ETV Bharat / state

ପଶ୍ଚିମବଙ୍ଗ ଯାଉଥିଲା ଗଜପତି ଗଞ୍ଜେଇ, ବରମୁଣ୍ଡା ବସଷ୍ଟାଣ୍ଡରେ ଧରିଲା ପୋଲିସ୍

author img

By ETV Bharat Odisha Team

Published : Sep 27, 2023, 10:37 PM IST

ଗଞ୍ଜେଇ ଚାଲାଣ ପାଇଁ ପଶ୍ଚିମବଙ୍ଗକୁ ଯାଉଥିବା ଯୁବକକୁ ଧରିଲା ପୋଲିସ
ଗଞ୍ଜେଇ ଚାଲାଣ ପାଇଁ ପଶ୍ଚିମବଙ୍ଗକୁ ଯାଉଥିବା ଯୁବକକୁ ଧରିଲା ପୋଲିସ

ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ପାଇଁ ଯାଉଥିଲା ଯୁବକ । ବରମୁଣ୍ଡ ବସଷ୍ଟାଣ୍ଡରେ ବେପାରୀକୁ କାବୁ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ଗଞ୍ଜେଇ ଚାଲାଣ ପାଇଁ ପଶ୍ଚିମବଙ୍ଗକୁ ଯାଉଥିବା ଯୁବକକୁ ଧରିଲା ପୋଲିସ

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ନିଶା ବ୍ୟବସାୟୀ । ଭିନ୍ନ ଭିନ୍ନ ଉପାୟରେ କରୁଛନ୍ତି ନିଶା ବେପାର । ଏମିତି ଜଣେ ନିଶା ବେପାରୀକୁ ଧରିଛି ଭରତପୁର ଥାନା ପୋଲିସ । ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ପାଇଁ ଯାଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବେପାରୀକୁ କାବୁ କରିଛି କମିଶନରେଟ ପୋଲିସ । ତେବେ ଅଭିଯୁକ୍ତ ଠାରୁ ୨୧କେଜି ୬୫୦ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ଏସିପି ସୂଚନା ଦେଇଛନ୍ତି ।

ଜୋନ୍-3 ଏସିପି ପ୍ରଦୀପ କୁମାର ରାଉତ କହିଛନ୍ତି, ‘‘ ଗଞ୍ଜେଇ ବେପାର ପାଇଁ ପଶ୍ଚିମବଙ୍ଗକୁ ଯାଉଥିବା ଅଭିଯୁକ୍ତ ନାଁ ମଣ୍ଟୁ ନାୟକ । ଘର ମୋହନା ଗଜପତି । ତା ଠାରୁ ୨୧କେଜି ୬୫୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ପର୍ବ ପର୍ବାଣି ପାଇଁ ନିଶା କାରବାରୀ ସକ୍ରିୟ ହୋଇଛନ୍ତି । ଯାହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ କାର୍ଯ୍ୟକାରୀ କରାଯାଉଛି । କ୍ରାଇମ୍ ୟୁନିଟ ଠୁ ଆରମ୍ଭ କରି ଲୋକାଲ ଥାନା , ଏସଟିଏଫ , ଏନସିବି ଓ ଅବକାରୀ ଭଳି ବିଭାଗ ନଜର ରଖୁଛନ୍ତି । ପୂଜାର ସୁଯୋଗନେଇ ଯାତ୍ରୀ ବେଶରେ ବସରେ ଗଞ୍ଜେଇ ଚାଲାଣ କରୁଛନ୍ତି ଅଭିଯୁକ୍ତ । ଜଣେ ବ୍ୟକ୍ତି ଏକ ବସ୍ତା ଯୋଗେ ଗଞ୍ଜେଇ ପ୍ୟାକ କରି ବରମୁଣ୍ଡା ବସଷ୍ଟାଣ୍ଡ ପାଖରେ କଲିକତା ଚାଲାଣ ପାଇଁ ଅପେକ୍ଷା କରିଥିବା ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲୁ । ପୋଲିସ ତୁରନ୍ତ ପହଞ୍ଚି ବସ୍ତା ଯାଞ୍ଚ କରିବା ପାରେ ବସ୍ତାରୁ ଗଞ୍ଜେଇ ଥିବା ସ୍ପଷ୍ଟ ହୋଇଥିଲା ।’’

ଏହା ମଧ୍ୟ ପଢନ୍ତୁ...କନ୍ଧମାଳରେ ବିପୁଳ ପରିମାଣର ଗଞ୍ଜେଇ ଜବତ: ଜଣେ ଅଭିଯୁକ୍ତ ଗିରଫ, ଜଣେ ଫେରାର

ସେ ଅହୁରି ମଧ୍ୟ କହିଛନ୍ତି, ‘‘ନିଶା କାରବାର ଉପରେ ପୋଲିସର କଡା ନଜର‌ ରହିଛି । ବିଭିନ୍ନ ସୋର୍ସ ଆଧାରରେ ନଜର ରଖାଯାଉଛି। ଚଳିତବର୍ଷ ୩କ୍ବିଣ୍ଟାଲ ୮୦କେଜି ଗଞ୍ଜେଇ ଜବତ କଲାଣି ଭରତପୁର ପୋଲିସ । ଏଥିସହ ଏହି କାରବାର କରୁଥିବା ୩୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।ତେବେ “ସେଫସିଟି ଡ୍ରାଇଭ” ଅଧୀନରେ ସହରକୁ ପୋଲିସ କଡ଼ା ନଜର ରଖିଛି । ନିଶାମୁକ୍ତ କରିବା ପାଇଁ ଜନ ସାଧାରଣମାନେ ନିଶା କାରବାର ସମ୍ପର୍କରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି । ଯଦି କୌଣସି ସୂଚନା ପାଅନ୍ତି ତେବେ ଏନେଇ ପୋଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି ।’’

ଏହା ମଧ୍ୟ ପଢନ୍ତୁ...ପୁଇଁନ୍ତଳା ପୋଲିସ ସଫଳତା, ଜବତ କଲା ଦୁଇ କ୍ବିଣ୍ଟାଲ ନୀଳ ଜହର

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.