ETV Bharat / state

Hockey And Gymnastics High Performance Center: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ

author img

By

Published : Jul 19, 2023, 8:31 PM IST

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କ୍ରୀଡ଼ାର ମାନ ବୃଦ୍ଧି ଲାଗି ଓଡ଼ିଶା ଭାଗିଦାରୀ ପ୍ରଣାଳୀକୁ ଆପଣାଇଛି । ନୂଆ ହକି ଏଚପିସି ଓ ଜିମ୍ନାଷ୍ଟିକ୍ସ ଏଚପିସି ଉଦଘାଟିତ ହେବା ଦ୍ବାରା ଓଡ଼ିଶା କ୍ରୀଡ଼ାର ଇକୋସିଷ୍ଟମ ଆହୁରି ଦୃଢ଼ ହେବ । ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ରାଜ୍ୟର ଖେଳାଳି ଆହୁରି ଆଗକୁ ବଢ଼ିପାରିବେ । ଏହି ଏଚପିସି ଆଗାମୀ ନୂତନ ପ୍ରତିଭା ଚିହ୍ନଟ କରିବା ସହ ସମ୍ଭାବ୍ୟ ପଦକ ବିଜେତା କ୍ରୀଡ଼ାବିତଙ୍କୁ ପୋଷଣ ଯୋଗାଇବାରେ ମହତ୍ଵପୂର୍ଣ୍ଣ ଭୂମିକା ତୁଲାଇବ । ଜିମ୍ନାଷ୍ଟିକ୍ସର ଉନ୍ନତି ପାଇଁ ଓଡ଼ିଶା କାର୍ଯ୍ୟ କରିବ । ବିଭିନ୍ନ ପଦକ୍ଷେପ ନେବ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ

ଭୁବନେଶ୍ବର: ଉଦଘାଟିତ ହୋଇଛି ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନବ ନିର୍ମିତ ସେଣ୍ଟରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଅର୍ସଲର ମିତ୍ତଲ, ନିପନ ଷ୍ଟିଲ ଇଣ୍ଡିଆ ସହଯୋଗରେ ଜିମ୍ନାଷ୍ଟିକ୍ସ ଏଚପିସି ଖୋଲାଯାଇଛି । ହକି ଏଚପିସି ସହ ରହିଛି ଟାଟା ଷ୍ଟିଲ ଓ ଟାଟା ଟ୍ରଷ୍ଟ । ମୁଖ୍ୟମନ୍ତ୍ରୀ ପ୍ରଥମେ ଜିମ୍ନାଷ୍ଟିକ୍ସ କେନ୍ଦ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ଏହାର ଜର୍ସି ଉନ୍ମୋଚନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ

ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ରାକେଶ କୁମାର ପାତ୍ର ଏବଂ ତପନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । ଏହା ସହ ସଫଳତା ଲାଗି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଏହି ଅବସରରେ ଏଚପିସି ଅନ୍ତେବାସୀ ଅନ୍ତର୍ଜାତୀୟ ଜିମ୍ନାଷ୍ଟ ରାକେଶ କୁମାର ପାତ୍ରଙ୍କ ସହ ସୈଫ ତାମ୍ବାଲି ଓ ପ୍ରୀତି ଝାଙ୍କର ଜିମ୍ନାଷ୍ଟିକ୍ସ କଳା କୌଶଳ ପ୍ରଦର୍ଶନ କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ନାଭାଲ ଟାଟା ହକି ଏଚପିସିର ନୂତନ ଗୃହ ଉଦଘାଟନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ

