ETV Bharat / state

ସ୍କୁଲ କଲେଜରେ ଆଉ ଶୈକ୍ଷିକ ବାତାବରଣ ନାହିଁ: ବିଜେପି

author img

By ETV Bharat Odisha Team

Published : Dec 27, 2023, 6:54 PM IST

ସ୍କୁଲ କଲେଜରେ ଆଉ ଶୈକ୍ଷିକ ବାତାବରଣ ନାହିଁ
ସ୍କୁଲ କଲେଜରେ ଆଉ ଶୈକ୍ଷିକ ବାତାବରଣ ନାହିଁ

Sex Racket in College: ଗଞ୍ଜାମ ହିଞ୍ଜିଳିକାଟୁ କଲେଜ୍‌ରେ ସେକ୍ସ ରାକେଟ୍‌ ଚାଲିଥିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । କହିଲେ ବିଜେଡି ସରକାରର ମନ୍ତ୍ରୀ ଓ ବିଧାୟକ ମାନେ ଏଭଳି କାର୍ଯ୍ୟରେ ଲିପ୍ତ ରୁହନ୍ତି । ଅଧିକ ପଢ଼ନ୍ତୁ

ସ୍କୁଲ କଲେଜରେ ଆଉ ଶୈକ୍ଷିକ ବାତାବରଣ ନାହିଁ

ଭୁବନେଶ୍ବର: କଲେଜ କ୍ୟାମ୍ପସରେ ଚାଲିଛି ସେକ୍ସ ରାକେଟ୍‌ ! ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଗତ ଦୁଇ ବର୍ଷ ହେଲା ସେକ୍ସ ରାକେଟ୍‌ କାରବାର ଚାଲୁଛି ବୋଲି ଅଭିଯୋଗ ଆସିଛି । ଏହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାତି ସମୟରେ କଲେଜ କ୍ୟାମ୍ପସରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ଆସିଛି । ହେଲେ ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ଖବର ନାହିଁ । ଏନେଇ ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । ବିଜେଡି ସରକାରର ମନ୍ତ୍ରୀ ଓ ବିଧାୟକ ମାନେ ଏଭଳି କାର୍ଯ୍ୟରେ ଲିପ୍ତ ରୁହନ୍ତି, ତେଣୁ ସେମାନେ କଣ ଉତ୍ତର ଦେବେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।

ମନୋଜ କହିଛନ୍ତି, "ବିଜେଡି ଯେଉଁ ମାଆକୁ ସମ୍ମାନ କଥା କହୁଛି, ଏକଥା ତାହାର ଏକ ଉଦାହରଣ । ଏଭଳି ଘଟଣା କିଛି ନୂଆ ନୁହେଁ, ପୂର୍ବରୁ ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ଆସୁଛି । ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା । ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ନାଁରେ ମଧ୍ୟ ଏଭଳି ସଙ୍ଗୀନ ଅଭିଯୋଗ ପୂର୍ବରୁ ଆସିଛି । ଯେହେତୁ ଅନେକ ବର୍ଷ ଧରି କ୍ଷମତାରେ ରହି ଆସିଛି, ସେଥିପାଇଁ ସରକାରୀ ସ୍ତରରେ ଓ ବାହାରେ ବିଶୃଙ୍ଖଳା କରୁଛନ୍ତି । ଅପରାଧିକ ତତ୍ତ୍ବ କାୟା ବିସ୍ତାର କଲେଣି । ଅପରାଧୀମାନେ ଭାବୁଛନ୍ତି ସେମାନେ ଯେତେ ଅପରାଧ କଲେ ତାଙ୍କୁ ସରକାରୀ ସୁରକ୍ଷା ମିଳିବ । ଅପରାଧୀ ମାନେ ସରକାରୀ ଦଳର ଛତ୍ରଛାୟାରେ ଅଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ! ଅଭିଯୋଗ ପରେ ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

ସେପଟେ ବିଭାଗୀୟ ମନ୍ତ୍ରୀଙ୍କୁ ଏ ବିଷୟରେ ପଚାରିଲେ, ସେ ଚୁପ୍‌ ରହୁଛନ୍ତି । ଏନେଇ ବିଜେପି ମୁଖପାତ୍ର କହିଛନ୍ତି, "ମନ୍ତ୍ରୀ ଉତ୍ତର ନଦେବା ସ୍ବାଭାବିକ । ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଜଣେ ଝିଅକୁ ଉଠାଇ ନେଇ ଆସିଲେ । ତାହା ମନ୍ତ୍ରୀଙ୍କୁ ଦେଖାଗଲାନି । ତେଣୁ ମନ୍ତ୍ରୀ ଏ ପ୍ରସଙ୍ଗରେ ଉତ୍ତର ନଦେବା ସ୍ବାଭାବିକ । ଆଗରୁ ତାଙ୍କ ଦଳରେ ବହୁ ମନ୍ତ୍ରୀଙ୍କ ନାମରେ ଅଭିଯୋଗ ହୋଇଛି । ମନ୍ତ୍ରୀମାନେ କଲେଜରେ ରାତିରେ ରୁହନ୍ତି । ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କଥା ରାଜ୍ୟବାସୀ ଜାଣିଛନ୍ତି । ଏହା ବଡ଼ ଉଦାହରଣ । ବିଜେଡି ସରକାରରେ ସ୍କୁଲ ଓ କଲେଜ ଗୁଡ଼ିକରେ ଆଉ ଶୈକ୍ଷିକ ବାତାବରଣ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.