ETV Bharat / state

Summer Cyclone Preparations Meeting: ମ୍ୟାନ ପାୱାର, ମେସିନାରୀ ଓ ମନିକୁ ଗୁରୁତ୍ୱ

author img

By

Published : Apr 26, 2023, 6:34 PM IST

Updated : Apr 26, 2023, 7:13 PM IST

Summer Cyclone Preparations Meeting
Summer Cyclone Preparations Meeting

ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନାରେ 3 'M' ମନ୍ତ୍ରକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେଉଛନ୍ତି ସରକାର । ମ୍ୟାନ ପାୱାର ବା ମାନବ ସମ୍ବଳ, ମେସିନାରୀ ବା ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର ଓ ମନି ଅର୍ଥାତ ସଠିକ ସମୟରେ ଅର୍ଥର ପରିଚାଳନା । ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବାତ୍ୟା ସମ୍ପର୍କିତ ସୂଚନା ପାଇଁ ପାରାଦ୍ୱୀପ ଏବଂ ଗୋପାଳପୁରରେ ଡୋପଲର ରାଡାର କାର୍ଯ୍ୟ କରୁଛି । ଯାହା ସାଇକ୍ଲୋନନ ଟ୍ରାକିଂ ଏବଂ ପାଣିପାଗ ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ । ଅଧିକ ପଢନ୍ତୁ

ମ୍ୟାନ ପାୱାର, ମେସିନାରୀ ଓ ମନିକୁ ଗୁରୁତ୍ୱ

ଭୁବନେଶ୍ବର: ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅଗୁଆ ପ୍ରସ୍ତୁତି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ । ବିଗତ ବର୍ଷ ମାନଙ୍କରେ ଖରାଦିନେ ବାତ୍ୟା ତାଣ୍ଡବ ସୃଷ୍ଟି କରୁଥିବାରୁ ଆଗୁଆ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି । ବୈଠକରେ ପରେ ସୂଚନା ଦେଇଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ ଓ ଓସଡମାର ପରିଚାଳନା ନିର୍ଦ୍ଦେଶକ ଡ଼. ଜ୍ଞାନ ଦାସ ।

ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନାରେ 3 'M' ମନ୍ତ୍ରକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେଉଛନ୍ତି ସରକାର । ମ୍ୟାନ ପାୱାର ବା ମାନବ ସମ୍ବଳ, ମେସିନାରୀ ବା ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର ଓ ମନି ଅର୍ଥାତ ସଠିକ ସମୟରେ ଅର୍ଥର ପରିଚାଳନା । ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବାତ୍ୟା ସମ୍ପର୍କିତ ସୂଚନା ପାଇଁ ପାରାଦ୍ୱୀପ ଏବଂ ଗୋପାଳପୁରରେ ଡୋପଲର ରାଡାର କାର୍ଯ୍ୟ କରୁଛି । ଯାହା ସାଇକ୍ଲୋନନ ଟ୍ରାକିଂ ଏବଂ ପାଣିପାଗ ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ । ଏହା ସହ ରାଡାର ଗୁଡିକ ଘୁର୍ଣ୍ଣିଝଡ଼, ବଜ୍ରପାତ, କୁଆପଥର, କାଳବୈଶାଖୀର ପୂର୍ବାନୁମାନ କରିବାରେ ମଧ୍ୟ ସାହାଯ୍ୟ କରିବ । ବାତ୍ୟା ପରିସ୍ଥିତିରେ ଟେଲିକମ ଯୋଗାଯୋଗକୁ କାର୍ଯ୍ୟକ୍ଷମ ରଖିବା ପାଇଁ BSNL ଏବଂ ଟେଲିକମ ସେବା ପ୍ରଦାନକାରୀଙ୍କ ଦ୍ୱାରା ଆପଦକାଳୀନ ବ୍ୟବସ୍ଥା କରାଯାଇଛି । ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଆଗୁଆ ମୋବାଇଲ ଟାୱାର ଗୁଡିକୁ ନିୟୋଜିତ କରିବା ପାଇଁ ଯୋଜନା କରାଯାଇଛି ।

