ETV Bharat / state

BJP to File Charge Sheet: 108 ପ୍ରସଙ୍ଗ ନେଇ ବିଜେଡି ବିରୋଧରେ ଚାର୍ଜସିଟ ଆଣିବ ବିଜେପି: LOP

author img

By ETV Bharat Odisha Team

Published : Sep 4, 2023, 7:11 PM IST

ଜୟ କହିଛନ୍ତି ରାଜ୍ୟର ଗୁରୁତ୍ବପୂର୍ଣ୍ଣ 108ଟି ପ୍ରସଙ୍ଗକୁ ନେଇ ଦଳ ପ୍ରସ୍ତୁତ କରିଛି ଚାର୍ଜସିଟ । 5T ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ମଧ୍ୟ ଚାର୍ଜ ସିଟରେ ରହିବ । ସଚିବ କେଉଁ କ୍ଷମତାରେ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି, କେଉଁ କ୍ଷମତା ବଳର ସମସ୍ତ ଠିକା କାମ ତାମିଲନାଡୁ ଲୋକଙ୍କୁ ଦେଉଛନ୍ତି । ଏହି ପ୍ରସଙ୍ଗ ମଧ୍ୟ ଚାର୍ଜସିଟରେ ରହିବ । ଅଧିକ ପଢନ୍ତୁ

108 ପ୍ରସଙ୍ଗକୁ ନେଇ ବିଜେଡି ବିରୋଧରେ ଚାର୍ଚସିଟ ଆଣିବ ବିଜେପି: LOP
108 ପ୍ରସଙ୍ଗକୁ ନେଇ ବିଜେଡି ବିରୋଧରେ ଚାର୍ଚସିଟ ଆଣିବ ବିଜେପି: LOP

108 ପ୍ରସଙ୍ଗ ନେଇ ବିଜେଡି ବିରୋଧରେ ଚାର୍ଜସିଟ ଆଣିବ ବିଜେପି

ଭୁବନେଶ୍ବର: ରାଜ୍ୟର 108 ଟି ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ପ୍ରସ୍ତୁତ କରିଛି ଚାର୍ଜସିଟ । 5T ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ମଧ୍ୟ ଚାର୍ଜସିଟରେ ରହିବ । ସଚିବ କେଉଁ କ୍ଷମତାରେ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି । ଏହାସହ କେଉଁ କ୍ଷମତାରେ ଓଡ଼ିଶାର ସବୁ କାମ ତାମିଲନାଡୁ ଲୋକଙ୍କୁ ଦେଉଛନ୍ତି ଏହି ପ୍ରସଙ୍ଗ ମଧ୍ୟ ଚାର୍ଜସିଟରେ ରହିବ । ଏହି ଚାର୍ଚସିଟକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ । ଏନେଇ ଆଜି ସୂଚନା ଦେଇଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।

ଏହାବି ପଢନ୍ତୁ- କୋର କମିଟି ବୈଠକରେ ଗୁରୁତ୍ବରୂର୍ଣ୍ଣ ନିଷ୍ପତ୍ତି, ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରୋଡ ମ୍ୟାପ୍ !

ଜୟ କହିଛନ୍ତି ଯେ ରାଜ୍ୟର ଗୁରୁତ୍ବପୂର୍ଣ୍ଣ 108 ଟି ପ୍ରସଙ୍ଗକୁ ନେଇ ଦଳ ପ୍ରସ୍ତୁତ କରିଛି ଚାର୍ଜସିଟ । 5T ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ମଧ୍ୟ ଚାର୍ଜ ସିଟରେ ରହିବ । ସଚିବ କେଉଁ କ୍ଷମତାରେ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି, କେଉଁ କ୍ଷମତା ବଳର ସମସ୍ତ ଠିକା କାମ ତାମିଲନାଡୁ ଲୋକଙ୍କୁ ଦେଉଛନ୍ତି । ଏହି ପ୍ରସଙ୍ଗ ମଧ୍ୟ ଚାର୍ଜସିଟରେ ରହିବ । ସରକାରଙ୍କ ବିଫଳତା, ଦୁର୍ନୀତିରେ ଲିପ୍ତ ରହିବା ପ୍ରସଙ୍ଗ ଚାର୍ଜସିଟରେ ରହିବ । କୋଇଲା ଦୁର୍ନୀତି ଠାରୁ ଆରମ୍ଭ କରି ଲୁହା ଦୁର୍ନୀତି, ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଭଳି ପ୍ରସଙ୍ଗ ସହ 108 ଦଫା ଚାର୍ଜସିଟ ତିଆରି କରିଛି ଦଳ । ଓଡିଶାର 30ଟି ଜିଲ୍ଲାରେ ଅନେକ ପ୍ରକାର ଦୁର୍ନୀତି ହୋଇଛି । ଯେଉଁ ଜିଲ୍ଲାରେ ଯେଉଁ ଅଞ୍ଚଳରେ ଯେଉଁ ଦୁର୍ନୀତି ହୋଇଛି ସେହି ପ୍ରସଙ୍ଗ ସେହି ଜିଲ୍ଲାରେ ଚାର୍ଚସିଟରେ ସ୍ଥାନ ପାଇବ । ଜୟ କହିଛନ୍ତି ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଆରମ୍ଭ ହୋଇସାରିଛି । ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣା ଏବଂ ବିକ୍ଷୋଭ ଚାଲିଛି । ତେଣୁ ପଞ୍ଚାୟତ, ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ ଦିଆଯିବ ।

