ETV Bharat / state

ସଚିବଙ୍କୁ ଲିଜରେ 'ଓଡ଼ିଶା' ଦେଇଛନ୍ତି ମୁଖ୍ୟମନ୍ତ୍ରୀ: ଜୟ ନାରାୟଣ

author img

By ETV Bharat Odisha Team

Published : Sep 3, 2023, 6:02 PM IST

ବିସ୍ଫୋରକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ ନବୀନ ଓ 5T ସଚିବ ଭିକେ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ଅଧିକ ପଢନ୍ତୁ

Jayanarayan mishra slams naveen
ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ଜୟନାରାୟଣଙ୍କ ଟାର୍ଗେଟ୍

ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ଜୟନାରାୟଣଙ୍କ ଟାର୍ଗେଟ୍

ଭୁବନେଶ୍ବର: ସୁସ୍ଥ ହୋଇ ଫେରିବା ପରେ ବିସ୍ଫୋରକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, "ଆଗାମୀ ଦିନରେ ନବୀନ ପଟ୍ଟନାୟକ ଗାଦିଚ୍ୟୁତ ହେବେ । ଏଥର ଲଢେଇ ଜୋରଦାର ହେବ। ପାଣ୍ଡିଆନଙ୍କୁ ଲିଜରେ ଦେଇ ସରକାର ଚଳାଇଥିବା ନବୀନ ପଟ୍ଟନାୟକଙ୍କ ସରକାର ଗାଦିଚ୍ୟୁତ ହେବ। ରାଜ୍ୟ ସରକାର ଅନ୍ୟାୟ, ଅତ୍ୟାଚାର ଏବଂ ବ୍ୟଭିଚାରର ସୀମା ପାର କରୁଛନ୍ତି, ଯାହାଦ୍ୱାରା ନବୀନ ଏବଂ ପାଣ୍ଡିଆନ ଜେଲ ଯିବେ। ବିଜେପି ସରକାର ତଥା କେନ୍ଦ୍ର ସରକାର ଏମାନଙ୍କୁ ଜେଲରେ ପୁରାଇବେ ।" କୋର କମିଟି ବୈଠକରୁ ବାହାରିବା ପରେ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଏହା ବି ପଢନ୍ତୁ...ପାଣ୍ଡିଆନଙ୍କ 75ଥର ହେଲିକପ୍ଟର ଗସ୍ତ, ଖର୍ଚ୍ଚ ହେଲାଣି 500କୋଟି; ଜବାବ ମାଗିଲା ବିଜେପି
ବିରୋଧୀ ଦଳ ନେତା ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସଚିବଙ୍କୁ ଲିଜ ଦେଇ ଏ ସରକାର ଚଲେଇଛନ୍ତି। ଏହି ଲିଜ ସରକାର ବହୁତ ଜଲଦି ବନ୍ଦ ହେବାକୁ ଯାଉଛି ଏବଂ ଏହି ଦୁଇଜଣ ଜେଲ ଯିବେ। ଏମାନେ ଓଡିଶାରେ ବହୁତ ଖରାପ ଶାସନ କଲେଣି। ପାଣ୍ଡିଆନ ବାବୁ ଏବଂ ନବୀନ ପଟ୍ଟନାୟକ ଗଣତନ୍ତ୍ରକୁ ଯେଉଁଭଳି ଭାବେ ପରିହାସ କରୁଛନ୍ତି ସେ ବିଷୟରେ ସମସ୍ତେ ଜାଣିଛନ୍ତି। ଜଣେ ସାଧାରଣ କର୍ମଚାରୀ ଯେମିତି ଓଡ଼ିଶାର ସର୍ବେ ସର୍ବା ହୋଇଛି, ମାଲିକ ହୋଇଛି ଏବଂ ତାଙ୍କୁ ଓଡିଶା ଲିଜ୍‌ରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ରାଜ୍ୟ ପ୍ରତି ଅନ୍ୟାୟ । ଆଗୁଆ ନିର୍ବାଚନ କଥା ମୋତେ ଜଣା ନାହିଁ । କିନ୍ତୁ ଆଗାମୀ ନିର୍ବାଚନରେ ବିଜେପି ଓଡିଶାରେ ଆସୁଛି ।"

ଏହା ବି ପଢନ୍ତୁ...ରାଜ୍ୟ BJP କୋର କମିଟି ବୈଠକ ଆରମ୍ଭ, 2024 ରୋଡମ୍ୟାପ ନେଇ ଆଲୋଚନା

ସୂଚନା ଅନୁସାରେ, ରାଜ୍ଯରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଓଡ଼ିଶାର ସବୁ ଜିଲ୍ଲା ଗସ୍ତ କରୁଛନ୍ତି । ଯାହାକୁ ନେଇ ବିଜେପି ବିରୋଧ କରି ଆସୁଛି । ଜୟ ନାରାୟଣ ମିଶ୍ର "ମୁଖ୍ୟମନ୍ତ୍ରୀ ନିଜେ କୁଆଡ଼େ ଯାଉନଥିବାବେଳେ ତାଙ୍କ ବ୍ୟକ୍ତିଗତ ସଚିବ ବା 5T ସଚିବ ଭିକେ ପାଣ୍ଡିଆନ ସମସ୍ତ ଜିଲ୍ଲା ଗସ୍ତ କରୁଛନ୍ତି । ତାଙ୍କ ମନ୍ତ୍ରୀମାନେ କିଛି କରିପାରୁନାହାନ୍ତି । ସଚିବଙ୍କ ଗସ୍ତରେ କାମ ତଦାରଖ କରୁଛନ୍ତି ବିଧାୟକ ଏବଂ ମନ୍ତ୍ରୀ । ଯାହା ଗଣତନ୍ତ୍ରକୁ ଉପହାସ କରୁଛି ।" ଏପରି କିଛି କହି ସଚିବଙ୍କ ହେଲିକପ୍ଟର ଗସ୍ତକୁ ବିରୋଧ କରିଛି ବିଜେପି । ଏନେଇ ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.