ଏହାବି ପଢନ୍ତୁ- ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ, ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ପୂର୍ବରୁ ମନ୍ତ୍ରୀ ଦେବେ ରିପୋର୍ଟ

ମେ ୧ ତାରିଖରୁ ବିଭାଗ ଓ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବ । ଏହି କଣ୍ଟ୍ରୋଲ ରୁମ ଦାୟିତ୍ୱରେ ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ରହିବେ । ଜୁନ ୧୮ ଓ ୧୯ ତାରିଖରେ ପ୍ରତ୍ୟେକ ବର୍ଷ ଭଳି ସମସ୍ତ ଜିଲ୍ଲା ସଦର ମହକୁମା, ବନ୍ୟା ଏବଂ ବାତ୍ୟା ଆଶ୍ରୟସ୍ଥଳୀ, ବ୍ଲକ ସ୍ତରରେ Table Top Exercise ଓ ବାତ୍ୟା ମକ ଡ୍ରିଲ ହେବ । ସାମ୍ଭାବ୍ୟ ବାତ୍ୟା ପ୍ରବଣ ଅଞ୍ଚଳର ସମସ୍ତ ସେଲ ଫୋନ ଗ୍ରାହକଙ୍କୁ ଭଏସ ମେସେଜ ସହିତ SMS ମାଧ୍ୟମରେ ସାଇକ୍ଲୋନନ ଚେତାବନୀ ଏବଂ IMD ର ଆଲର୍ଟ ମେସେଜ ପଠାଇବାକୁ BSNL କୁ ନିର୍ଦ୍ଦେଶ ଦିଆଯାଇଛି । ୩୧୭ ଟି ଫାୟାର ଷ୍ଟେସନରେ ଆବଶ୍ୟକୀୟ ଉଦ୍ଧାର ଉପକରଣ ଏବଂ ତାଲିମପ୍ରାପ୍ତ ଅଧିକାରୀ ଅଛନ୍ତି । ବାତ୍ୟା ପୂର୍ବରୁ ସେମାନେ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଆଗୁଆ ନିୟୋଜିତ ହେବେ । ରାଜ୍ୟରେ ୩୪୨ ଆଞ୍ଚଳିକ ଅଗ୍ନୀଶମ ସେବା ବାହିନୀ ଯେକୌଣସି ଆପଦକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

NDRF ତୃତୀୟ ବାଟାଲିୟନରେ ୧୭ ଟି ଟିମ ପ୍ରସ୍ତୁତ ଅଛନ୍ତି । ୧୬ ଟି ଟିମ ମୁଣ୍ଡଳୀରେ ଏବଂ ଗୋଟିଏ ଟିମ ବାଲେଶ୍ୱରରେ ଅବସ୍ଥାପିତ ଅଛନ୍ତି । ଏହି NDRF ଟିମ OSDMA ଏବଂ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରେ NDRF ଟିମ ନିୟୋଜିତ ପାଇଁ ସେମାନଙ୍କର ବ୍ୟବହୃତ ଗାଡିକୁ ବିଡିଓ ଓ ତହସିଲଦାରମାନେ ଆବଶ୍ୟକୀୟ ତେଲ ଦେବାପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯିବ । ବାତ୍ୟା ସୂଚନା ଓ ପାଣିପାଗ ପୂର୍ବାନୁମାନ ଏବଂ ଆନୁସଙ୍ଗିକ ସ୍ୱତନ୍ତ୍ର ବୁଲେଟିନ ଅଲ ଇଣ୍ଡିଆ ରେଡିଓ, ଏଫଏମ ଚ୍ୟାନେଲ, ଦୂରଦର୍ଶନ, ସମସ୍ତ ଟିଭି ଚ୍ୟାନେଲ ଏବଂ ଲୋକାଲ କେବୁଲ ଚ୍ୟାନେଲ ଦ୍ୱାରା ପ୍ରସାରିତ କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ପଦକ୍ଷେପ ନେଇଛନ୍ତି ।