ଏହାବି ପଢନ୍ତୁ- ଷ୍ଟିଲ ହକି ମୂର୍ତ୍ତି ଭାଙ୍ଗିବା ଘଟଣା: ଏଯାଏଁ ଆସିଲାନି ତଦନ୍ତ ରିପୋର୍ଟ, ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କ୍ରୀଡ଼ାର ମାନ ବୃଦ୍ଧି ଲାଗି ଓଡ଼ିଶା ଭାଗୀଦାରି ପ୍ରଣାଳୀକୁ ଆପଣାଇଛି । ନୂଆ ହକି ଏଚପିସି ଓ ଜିମ୍ନାଷ୍ଟିକ୍ସ ଏଚପିସି ଉଦଘାଟିତ ହେବା ଦ୍ବାରା ଓଡ଼ିଶା କ୍ରୀଡ଼ାର ଇକୋସିଷ୍ଟମ ଆହୁରି ଦୃଢ଼ ହେବ । ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ରାଜ୍ୟର ଖେଳାଳି ଆହୁରି ଆଗକୁ ବଢ଼ିପାରିବେ । ଏହି ଏଚପିସି ଆଗାମୀ ନୂତନ ପ୍ରତିଭା ଚିହ୍ନଟ କରିବା ସହ ସମ୍ଭାବ୍ୟ ପଦକ ବିଜେତା କ୍ରୀଡ଼ାବିତଙ୍କୁ ପୋଷଣ ଯୋଗାଇବାରେ ମହତ୍ଵପୂର୍ଣ୍ଣ ଭୂମିକା ତୁଲାଇବ । ଜିମ୍ନାଷ୍ଟିକ୍ସର ଉନ୍ନତି ପାଇଁ ଓଡ଼ିଶା କାର୍ଯ୍ୟ କରିବ । ବିଭିନ୍ନ ପଦକ୍ଷେପ ନେବ । ଆମ ରାଜ୍ୟ ଏବଂ ଏଏମ/ଏନଏସ ଇଣ୍ଡିଆ ଜିମ୍ନାଷ୍ଟିକ୍ସର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଦେଖି ବହୁତ ଖୁସି । ଏହି ସହଭାଗିତା ଦେଶରେ ଜିମ୍ନାଷ୍ଟିକ୍ସ ଇକୋସିଷ୍ଟମ ସୃଷ୍ଟି କରିବ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ ଅନେକ ଯୁବ ପ୍ରତିଭାଙ୍କୁ ଏହି ପଦକ୍ଷେପ ପୋଷଣ ପ୍ରଦାନ କରିବ । ହକିର ବିକାଶ ଲାଗି ଏଚପିସି ଏବଂ ଗ୍ରାସରୁଟ କେନ୍ଦ୍ର ପାଇଁ ଟାଟା ଗ୍ରୁପ ସହ ଆମର ସହଭାଗିତା ଲାଗି ବହୁତ ଖୁସି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟାଟା ଗ୍ରୁପ ସହଯୋଗରେ ନୂଆ ତୀରନ୍ଦାଜି ଓ ସ୍ପୋର୍ଟ କ୍ଲାଇମ୍ବି ଏଚପିସି ଖୋଲାଯିବ ବୋଲି ଘୋଷଣା କରିଛନ୍ତି । ଜିମ୍ନାଷ୍ଟିକ୍ସ ପାଇଁ ଅନ୍ତର୍ଜାତୀୟ ମାନର ଉପକରଣ ଭାରତରେ ଜିମ୍ନାଷ୍ଟିକ୍ସକୁ ଆଗକୁ ନେବା ଉଦେଶ୍ୟ ନେଇ ଓଡ଼ିଶାରେ ଖୋଲାଯାଇଛି ଏଏମ/ଏନଏସ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଏଚପିସି । ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ରହିଥିବାବେଳେ ଭଲ ପ୍ରଶିକ୍ଷକଙ୍କୁ ନିଯୁକ୍ତି କରାଯାଇଛି । ଏହି ଏଚପିସିର କ୍ଷମତା ୬୦ ଥିଲାବେଳେ ସଂପ୍ରତି ୩୪ ଜଣ ରହିଛନ୍ତି । ଏଥିରେ ଓଡ଼ିଶାରୁ ୨୦ ଓ ଅନ୍ୟ ରାଜ୍ୟରୁ ଖେଳାଳି ଆସିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ

ଆଗାମୀ ଦିନରେ ତୃଣମୂଳସ୍ତରରେ ଖେଳାଳି ଚୟନ କରାଯାଇ ଏଚପିସିକୁ ଅଣାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମୁଖ୍ୟ ପ୍ରଶିକ୍ଷକ ଅଶୋକ କୁମାର ମିଶ୍ର । ଏହି ଏଚପିସିରୁ ଭାରତୀୟ ଏସୀୟ କ୍ରୀଡ଼ା ଦଳରେ ୨ ଜଣ ରାକେଶ କୁମାର ପାତ୍ର ଓ ତପନ ମହାନ୍ତି ସ୍ଥାନ ପାଇଥିଲା ବେଳେ ଜଣେ ରିଜର୍ଭ ଖେଳାଳି ଅଛନ୍ତି । ଚଳିତ ବର୍ଷ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ ସମୟରେ ଜିମ୍ନାଷ୍ଟିକ ଏଚପିସି ସ୍ଥାପନ ପାଇଁ ଆର୍ସେଲ ମିତ୍ତଲ ଓ ନିପନ ଷ୍ଟିଲ ସହ କିଓଟୋରେ ଏମଓୟୁ ସ୍ବାକ୍ଷରିତ ହୋଇଥିଲା । କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତ ବେହେରା, ଉନ୍ନୟନ କମିସନର ଅନୁ ଗର୍ଗ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, ଏଏମ/ଏନଏସ ଇଣ୍ଡିଆ ଉପନିର୍ଦେଶକ କେଜି କୁବୋଟୋ, ଟାଟା ଷ୍ଟିଲ ଏମଡି ଓ ସିଇଓ ଟିଭି ନରେନ୍ଦ୍ରନ, କର୍ପୋରେଟ ସେବା ଉପସଭାପତି ଚାଣକ୍ୟ ଚୌଧୁରୀ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.