ETV Bharat / state

ନବୀନବାବୁଙ୍କ ସତ୍ ସାହାସ ଥିଲେ ସିବିଆଇ ତଦନ୍ତ ପାଇଁ ଚିଠି ଲେଖନ୍ତୁ: ବିଜେପି

author img

By ETV Bharat Odisha Team

Published : Dec 9, 2023, 8:54 PM IST

Updated : Dec 9, 2023, 10:07 PM IST

BJP targets BJD Government over IT raid
BJP targets BJD Government over IT raid

ଆଇଟି ରେଡକୁ ନେଇ ବିଜେଡ଼ିକୁ ଟାର୍ଗେଟ କଲା ବିଜେପି । ପ୍ରେସମିଟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଅଧିକ ପଢନ୍ତୁ

ନବୀନବାବୁଙ୍କ ସତ୍ ସାହାସ ଥିଲେ ସିବିଆଇ ତଦନ୍ତ ପାଇଁ ଚିଠି ଲେଖନ୍ତୁ: ବିଜେପି

ଭୁବନେଶ୍ବର: ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧିରଜ ସାହୁଙ୍କ କଳା ସାମ୍ରାଜ୍ୟ ୫୦୦ କୋଟି ଛୁଇଁପାରେ ବୋଲି ଆକଳନ କରିଛି ବିଜେପି । ରାଜ୍ୟ ସରକାରଙ୍କ ଇଓଡବ୍ଲ୍ୟୁ ଗୃହ ବିଭାଗକୁ ଟାର୍ଗେଟ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡ଼ିଶା ସରକାରଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ନେଇ ମନମୋହନ କହିଛନ୍ତି । ନବୀନ ବାବୁଙ୍କ ସତ୍ ସାହାସ ଥିଲେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଚିଠି ଲେଖନ୍ତୁ ବୋଲି କହି ସେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲା ଟାର୍ଗେଟ କରିଛନ୍ତି ।

ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧିରଜ ସାହୁଙ୍କ କଳା ସାମ୍ରାଜ୍ୟ ୫୦୦ କୋଟି ଛୁଇଁ ପାରେ ବୋଲି ଆକଳନ କରିଛି ବିଜେପି । ରାଜ୍ୟ ସରକାରଙ୍କ eow ଗୃହ ବିଭାଗକୁ ଟାର୍ଗେଟ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, " ଓଡ଼ିଶା ସରକାରଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ପାଖରେ ଖବର ଥିବା ବେଳେ ରାଜ୍ୟ ସରକାର କିପରି ଜାଣି ପାରୁନାହାଁନ୍ତି । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି ଗୋଟି ଗୋଟି କରି କଳା ଟଙ୍କା ଆଦାୟ କରାଯିବ। ଏତେ ପରିମାଣର ଟଙ୍କା ଗୋଟିଏ ଜାଗାରୁ ବାହାରିବ ଲଜ୍ଜାଜନକ । ନବୀନବାବୁଙ୍କ ସତ୍ ସାହାସ ଥିଲେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଚିଠି ଲେଖନ୍ତୁ । ସାହୁ ବ୍ରଦର ଏଣ୍ଡ କମ୍ପାନୀକୁ ରାଜ୍ୟ ସରକାର ସୁରକ୍ଷା ଦେଉଥିଲେ ନା ନାହିଁ ସ୍ପଷ୍ଟ ତା ଆସିବ ଦରକାର।"

ଏହା ବି ପଢନ୍ତୁ- ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ: 176ଟି ଟଙ୍କା ବ୍ୟାଗ ଜବତ, ମାତ୍ର 46 କୋଟି ହୋଇଛି ଗଣତି

ମନମୋହନ ଆହୁରି କହିଛନ୍ତି, "ଚଢାଉର ଚତୁର୍ଥ ଦିନରେ ଟଙ୍କା ଗଣା ଚାଲିଛି । ସାରା ଦେଶରେ ଥରକେ ଏତେ କଳା ଟଙ୍କା ଜବତ ପ୍ରଥମ ଘଟଣା । ଟଙ୍କା ଗଣି ଗଣି ବ୍ୟାଙ୍କ ଓ ଆଇଟି ଅଧିକାରୀ ହାଲିଆ ହେଲେଣି । କଂଗ୍ରେସ ସାଂସଦ ଧୀରେଜ ସାହୁଙ୍କ କଳା ସାମ୍ରାଜ୍ୟକୁ ସଂରକ୍ଷଣ ଦେଉଥିଲେ ବିଜେଡି ସରକାର । ଏହି ଧୀରଜ ସାହୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ବେଶ ଘନିଷ୍ଠ ଓ ଭାରତ ଯୋଡ ଯାତ୍ରାରେ ମଧ୍ୟ ତାଙ୍କ ସହ ସାମିଲ ହୋଇଥିଲେ । "

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ଏହି ଜବତ କଳାଟଙ୍କା କାହାର ? ଏତେ ଟଙ୍କା କେଉଁଠୁ ଆସିଲା ? ଓଡ଼ିଶାରେ ଗୋଟିଏ ଜାଗାରେ କାହିଁକି ଠୁଳ ହେଲା ? ବାର୍ଷିକ ୧୨୦କୋଟି ଟଙ୍କାର ବ୍ୟବସାୟର କରୁଥିବା ସାହୁ ବ୍ରଦର୍ସ ଆଣ୍ଡ କୋଙ୍କ ନିକଟରୁ ଏତେ ଟଙ୍କା ଆସିଲା କେଉଁଠୁ ? ସ୍ବଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ରାଜ୍ୟରେ ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜ୍ୟାଜନକ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କାହିଁକି ନୀରବ ? ମୁଖ୍ୟମନ୍ତ୍ରୀଙ୍କ ନୀରବତା ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛି ବିଜେପି ।

ଦେଶବାସୀଙ୍କୁ ବିକାଶର ଗ୍ୟାରେଣ୍ଟି ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତିଗ୍ରସ୍ତ ଲୋକଙ୍କଠାରୁ ଗୋଟି ଗୋଟି ଟଙ୍କା ଅସୁଲ କରିବାର ଗ୍ୟାରେଣ୍ଟି ଦେଉଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ନିଜେ ସ୍ବଚ୍ଛ ବୋଲି ଡିଣ୍ଡିମ ପିଟୁଛନ୍ତି ତାହାଲେ ନିଜର ଓ ଦଳର ସ୍ବଚ୍ଛତା ଏବଂ ଓଡ଼ିଶାର ସ୍ବାର୍ଥ ପାଇଁ ଏଭଳି କଳାକାରନାମାର ସିବିଆଇ ଦ୍ବାରା ତଦନ୍ତ କରନ୍ତୁ ବୋଲି ବିଜେପି କହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 9, 2023, 10:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.