୮୭୯ ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସାମ୍ଭାବ୍ୟ ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଉଛି । ଏହି ଆଶ୍ରୟସ୍ଥଳୀ ଗୁଡିକରେ ଥିବା ବିଭିନ୍ନ ଆପଦକାଳୀନ ଉପକରଣ ଓ ଯନ୍ତ୍ରପାତି ଏବଂ ଲାଇଟ ଓ ଜେନେରେଟର ଗୁଡିକୁ ଯାଞ୍ଚ କରିବା ପାଇଁ OSDMA କୁ ନିର୍ଦ୍ଦେଶ ଦିଆଯାଇଛି । ଆଶ୍ରୟସ୍ଥଳୀ ମାନଙ୍କରେ ଥିବା ସଚଳ ଟାୱାର ଲାଇଟର ତାଲିକା ପ୍ରସ୍ତୁତ କରିବା ପାଇଁ OSDMAକୁ ନିର୍ଦ୍ଦେଶ ଦିଆଯାଇଛି । ଜଳ ସମ୍ପଦ ବିଭାଗ ଠିକ ସମୟରେ ବନ୍ୟାର ପୂର୍ବାନୁମାନ, ବିଭିନ୍ନ ନଦୀ ପ୍ରଣାଳୀର ଜଳସ୍ତର ଏବଂ ଜଳ ପ୍ରବାହ ଏବଂ ଜଳଭଣ୍ଡାରର ସୁପରିଚାଳନାକୁ ନିଶ୍ଚିତ କରିବେ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ୱଛତା ଏବଂ ପରିମଳ ଉପରେ ଆବଶ୍ୟକୀୟ ପଦେକ୍ଷପ ନେବା ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବେ । ରାଜ୍ୟ ଓ ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ପାଉଡର, କ୍ଲୋରିନ ଟାବଲେଟ, ଚୂନ ପାଉଡର ଇତ୍ୟାଦି ମହଜୁଦ ରଖିବେ ।

ଏହାବି ପଢନ୍ତୁ- Ratna Bhandar Issue: ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ, ସେବାୟତ କହିଲେ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଙ୍କ ପାଖରେ ୧୦ ଟି ମୋବାଇଲ ଟ୍ରିଟମେଣ୍ଟ ପ୍ଲାଣ୍ଟ ମହଜୁଦ ଅଛି । ଏହି ପ୍ଲାଣ୍ଟ ଗୁଡିକୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆଗୁଆ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଟ୍ୟାଙ୍କର ମାଧ୍ୟମରେ ମଧ୍ୟ ପାନୀୟ ଜଳ ପ୍ରଭାବିତ ଅଞ୍ଚଳକୁ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଜଳଯୋଗାଣ ପ୍ରକଳ୍ପକୁ ତୁରନ୍ତ ପୁନଃରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସେମାନଙ୍କର ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ନିଶ୍ଚିତ କରିବେ । ଏହି ବିଭାଗମାନେ ବାତ୍ୟା ପୂର୍ବରୁ ଆବଶ୍ୟକୀୟ ମାନବ ସମ୍ବଳ, ଯନ୍ତ୍ରପାତି ଆଗୁଆ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରିବେ । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାତ୍ୟା ପରବର୍ତ୍ତୀ ସମୟରେ ଖୁବ୍ କମ୍ ସମୟ ମଧ୍ୟରେ ରିଲିଫ୍ ଲାଇନ କ୍ଲିୟରାନ୍ସ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଓ କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ପୁନଃରୁଦ୍ଧାର ପାଇଁ ବ୍ୟବସ୍ଥା କରିବେ । ଏହି ବିଭାଗମାନେ ଜରୁରୀକାଳୀନ ଯନ୍ତ୍ରପାତିର ତାଲିକା ଆଗୁଆ ପ୍ରସ୍ତୁତ କରି ଜିଲ୍ଲା ମୁଖ୍ୟାଳୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ବନ୍ୟା ସମ୍ବନ୍ଧୀୟ ରୋଗ ପାଇଁ ଆବଶ୍ୟକୀୟ ଔଷଧ, ଜଳ ବିଶୋଧକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାପ କାମୁଡା ଇଞ୍ଜେକ୍ସନ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ସତର୍କ ସୂଚନା ପାଇବା ପରେ ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମା ଗୃହକୁ ଆଣିବା ପାଇଁ ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ବାତ୍ୟା ସମୟରେ ଗୋଖାଦ୍ୟ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ । ମୌସୁମୀ ପୂର୍ବରୁ ପଶୁ ଚିକିତ୍ସାଳୟରେ ଆବଶ୍ୟକୀୟ ପଶୁ ଔଷଧ ମହଜୁଦ ରଖିବା ଏବଂ ଟୀକାକରଣ ଉପରେ ଆଗୁଆ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ବାତ୍ୟା ସମ୍ପର୍କୀତ ସତର୍କ ସୂଚନା ମତ୍ସ୍ୟଜିବୀ ମାନଙ୍କୁ ଆଗୁଆ ପ୍ରସାରଣ କରିବା ପାଇଁ ପଦକ୍ଷେପ ନେବେ । ଶକ୍ତି ବିଭାଗ ବିଦ୍ୟୁତ ବିତରଣ କମ୍ପାନୀଗୁଡିକୁ ସେମାନଙ୍କର ବିପର୍ଯ୍ୟୟ ପରିଚାଳନା ଯୋଜନା ସମୀକ୍ଷା କରି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବେ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣର ଶୀଘ୍ର ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ । ବାତ୍ୟା ପୂର୍ବରୁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଆବଶ୍ୟକୀୟ ମାନବ ସମ୍ବଳ ଏବଂ ଜରୁରୀକାଳୀନ ଯନ୍ତ୍ରପାତି ଆଗୁଆ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।

