ETV Bharat / state

ଆଜି ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

author img

By

Published : Apr 26, 2023, 10:47 AM IST

ଆଜି ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ
ଆଜି ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ

ଭୁବନେଶ୍ବର: ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ଆଜି ବସିବ ପୂର୍ବ ପ୍ରସ୍ତୁତି ବୈଠକ । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବିଗତ ବର୍ଷମାନଙ୍କରେ ଖରାଦିନେ ବାତ୍ୟା ତାଣ୍ଡବ ସୃଷ୍ଟି କରୁଥିବାରୁ ଆଗୁଆ ପ୍ରଶାସନିକ ପ୍ରସ୍ତୁତି ପାଇଁ ବୈଠକ ବସିବ । ବାତ୍ୟା ସମ୍ବନ୍ଧୀୟ ସୂଚନା, ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀର ପରିଚାଳନା, ରିଲିଫ ସାମଗ୍ରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନେଇ ଏଥିରେ ଆଲୋଚନା ହେବ ।

ଗତ କିଛି ବର୍ଷ ହେବ ରାଜ୍ୟରେ ଅଦିନରେ ବାତ୍ୟା ଓ ମାତ୍ରାଧିକ ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହେଉଛି । ଫନି, ୟଶ ଓ ଅମ୍ପାନ ପରି ବାତ୍ୟା ମେ' ମାସ ଖରା ଦିନେ ଆସି ରାଜ୍ୟରେ ତାଣ୍ଡବ ରଚିଛି । ବହୁ ଧନଜୀବନ କ୍ଷୟକ୍ଷତିର କାରଣ ମଧ୍ୟ ସାଜିଛି । ତେବେ ପୂର୍ବରୁ କେବଳ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ବାତ୍ୟା ସୃଷ୍ଟି ହେଉଥିଲା । ଏହାକୁ ଦୃଷ୍ଟିରେ ବିଗତ କିଛି ବର୍ଷ ହେବ ସରକାର ନିଜକୁ ଆଗୁଆ ପ୍ରସ୍ତୁତି କରୁଛନ୍ତି । ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ଅନୁଷ୍ଠିତ ହେବ ।

ଏହାମଧ୍ୟ ପଢନ୍ତୁ: ବରଗଡରୁ ନକଲି ଔଷଧ ଜବତ ଘଟଣା, ୟୁପିରୁ 5 ଜଣ ଗିରଫ

ନିଜ ନିଜ ବିଭାଗର ତଥ୍ୟ ଓ ପ୍ରସ୍ତୁତି ନେଇ ଆଜିର ବୈଠକରେ ଯୋଗ ଦେବାକୁ ସମସ୍ତ ବିଭାଗକୁ ଚିଠି ଲେଖିଥିଲେ ସ୍ବତନ୍ତ୍ର ରିଲିଫ୍ କମିଶନର । ବାତ୍ୟା ସତର୍କତା, ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗର ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଆଲୋଚନା ହେବ । ସେହିପରି ବିକଳ୍ପ ଟେଲିକମ୍ ବ୍ୟବସ୍ଥା, ପାଣିପାଗ ଆକଳନ, ପ୍ରାଣୀ ସମ୍ପଦ ପାଇଁ ଖାଦ୍ୟ, ବହୁମୁଖୀ ଆଶ୍ରୟସ୍ଥଳୀ ଉପରେ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । ରାସ୍ତା ମରାମତି, ବିଦ୍ୟୁତ ପୁନଃ ସଂଯୋଗୀକରଣ, ରାସ୍ତା, ଚାଷ ଓ ଚାଷୀଙ୍କ ସୁରକ୍ଷା ପାଇଁ କନଟିଜେନସି ପ୍ଲାନ ସମେତ ବାତ୍ୟା ସମୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବି ଖସଡ଼ା ପ୍ରସ୍ତୁତ ହେବ । ଲୋକମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସଜାଗ ରହିବା ପାଇଁ ବୈଠକରେ ମୁଖ୍ୟ ଶାସନ ସଚିବ ଆହ୍ୱାନ ଦେବେ ।

ଏହାମଧ୍ୟ ପଢନ୍ତୁ: ନକ୍ସଲ ନାଁରେ ଟ୍ରକ ମାଲିକଙ୍କଠୁ ୧୨୧ କୋଟି ଆଦାୟ, ନ୍ୟାୟିକ ତଦନ୍ତ ଦାବି କଲେ କୋରାପୁଟ ସାଂସଦ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.