ETV Bharat / state

Naba Das Murder Mystery: ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: କଂଗ୍ରେସ ବିଧାୟକ

author img

By

Published : Feb 27, 2023, 9:23 PM IST

Etv Bharat
Etv Bharat

ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ‘‘ଘଟଣାକୁ ନେଇ ବିଜେପି ସିବିଆଇ ତଦନ୍ତ ଦାବି କରୁଛି, କଂଗ୍ରେସ ଏସଆଇଟି ତଦନ୍ତ ଦାବି କରୁଛି । ଗୃହରେ ସରକାର କହୁଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତ ହେଉଛି । କିନ୍ତୁ ତଦନ୍ତକୁ ନେଇ ରାଜ୍ୟବାସୀ ସନ୍ତୁଷ୍ଟ ନୁହଁନ୍ତି । ଆମେ ଦାବି କରୁଛୁ ଗୃହରାଷ୍ଚ୍ର ମନ୍ତ୍ରୀ ବିଧାନସଭାରେ ସମୟେ ସମୟେ ଉତ୍ତର ରଖନ୍ତୁ । ଏନେଇ ତାରା ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ଅଧିକ ପଢନ୍ତୁ

ଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: କଂଗ୍ରେସ ବିଧାୟକ

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ଏକ ଷଡଯନ୍ତ୍ର । ଏହା ଖାଲି ଓଡିଶାବାସୀ କି ବିରୋଧୀ କହୁନାହାଁନ୍ତି । ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀଙ୍କ ସମେତ ନବଙ୍କ କାକା ମଧ୍ୟ କହିଛନ୍ତି । ହତ୍ୟାକାଣ୍ଡ ଘଟଣାକୁ ଏକମାସ ପୁରିବାକୁ ଯାଉଛି । କିନ୍ତୁ ତଦନ୍ତରେ କୌଣସି ଅଗ୍ରଗତି ହୋଇନାହିଁ । କ୍ରାଇମବ୍ରାଞ୍ଚ ଗୋପାଳ ପାଗଳ କି ନହେଁ ତଦନ୍ତ କରୁଛି। କାହିଁକି ହତ୍ୟା କଲା? ହତ୍ୟା ପଛରେ କିଏ ତାହା ତଦନ୍ତ କରୁନାହିଁ ।

ଆଜି ବିଧାନସଭାର ଶୁନ୍ୟକାଳରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସର ଦୁଇ ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାରା ପ୍ରସାଦ ବାହିନୀପତି ସରକାରଙ୍କ ଉପରେ ଗର୍ଜିଛନ୍ତି । ସାଲୁଜା କହିଛନ୍ତି ‘‘ ନବ ଦାସ ହତ୍ୟାକାଣ୍ଡ ଏକ ଷଡଯନ୍ତ୍ର । ଏହା ଖାଲି ଓଡିଶାବାସୀ କି ବିରୋଧୀ କହୁନାହାଁନ୍ତି । ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀଙ୍କ ସମେତ ନବଙ୍କ କାକା ମଧ୍ୟ କହିଛନ୍ତି । ହତ୍ୟାକାଣ୍ଡ ଘଟଣାକୁ ଏକମାସ ପୁରିବାକୁ ଯାଉଛି । କିନ୍ତୁ ତଦନ୍ତରେ କୌଣସି ଅଗ୍ରଗତି ହୋଇନାହିଁ । କ୍ରାଇମବ୍ରାଞ୍ଚ ଗୋପାଳ ପାଗଳ କି ନହେଁ ତଦନ୍ତ କରୁଛି। କାହିଁକି ହତ୍ୟା କଲା? ’’

ଏହାବି ପଢନ୍ତୁ- Odisha Assembly: ମଣ୍ଡି ସମସ୍ୟା ନେଇ ବିଜେପିର ମୁଲତବୀ ନୋଟିସ, ଜବାବ ରଖିଲେ ମନ୍ତ୍ରୀ

ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ‘‘ଘଟଣାକୁ ନେଇ ବିଜେପି ସିବିଆଇ ତଦନ୍ତ ଦାବି କରୁଛି, କଂଗ୍ରେସ ଏସଆଇଟି ତଦନ୍ତ ଦାବି କରୁଛି । ଗୃହରେ ସରକାର କହୁଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତ ହେଉଛି । କିନ୍ତୁ ତଦନ୍ତକୁ ନେଇ ରାଜ୍ୟବାସୀ ସନ୍ତୁଷ୍ଟ ନୁହଁନ୍ତି । ଆମେ ଦାବି କରୁଛୁ ଗୃହରାଷ୍ଚ୍ର ମନ୍ତ୍ରୀ ବିଧାନସଭାରେ ସମୟେ ସମୟେ ଉତ୍ତର ରଖନ୍ତୁ । ଏନେଇ ତାରା ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ।

ସେହିପରି ଗୃହ ବାହାରେ ବିଧାୟକ ସନ୍ତୋଷ ସିଂ ସାଲୁଜା ନବ ଦାସ ହତ୍ୟାକାଣ୍ଡକୁ ନେଇ ପୁଣି ଥରେ ବିସ୍ଫୋରଣ କରିଛନ୍ତି । ସାଲୁଜା ନବ ଦାସ ହତ୍ୟାକାଣ୍ଡରେ ସିଧା ସିଧା ଆଜି ପୁଣି ଥରେ ଭଟଲି ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ଟାଣିଛନ୍ତି । ସାଲୁଜା କହିଛନ୍ତି ନବ ଦାସ ହତ୍ୟାକାଣ୍ଡ 17 ଫେବୃୟାରୀରେ ସମ୍ବଲପୁରରେ ଘଟିଥିବା ଏକ ଗଣ୍ଡଗୋଳ ଘଟଣା ସହ ଜଡିତ ଅଛି । ନବ ଦାସଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ଦଖଲ କରିବା ପାଇଁ ସମ୍ବଲପୁରରେ ନବ ଦାସ ଗୋଷ୍ଠୀ ଓ ସୁଶାନ୍ତ ସିଂଙ୍କ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହକୁ ନେଇ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ନିଜ ଲୋକଙ୍କ ବେଲ ପାଇଁ ନିଜେ ସୁଶାନ୍ତ ସିଂ ଆସିଥିଲେ । 17 ଫେବୃୟାରୀରେ ଘଟିଥିବା ଘଟଣା ସହ ନବ ଦାସଙ୍କ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ନେଇ ସନ୍ଦେହ ହେଉଛି । ତେଣୁ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି କହିଛନ୍ତି ସାଲୁଜା ।

ଏହାବି ପଢନ୍ତୁ- Budget Session: ଗୃହରେ ବଜେଟ ନେଇ ଆଲୋଚନା, ଚିରାଚରିତ ବଜେଟ କହିଲେ ଜୟ

ସେହିଭଳି ବିଧାୟକ ତାରା କହିଛନ୍ତି‘‘ ନବ ଦାସ ହତ୍ୟାକାଣ୍ଡ ଏକ ପ୍ଲାନଡ ମର୍ଡର । ଏହା ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ଏଥିପାଇଁ କରୁଛୁ ଗୃହରାଷ୍ଚ୍ର ମନ୍ତ୍ରୀ ବିଧାନସଭାରେ ସମୟେ ସମୟେ ଉତ୍ତର ରଖନ୍ତୁ । ଏନେଇ ତାରା ବାଚସ୍ପତିଙ୍କ ରୁଲିଂ ଦାବି କରିଛୁ।’’

