ETV Bharat / state

Budget Session: ଗୃହରେ ବଜେଟ ନେଇ ଆଲୋଚନା, ଚିରାଚରିତ ବଜେଟ କହିଲେ ଜୟ

author img

By

Published : Feb 27, 2023, 8:32 PM IST

Updated : Feb 27, 2023, 8:42 PM IST

ଆଜି ଗୃହରେ ଚଳିତ ବଜେଟ ନେଇ ଆଲୋଚନା ହୋଇଥିଲା । ଆର୍ଥିକ ବର୍ଷ ୨୦୨୩-୨୪ ବଜେଟ ଚିରାଚରିତ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଅଧିକ ପଢନ୍ତୁ

Jay Narayan Mishra on Odisha budget 2023
Jay Narayan Mishra on Odisha budget 2023

ଭୁବନେଶ୍ବର: ଆଜି ବିଧାନସଭା ବଜେଟ ଅଧିବେଶନର ରହିଥିଲା ସପ୍ତମ ଦିନ । ଅପରାହ୍ନରେ ଗୃହରେ ଚଳିତ ବଜେଟ ନେଇ ଆଲୋଚନା ହୋଇଥିଲା । ଆଲୋଚନା ଆରମ୍ଭରେ ବିରୋଧୀ ଦଳ ନେତା ବଜେଟକୁ ଏକ ଚିରାଚରିତ ବଜେଟ ବୋଲି କହିଛନ୍ତି । ବଜେଟରେ ସେମିତି କିଛି ଉପଲବ୍ଧି ନଥିବା ସେ କହିଥିବା ବେଳେ ଅନ୍ୟପଟେ ଆର୍ଥିକ ବର୍ଷ ୨୦୨୩-୨୪ ବଜେଟ ସମୃଦ୍ଧ, ସଶକ୍ତ ନୂତନ ଓଡ଼ିଶା ଗଠନ କରିବାରେ ସମର୍ଥ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

ବିରୋଧୀ ଦଳ ନେତା ଜୟ ନାରାୟଣ ବଜେଟକୁ ସମାଲୋଚନା କରି କହିଛନ୍ତି, "ବଜେଟର ସେମିତି କିଛି ଉପଲବ୍ଧି ନାହିଁ । ଏବେ ମୁଣ୍ଡ ପିଛା ଋଣ ୨୫ ହଜାର ଟଙ୍କା ରହିଛି । ଋଣ ସୁଝିବା ପାଇ ବ୍ୟବସ୍ଥା ହୋଇଥିବା ପରି ମନେ ହେଉନାହିଁ । ଅନେକ ବିଭାଗରେ ଅର୍ଥ ଖର୍ଚ୍ଚ ନ ହୋଇନପାରି ଫେରିଯାଉଛି । ପୋଲିସର ଆଧୁନିକରଣ ପାଇ ଅର୍ଥ ନାହିଁ । ଚାଷୀର ଆୟ ମାତ୍ର ୫୧୧୨ ଟଙ୍କା । ରାଜ୍ୟରେ ଶୀତଳଭଣ୍ଡାର ଅଭାବ ରହିଛି । ଆଳୁ ମିଶନ ଫେଲ । ପିଆଜ ମିଶନ ଫେଲ୍ । ଛତୁ ମିଶନ ପଣସ ମିଶନ ସଫଳ ହେବ ନାହିଁ । ପ୍ରାଥମିକ ଶିକ୍ଷା ଫେଲ ମାରିଛି । ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ହାର ବଢ଼ିଛି। ଶିଶୁ ମୃତ୍ୟୁ ବି ବଢିଛି ।"

ଏହା ବି ପଢନ୍ତୁ- Odisha Assembly: ସରକାର କିଏ ଚଳାଉଛି: ବିରୋଧୀ ଦଳନେତା, ଜବାବ ରଖିଲେ ପ୍ରମିଳା

ସେ OUAT ପରି ଆଉ ଗୋଟିଏ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା ଲାଗି ଦାବି କରିଛନ୍ତି । ଏହାର ଜବାବରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "୨୦୦୦ ମସିହାରେ ଦେବାଳିଆ ଷ୍ଟେଟରେ ଥିଲା । ଏବେ ସରପ୍ଲସ ସ୍ଥିତିରେ ଅଛି । ଆର୍ଥିକ ବିତ୍ତୀୟ ପରିଚାଳନାରେ ସମର୍ଥ ହୋଇଛି । ଲୋକଙ୍କ ଆଶା ପୂରଣ କରିବାକୁ ସମର୍ଥ । ସମୃଦ୍ଧ, ସଶକ୍ତ ନୂତନ ଓଡ଼ିଶା ଗଠନ କରିବାରେ ସମର୍ଥ ଏହି ବଜେଟ ।" ଅନ୍ୟପଟେ ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ଅନ୍ୟ ପ୍ରସଙ୍ଗ ନେଇ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଓଡ଼ିଶାରେ ସରକାର କିଏ ଚଳାଉଛି ବୋଲି ସେ ପ୍ରଶ୍ନ କରିଥିଲେ ।

ଓଡ଼ିଶାରେ ମନ୍ତ୍ରୀମାନଙ୍କଠାରୁ ସଚିବ ଅଧିକ କ୍ଷମତାଶାଳୀ ବୋଲି ସେ ଅଭିଯୋଗ ଆଣିଥିଲେ । ଜୟଙ୍କ ଏପରି ଅଭିଯୋଗ ଉପରେ ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସରକାର କିଏ ଚଳାଉଛନ୍ତି ତାହା କଣ ବିରୋଧୀ ଦଳ ନେତାଙ୍କୁ ଦେଖାଯାଉନାହିଁ ବୋଲି କହିଛନ୍ତି ପ୍ରମିଳା । ବିରୋଧୀ ଦଳ ନେତା ଦେଖିକି ଏପରି ଅଣଦେଖା ହେଉଥିବା ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 27, 2023, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.