ଷ୍ଟିଲ ହକି ମୂର୍ତ୍ତି ଭାଙ୍ଗିବା ଘଟଣା: ଏଯାଏଁ ଆସିଲାନି ତଦନ୍ତ ରିପୋର୍ଟ, ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ

By

Published : Jul 11, 2023, 8:16 AM IST

Updated : Jul 11, 2023, 11:17 AM IST

thumbnail

ରାଉରକେଲା: ରାଉରକେଲା ସହରର ବିମାନ ବନ୍ଦରରେ ଥିବା ବିଶାଳ ଷ୍ଟିଲ ଷ୍ଟାଚ୍ୟୁ ଭାଙ୍ଗିବା ଘଟଣାକୁ ନେଇ ପ୍ରଶାସନର ନୀରବତାକୁ ନେଇ ଉଠିଛି ପ୍ରଶ୍ନ । 36 ଲକ୍ଷ ଟଙ୍କା ବ୍ୟୟରେ ଏହି ୪୦ ଫୁଟର ଏହି ବିଶାଳ ମୂର୍ତ୍ତି ଷ୍ଟିଲରେ ନିର୍ମାଣ ହୋଇଥିଲା । ହେଲେ ଗତ 11 ତାରିଖରେ ସାମାନ୍ୟ ବର୍ଷାରେ ଏହା ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ପଡିଥିଲା । ମୂର୍ତ୍ତି ଭାଙ୍ଗିବା ପରେ ରାଉରକେଲା ମହାନଗର ନିଗମ ଏକ ଉଚ୍ଚସ୍ତରୀୟ ଟିମ୍‌ ତିଆରି କରି ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ  । ଏଥିସହ ଅଭିଯୋଗ ହୋଇଥିଲା ଯେ, ଏହି ଷ୍ଟିଲ୍‌ ହକି ପ୍ରତିମୂର୍ତ୍ତିକୁ କିଏ କାଟିବା ପାଇଁ ଚେଷ୍ଟା କରିଛି । କିନ୍ତୁ ଘଟଣାକୁ ଇତିମଧ୍ୟରେ ଏକ ମାସ ବିତିଗଲା ପରେ ମଧ୍ୟ ରାଉରକେଲା ମହାନଗର ନିଗମ କୌଣସି ରିପୋର୍ଟ ସାର୍ବଜନୀନ କରିନାହିଁ । ତେବେ ଦୀର୍ଘ ଦିନର ଏହି ନୀରବତା ଓ ତଦନ୍ତ ରିପୋର୍ଟ ପ୍ରକାଶ କରିବାରେ ବିଳମ୍ବ ଯୋଗୁଁ ବେଆଇନ କାର୍ଯ୍ୟ ହୋଇଥିବା ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ରାଉରକେଲା ସମ୍ବାଦଦାତା ସ୍ମୃତି ରଞ୍ଜନ ବେହେରା । 

ଇଟିଭି ଭାରତ, ରାଉରକେଲା

Last Updated : Jul 11, 2023, 11:17 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.