ସେପଟେ ବିଜେପି ମଧ୍ୟ ନବ ଦାସ ହତ୍ୟକାଣ୍ଡକୁ ନେଇ ଗୃହରେ ବର୍ଷିଛି । ଗୃହ ବାହାରେ ଦଳୀୟ ବିଧାୟକ ସୁବାଷ ପାଣିଗ୍ରାହୀ କହିଛନ୍ତି ନବ ଦାସଙ୍କ ହତ୍ୟାକାଣ୍ଡକୁ ମାସେ ବିତିବାକୁ ଯାଉଛି । କିନ୍ତୁ ତଦନ୍ତ କେବଳ ଗୋପାଳ ପାଖରେ ସୀମିତ ରହିଛି । ଗୋପାଳକୁ ପାଗଳ ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ଜାଗାକୁ ନେଉଛନ୍ତି । ତେଣୁ ବିଜେପିର ଦାବି ସିବିଆଇ ତଦନ୍ତ ହେଉ ।

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳ ବିଧାୟକ ଭାଗୀରଥୀ ସେଠୀ । ଭାଗୀରଥି କହିଛନ୍ତି ‘‘ ବିରୋଧୀ ଅଭିଯୋଗ କରିବେ ତାଙ୍କ କର୍ମ ସେ କରିବେ । ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ସେ ଠିକ ଭାବରେ ତଦନ୍ତ କରୁଛନ୍ତି । ତଦନ୍ତ ସରିବା ପରେ ଫଳାଫଳ ଯାହା ବାହାରିବ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଗୃହ ବିଭାଗକୁ ଚିଠି ଲେଖି FBI ର ସହାୟତା ଲୋଡିଛନ୍ତି । ଯଦି ସେମାନେ ନିର୍ଦ୍ଦେଶ ଦିଅନ୍ତି ତେବେ ବିଶ୍ଵର ବଡ ତଦନ୍ତ କାରୀ ସଂସ୍ଥା । ଆମ ପୋଲିସ ଏ ବାବଦରେ ଦକ୍ଷତା ଅଛି ନିର୍ଣ୍ଣାୟକରେ ମଧ୍ୟ ପହଞ୍ଚି ପାରିବେ । ତେଣୁ ତଦନ୍ତ ବିଭିନ୍ନ ଦିଗରେ କରୁଛନ୍ତି ସମୟ ଲାଗିବ । ବିରୋଧୀ ଯେଉଁ ସବୁ ନା ନେଉଛନ୍ତି ଏମାନେ ତାଙ୍କୁ ଡରୁଛନ୍ତି । ସୁଶାନ୍ତ ସିଂ ଏ ବାବଦରେ କାହିଁକି ତାଙ୍କ ସଂପୃକ୍ତ ରହିବ । ସେ ଜଣେ ବହୁତ ଭଲ ଲୋକେ । ସେ ଏସବୁ କରିବେନି । ବିରୋଧୀ ଅନ୍ଧାରରେ ବାଡି ବୁଲୁଛନ୍ତି । ପୂର୍ବରୁ ପ୍ରଣବ ପ୍ରକାଶ ଦାସ ଓ 5ଟି ସେକ୍ରେଟାରୀଙ୍କ ନା ଉଠାଇଛନ୍ତି । ଏମାନେ କଣ ସମସ୍ତେ ସଂପୃକ୍ତ କି ? କିଛି ନୁହେଁ, ସେ ହତ୍ୟାକାରୀ ଜଣେ ମାନସିକ ରୋଗୀ ବୋଲି ଏକ ପ୍ରକାର ଜଣାପଡୁଛି । ସାମ୍ରାଜ୍ୟ ପାଇଁ କୌଣସି ମର୍ଡର ନୁହେଁ ଯେହେତୁ ଏମାନେ ବିରୋଧୀ ଏବେ ରାଜ୍ୟରେ ବିଜେଡି ସରକାର ଭାବ ନିର୍ମଳର ସରକାର ଚାଲିଛି ତେଣୁ ଏଭଳି ଅଭିଯୋଗ କରୁଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.