ETV Bharat / state

କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ! ଅଭିଯୋଗ ପରେ ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

author img

By ETV Bharat Odisha Team

Published : Dec 27, 2023, 8:32 AM IST

Etv Bharat
Etv Bharat

Sex Racket In College: କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ଚାଲୁଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜରୁ ଏହି ଅଭିଯୋଗ ଆସିଛି । ଅଧିକ ପଢ଼ନ୍ତୁ


ଭୁବନେଶ୍ବର: କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ! ଏଭଳି ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜରୁ । ରାତିରେ ସମୟରେ ଏହି କଲେଜ କ୍ୟାମ୍ପସରେ ସେକ୍ସ ରାକେଟ ଚାଲୁଥିବା ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଛି । ଯାହାକୁ ନେଇ ବିଭାଗ ଉଦବେଗ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛି । ଉଚ୍ଚ ଶିକ୍ଷା ବିଭାଗ ଦେଇଥିବା ଅଭିଯୋଗ ଚିଠିରେ ଦର୍ଶାଇଛି ଯେ, ଗତ ଦୁଇ ବର୍ଷ ହେଲା କଲେଜ କ୍ୟାମ୍ପସ ମଧ୍ୟରେ ଏଭଳି ସେକ୍ସ ରାକେଟ୍‌ କାରବାର ଚାଲୁଛି । ଏଥିସହ ଉକ୍ତ କଲେଜରେ ଅନେକ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିଛି ।

କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍
କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍

ଅଭିଯୋଗ ହୋଇଛି ଯେ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜ କ୍ୟାମ୍ପସରେ ରାତି ସମୟରେ ସେକ୍ସ ରାକେଟ୍‌ ଚାଲୁଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେବେ କେବଳ ଗଞ୍ଜାମ ନୁହେଁ ସାରା ରାଜ୍ୟରୁ ଅଧ୍ୟାପକଙ୍କ ବିରୋଧରେ ଏବେ ମାଳ ମାଳ ଅଭିଯୋଗ ଆସିଛି । ଭୁବନେଶ୍ୱର, ସମ୍ବଲପୁର ବାଲେଶ୍ଵର ଏବଂ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସମସ୍ତ କଲେଜ ଅଧ୍ୟକ୍ଷ ସମେତ ଅଧ୍ୟାପକମାନଙ୍କ ବିରୋଧରେ ଆସୁଛି ମାଳମାଳ ସଙ୍ଗୀନ ଅଭିଯୋଗ । କେଉଁଠି କଲେଜର ସାମଗ୍ରୀକୁ ନେଇ ଦୁର୍ନୀତି ତ ଆଉ କେଉଁଠି ଅଧ୍ୟାପକ ନିଯୁକ୍ତି ଏବଂ ଆର୍ଥିକ କାରବାରରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ମାଳ ମାଳ ଦୁର୍ନୀତିଗ୍ରସ୍ତ ଅଧ୍ୟକ୍ଷ ଓ ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, କଟକର କନ୍ଦରପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସାରଦା ପ୍ରସନ୍ନ ମହାପାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି । ସେ ଯୁକ୍ତ ତିନି ବିଜ୍ଞାନ କଲେଜ ଖୋଲିବା ନାମରେ ପ୍ରାୟ 50 ଲକ୍ଷ କଲେଜର ଟଙ୍କା ଅପବ୍ୟବହାର କରିଛନ୍ତି । ପୂର୍ବତନ ଅଧ୍ୟକ୍ଷ ଅନିୟମିତତା ଭାବରେ ଅଧ୍ୟାପକଙ୍କୁ ନିଯୁକ୍ତି କରିବା, ମୋଟା ଅଙ୍କର ଦରମା ଦେବା ଭଳି କାର୍ଯ୍ୟ କରୁଥିଲେ । କୌଣସି କାମ ନକରି ମଧ୍ୟ ଅନାବଶ୍ୟକ ଭାବେ ପ୍ରାୟ 7 ଲକ୍ଷ ଟଙ୍କା ପ୍ରଦାନ କରିଥିବା ଅଭିଯୋଗ ହୋଇଥିବା ବେଳେ ଏଭଳି ଅନେକ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି ।

ଏପଟେ ପ୍ରିନ୍ସିପାଲ ଇନ୍-ଚାର୍ଜ ବି.ସି. ଦାସ ଜଣେ ଅବସରପ୍ରାପ୍ତ ଗ୍ରୁପ୍-ଡିର ପିଆନକୁ ବିନା ଅନୁମତିରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ ନିୟୋଜିତ କରିଥିବା ଅଭିଯୋଗ ରହିଛି । ସେ ପ୍ରତ୍ୟେକ ମାସ କଲେଜ ପାଣ୍ଠିରୁ ତାଙ୍କୁ ଦେୟ ପ୍ରଦାନ କରୁଛନ୍ତି । ଅନ୍ୟପଟେ କଲେଜର ଜଣେ କର୍ମଚାରୀଙ୍କ କ୍ୱାର୍ଟର୍ସକୁ ରଖିବା ସହ ଏକକାଳୀନ ଭାବରେ କ୍ୱାର୍ଟର୍ସରୁ ଘର ଭଡା ଗ୍ରହଣ କରିବା ପରି ଅଭିଯୋଗ ହୋଇଛି । ଆହୁରି ମଧ୍ୟ, ସେହି କଲେଜର ଅଧ୍ୟାପକମାନେ ପ୍ରିନ୍ସିପାଲଙ୍କ ଚାମ୍ବର ଭିତରେ ପ୍ରବେଶ କରିବା ପାଇଁ ଅନୁମତି ଦିଅନ୍ତି ନାହିଁ । କଲେଜର ମହିଳା ହଷ୍ଟେଲ ଭିତରେ “ଗାୟତ୍ରୀ ଲଜ୍‌”ର ବ୍ୟବସ୍ଥା କରାଯାଇଛି । ସେଠାରେ ବାହାର ଲୋକଙ୍କ ସାମାଜିକ କାର୍ଯ୍ୟ, ବିବାହ କାର୍ଯ୍ୟ କରାଯାଉଥିବା ବେଳେ ଏଭଳି କି ଅନେକ କାର୍ଯ୍ୟକ୍ରମ ପାଇଁ କଲେଜ ପଡିଆ ବ୍ୟବହାର କରିବାକୁ ଅନୁମତି ଦିଆଯାଉଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.