରାଟରେ ଏହି ବଣ୍ଟନ କ୍ଷତି 13 ପ୍ରତିଶତ ଏବଂ ଛତିଶଗଡ଼ 18 ପ୍ରତିଶତ ରହିଥିବା ବେଳେ ଆମ ରାଜ୍ୟରେ କାହିଁକି ଏତେ । ତେଣୁ ଆମେ ଅନୁମାନ କରୁଛି ଏହା ମଧ୍ୟରେ ଏକ ମହାଦୁର୍ନୀତି ରହିଛି । ତେଣୁ ଆମେ ଦାବି କରୁଛୁ ସରକାର ଏହାର ଏକ ଅଡିଟ କରନ୍ତୁ । ସେପଟେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, " ରାଜ୍ୟରେ ଏକ ଅଲଟ୍ରା ମେଗା ପ୍ଲନ ନିର୍ମାଣ କରାଯାଇଥିଲା । ଏହି ପ୍ଲାଣ୍ଟ 3200 ମେଗା ୱାଟ ବିଦ୍ୟୁତ ଉତ୍ପାଦନ କରୁଛି । କେନ୍ଦ୍ର ସରକାର ନିୟମ ମୁତାବକ ଆମ ରାଜ୍ୟ 50 ପ୍ରତିଶତ ବା 16 ମେଗା ୱାଟ ପାଇବା କଥା । କିନ୍ତୁ ରାଜ୍ୟ ସରକାର ଚୁକ୍ତି କରି କେବଳ 800 ମେଗା ୱାଟ ଆଣୁଛନ୍ତି । ଆମର ପ୍ରଶ୍ନ ହେଉଛି ବଳକା ମେଗା ୱାଟ କାହିଁକି ସରକାର ଆଣିଲେ ନାହିଁ । ତାମିଲନାଡୁର ଏକ ସନ୍ଥ ଏହି ମେଗା ପ୍ଲାଣ୍ଟର କାର୍ଯ୍ୟଭାର ନେଇଛି । ଯଦି ଏହି ବଳକା ବିଦ୍ୟୁତ ଆମ ରାଜ୍ୟକୁ ଆସିଥାନ୍ତା ତେବେ ୟୁନିଟ ପିଛା ଗ୍ରାହକମାନେ ଏକ ଟଙ୍କା କମ ପାଇଥାନ୍ତେ । ସେହିଭଳି ଯଦି ବଳକା ମେଗା ୱାଟକୁ ଗିଡ଼କୋ କାହାକୁ ବିକ୍ରି କରିଥାନ୍ତେ ତେବେ ରାଜ୍ୟ 48 ହଜାର 500 ଟଙ୍କା ଲାଭ ପାଇଥାନ୍ତା । ଏବେ ସାଧାରଣ ଜନତା ଚିନ୍ତା କରନ୍ତୁ କାହା ସ୍ୱାର୍ଥକୁ ଦୁଷ୍ଟିରେ ରଖିକି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହା ଏକ ମହାଦୁର୍ନୀତି । ଏହାର ମଧ୍ୟ ଅଡିଟ ସରକାର କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.