ETV Bharat / state

ପୁଇଁନ୍ତଳା ପୋଲିସ ସଫଳତା, ଜବତ କଲା ଦୁଇ କ୍ବିଣ୍ଟାଲ ନୀଳ ଜହର

author img

By ETV Bharat Odisha Team

Published : Sep 10, 2023, 8:36 AM IST

ପୁଇଁନ୍ତଲା ପୋଲିସ ବଡ ସଫଳତା , ଜବତ କଲା ୧୦ ଲକ୍ଷର ନୀଳ ଜହର
ପୁଇଁନ୍ତଲା ପୋଲିସ ବଡ ସଫଳତା , ଜବତ କଲା ୧୦ ଲକ୍ଷର ନୀଳ ଜହର

ବଲାଙ୍ଗୀର ପୁଇଁନ୍ତଳା ପୋଲିସ ଗତକାଲି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ବୌଦ୍ଧ କଣ୍ଟାମାଳରୁ ରାୟପୁର ଚାଲାଣ ବେଳେ ପୁଇନ୍ତଲା ଗିରିଗୋବରଦ୍ଧନ ମଠ ନିକଟରେ ଧରିଲା ପୋଲିସ ।

ପୁଇଁନ୍ତଲା ପୋଲିସ ବଡ ସଫଳତା , ଜବତ କଲା ୧୦ ଲକ୍ଷର ନୀଳ ଜହର

ବଲାଙ୍ଗୀର: ଜିଲ୍ଲା ଦେଇ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ତିନ ଗିରଫ। ଛପା ନୁହେଁ, ଖୁଲମଖୁଲ୍ଲା ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ମାଡିବସିଲା ପୋଲିସ । ଜବତ ହୋଇଛି ପ୍ରାୟ ଦୁଇ କୁଇଣ୍ଟାଲ ଗଞ୍ଜେଇ। ଯାହାର ମୁଲ୍ୟ ୧୦ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଇଛି । ପୁଇନ୍ତଳା ପୋଲିସ ଗତକାଲି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ।ପୋଲିସ ଆଖିରେ ଧୂଳି ଦେଇ ଅନେକ ଥର ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ରାୟପୁରକୁ ଚାଲାଣ ହୋଇଥିବା ବେଳେ ଗତକାଲି ପୁଇଁତଳା ପୋଲିସ ଖବର ପାଇ ବଲାଙ୍ଗୀର- ସୋନପୁର ରାସ୍ତାର ଗିରି ଗୋବର୍ଦ୍ଧନ ମଠ ନିକଟରୁ ସିନେମା ଷ୍ଟାଇଲରେ ଗଞ୍ଜେଇକୁ ଜବତ କରିଥିଲା ।

ଏହି ଗଞ୍ଜେଇ ଆଇପିଏସ୍ କୁଲଦୀପ ମିନାଙ୍କ ନେତୃତ୍ବରେ ପୁଇଁତଳା ପୋଲିସର ଏକ ଟିମ ଗାଡିକୁ ଅଟକାଇ ଥିଲା । ଯେଉଁଥିରୁ ୭ଟି ବଡ ବସ୍ତାରେ ଥିବା ୨୧୦ ପ୍ୟାକେଟ ଗଞ୍ଜେଇ ଜବତ କରିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ପୋଲିସ ଗଞ୍ଜେଇ ଜବତ କରିବା ପରେ ଅନ୍ୟ ଏକ ଏକ୍ସକଟ ଗାଡି ଫେରାର୍ ହୋଅଯାଇଥିଲା କିନ୍ତୁ ପୋଲିସ ପିଛା କରି ଗଞ୍ଜେଇ ବୋପାରୀମାନଙ୍କୁ ଏକ ଢ଼ାବାରୁ ଗିରଫ କରିଥିଲା । ଗିରଫ ଗଞ୍ଜେଇ ମାଫିଆ ସୋନପୁର ଜିଲ୍ଲା ତରଭା ଅଞ୍ଚଳର ଦୀପଙ୍କର ସାହୁ, ଚିତ୍ତ ସାହୁ ଓ ଡ୍ରାଇଭର ସିତାକାନ୍ତ ବୋଲି ଜଣାପଡିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ପିକଅପ ଭ୍ୟାନର ସିକ୍ରେଟ ଚାମ୍ବରରେ ଚାଲିଥିଲା ଗଞ୍ଜେଇ ଚାଲାଣ, କଳାହାଣ୍ଡିରେ ମାଡି ବସିଲା ପୋଲିସ

ମାଜିଷ୍ଟ୍ରେଟ ଧୀରଜ୍ କୁମାର ମେହେର କହିଛନ୍ତି " ଗୋଟିଏ ପିକ ଅପ୍ ଗାଡିରୁ ୨୧୦ ପେକେଟ ଗଞ୍ଜେଇ ଜବତ ଯାଇଛି । ପ୍ରତ୍ୟେକ ପ୍ୟାକେଟରେ ୧ କେଜି ଗଞ୍ଜେଇ ରହିଛି ଏବଂ ଏହାର ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ । ଏଥିରେ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିଥିବାର ସଫଳ ହୋଇଛି ।"ତେବେ ଗଞ୍ଜେଇର ହବ କୁହାଯାଉଥିବା କଣ୍ଟାମାଳ ଅଞ୍ଚଳରୁ ଏହି ଭଳି ବଲାଙ୍ଗୀର ଗୁଡ଼ଭେଲା ତୁଷୁରା ଓ ସୋନପୁର ତରଭା ଦେଇ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହୋଇଥାଏ । ମାଫିଆମାନେ ବିଶେଷ କରି ରାୟପୁର ବିହାର ଓ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ କରିଥାନ୍ତି ବୋଲି ସୂଚନା ମିଳିଛି ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.