ETV Bharat / state

କ୍ରୀଡା ଇତିହାସରେ ନୂଆ ଫର୍ଦ୍ଦ, କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟର୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Mar 30, 2023, 10:05 AM IST

Updated : Mar 30, 2023, 10:12 AM IST

cm naveen patnaik inaugurated Tennis Centre
କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ ହେଲା ଟେନିସ ସେଣ୍ଟର୍

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟର୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 25 କୋଟି ଟଙ୍କାରେ ତିଆରି ହୋଇଛି ଟେନିସ ସେଣ୍ଟର । ଅଧିକ ପଢନ୍ତୁ

କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟର୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ ପରିସରରେ ଟେନିସ୍ ସେଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହିଠାରୁ ବାହାରିବେ ଚମ୍ପିଆନ। କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟରର ଉଦଘାଟନ କ୍ରୀଡା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିଛି । 25 କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ଟେନିସ କେନ୍ଦ୍ରରେ 1400 ଦର୍ଶକ ବସିବାର କ୍ଷମତା ରହିଛି । ଟେନିସ କେନ୍ଦ୍ର ସହ ଆଇଟିଏଫ ଏସିଆନ ଟେନିସ ଚାମ୍ପିଅନସିପର ଲୋଗୋ ଓ ଜର୍ସି ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ବହୁ କ୍ରୀଡା ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଅନ୍ତର୍ଜାତୀୟ ଟେନିସ ଫେଡେରେସନ ଏହି ଟେନିସ ସେଣ୍ଟରକୁ ମାନ୍ୟତା ପ୍ରଦାନ କରିଛନ୍ତି । ଏଠାରେ ଏକ ସିନ୍ଥେଟିକ ସେଣ୍ଟର କୋର୍ଟ ରହିଛି । 1400 ଦର୍ଶକ ବସିବାର କ୍ଷମତା ଏହି ଷ୍ଟାଡିୟମରେ ରହିଛି । ଅନ୍ତର୍ଜାତୀୟ ଟେନିସ ଫେଡେରେସନ ଓ ଏସିଆନ ଟେନିସ ଫେଡେରେସନ ଆନୁକୂଲ୍ୟରେ ଏବେ ଏହି ଷ୍ଟାଡିୟମରେ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଆଉ କିିଛି ଦିନ ପରେ ଆର୍ଥାତ ଏପ୍ରିଲ 4 ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ITF ୧୪ବର୍ଷରୁ କମ ଏସିଆ ଟେନିସ ଡେଭଲପମେଣ୍ଟ ଚମ୍ପିୟାନସିପ ଖେଳାଯିବ। ଏହି ପ୍ରତିଯୋଗୀତାରେ ୧୫ଟି ଦେଶର ଖେଳାଳି ଭାଗ ନେବେ। ଏହି ପ୍ରତିଯୋଗିତାର ଲୋଗୋ ଓ ଜର୍ସିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।

  • CM added that the Centre will also help unearth hidden talents and nurture potential medallists. The Tennis Complex at Kalinga Stadium with 8 synthetics is now capable of hosting matches under the aegis of International Tennis Federation and Asian Tennis Federation. pic.twitter.com/9ATAHnUYkR

    — CMO Odisha (@CMO_Odisha) March 29, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...ବଢ଼େଇ ବାଙ୍କ ଛକରେ ଅଟକିଲା ରୁକୁଣା ରଥ, ଆଜି ପହଞ୍ଚିବ ରାମେଶ୍ବର ମନ୍ଦିରରେ

ଏହି ଟେନିସ ସେଣ୍ଟରରେ ଜାତୀୟ ଓ ଆନ୍ତର୍ଜାତୀୟ ମ୍ଯାଚ ଖେଳିବା ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି। ଏହା ସହିତ ଜିମ୍ନାସିୟମ, ଅଡିଟୋରିୟମ, ମିଡିଆ ରୁମ, ଏବଂ ଖେଳାଳିମାନଙ୍କ ପାଇଁ ବିଶ୍ରାମ ଘର କରାଯାଇଛି । ପାଖାପାଖି ୨୫ କୋଟି ଟଙ୍କା ଖର୍ଚ୍ଚରେ ଏହି ଟେନିସ ସେଣ୍ଟର ତିଆରି ହୋଇଛି । ଜଣାପଡିଛି। ମୁଖ୍ୟମନ୍ତ୍ରୀ ଓଡିଶାକୁ ସ୍ପୋର୍ଟ୍ସ ହବ୍ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ଉଦଘାଟନୀ ଅବସରରେ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଗକୁ ସବୁ ପ୍ରକାର ଖେଳକୁ ପ୍ରାଧାନ୍ୟ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।

ବିଭିନ୍ନ କ୍ରୀଡାରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଥଲେଟଙ୍କୁ ପୁରସ୍କୃତ କରାଯାଇଛି । ଖୋ ଖୋରେ ଅର୍ଚ୍ଚନା ମାଝୀ, ଆଥଲେଟିକରେ ସ୍ବାଧୀନ ମାଝୀ, ଟେନିସରେ ଦେବାଶିଷ ସାହୁ ଓ ପାରା ଆଥଲେଟରେ ଜୟନ୍ତୀ ବେହେରାଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ବିଭିନ୍ନ ଜାତୀୟସ୍ତରୀୟ 45ଜଣ ଖେଳାଳିଙ୍କୁ ନଗଦ ରାଶି ସହ ପୁରସ୍କୃତ କରିଥିଲେ । ଟେନିସ ସେଣ୍ଟର ଉଦଘାଟନ ଅବସରରେ 5-ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଡେଭଲପମେଣ୍ଟ କମିଶନର ଅନୁ ଗର୍ଗ, ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ଯୁବସେବା ବିଭାଗ ସଚିବ ଭିନିଲ କ୍ରୀଷ୍ଣା, ଓସିଟି ସଭାପତି ଅସିତ ତ୍ରୀପାଠୀ ଓ ଓଟିଏ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 30, 2023, 10:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.