ମହିଳା ଏବଂ ଶିଶୁ ବିକାଶ ବିଭାଗ ଶିଶୁ ଏବଂ ମହିଳା ମାନଙ୍କ ଯତ୍ନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଆଗୁଆ ଛତୁଆ ଯୋଗାଣ ଉପରେ ଗୁରୁତ୍ୱ ଦେବେ । ଖାଦ୍ୟ ଯୋଗାଣ ଓ ଖାଉଟୀ ବିଭାଗ ବର୍ଷା ଋତୁ ପୂର୍ବରୁ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଆଗୁଆ ଖାଦ୍ୟ ସାମଗ୍ରୀ ଏବଂ PDS ଦ୍ରବ୍ୟ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପେଟ୍ରୋଲ ପମ୍ପ ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ମହଜୁଦ ରଖିବା ପାଇଁ ପଦକ୍ଷେପ ନେବେ । ଚୁଡା, ଗୁଡ, ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ, ମହମବତୀ, ଦିଆସିଲି ଇତ୍ୟାଦି କ୍ରୟ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟୀ ବିଭାଗ ଯୋଗାଣକାରୀଙ୍କ ତାଲିକା ଆଗୁଆ ଚୂଡାନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ବାତ୍ୟା ଓ ବନ୍ୟା ପରିସ୍ଥିତି ସମୟରେ ଆବଶ୍ୟକୀୟ ଫସଲ ଉପଦେଶ ପ୍ରସାର କରିବା ପାଇଁ ପଦକ୍ଷେପ ନେବେ । ୨୦୨୩ ବର୍ଷ ପାଇଁ ଏହି ବିଭାଗ ଆପଦକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେବେ ।

ବିଭିନ୍ନ ବିଭାଗମାନେ ସେମାନଙ୍କର ନୋଡାଲ ଅଫିସର ମାନଙ୍କର ମୋବାଇଲ ନମ୍ବର, ହ୍ୱାଟ୍ସଆପ ନମ୍ବର ଓ ଟେଲିଫୋନ ନମ୍ବର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟକୁ ଏପ୍ରିଲ ୩୦ ତାରିଖ ସୁଦ୍ଧା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନଙ୍କ ସହିତ ସାମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ନେବାକୁ ଥିବା ପଦେକ୍ଷପ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ଅଗ୍ନୀଶମ ସେବା ପୋଲିସ ମହାନିର୍ଦ୍ଦେଶକ, ସ୍ୱତନ୍ତ୍ର ରିଲିଫ କମିଶନର, OSDMA ର ପରିଚାଳନା ନିର୍ଦ୍ଦେଶକ, ସିନିୟର କମାଣ୍ଡାଣ୍ଟ NDRF, ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱରର ସହନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 26, 2023, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.