ଏହାବି ପଢନ୍ତୁ- ସଚିବଙ୍କୁ ଲିଜରେ 'ଓଡ଼ିଶା' ଦେଇଛନ୍ତି ମୁଖ୍ୟମନ୍ତ୍ରୀ: ଜୟ ନାରାୟଣ

ସେହିପରି 5T ସଚିବଙ୍କ ହେଲିକପ୍ଟର ବୁଲା ବିବାଦକୁ ନେଇ ଜୟ ନାରାୟଣ ମିଶ୍ର କହିଛନ୍ତି, ଗତକାଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟ୍ବିଟ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। 5T ସଚିବଙ୍କ ହେଲିକପ୍ଟର ବୁଲାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଆରଟିଆଇରେ ତାହା ସାମ୍ନାକୁ ଆସି ସାରିଛି । ଆରଟିଆଇରେ ଉତ୍ତର ନିଜେ ସରକାର ଦେଇଛନ୍ତି । ତେଣୁ ବିଧାନସଭାରେ ମଧ୍ୟ ସରକାର ଉତ୍ତର ଦେବେ । ଆରଟିଆଇ ଠିକ ନା ବିଧାନସଭାରେ ସରକାର ଦେବା ଉତ୍ତର ଠିକ ତାହା ବିଧାନସଭାରେ ନିଷ୍ପତ୍ତି ହେବ । ମୁଖ୍ୟମନ୍ତ୍ରୀ ବୁଲିବା ପାଇଁ କେହି ମନା କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ବୁଲନ୍ତୁ ଏବଂ ସବୁ କାର୍ଯ୍ୟର ସର୍ଭେ କରନ୍ତୁ । କେମିତି ସବୁ ପ୍ରକଳ୍ପ ତିଆରି ହେବା ପରେ ଭୁଶୁଡ଼ି ପଡୁଛି, ସେଇଟା ବି ଦେଖନ୍ତୁ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମ୍ବିଧାନିକ ମୁଖ୍ୟ ଭାବେ ବୁଲିବେ । କିନ୍ତୁ ତାଙ୍କୁ କେଉଁ କ୍ଷେତ୍ରରେ ବିରୋଧ କରାଯିବ ଖୁବଶୀଘ୍ର ସେ ନେଇ ନିଷ୍ପତ୍ତି ନିଆଯିବ । ଏତେ ଦିନ ପର୍ଯ୍ୟନ୍ତ କେଉଁଠି ଶୋଇଥିଲେ, ଏବେ କେମିତି ଚେଇଁଲେ । ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ଦେବେ ନାହିଁ କି ବୋଲି ପ୍ରଶ୍ନ କଲେ ଜୟ ନାରାୟଣ । ଯଦି ନିର୍ବାଚନର ଦୁଇ ଚାରି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗୁଛି, ତାହେଲେ ଏତେ ଦିନ ହେଲା କୁଆଡ଼େ ଶୋଇଥିଲେ । ଏବେ କହୁଛନ୍ତି ସବୁ ଜିଲ୍ଲା ଗସ୍ତ କରିବେ। ତେଣୁ ନିର୍ବାଚନ ପାଖେଇ ଆସିଲାଣି ସେଥିପାଇଁ କହୁଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.