ETV Bharat / state

ଫିଟୁଛି କାଶ୍ମୀର ଯୁବକ ବୁଖାରିର ନୁଆ ଲିଙ୍କ୍, ଇନଫର୍ମରରୁ ପାଲଟିଥିଲା ଦେଶ ବିରୋଧୀ

author img

By ETV Bharat Odisha Team

Published : Dec 23, 2023, 6:58 AM IST

Big Revealed of Bukhari: ଦିନେ ଦେଶ ପାଇଁ ଇନଫର୍ମର ସାଜିଥିବା ବୁଖାରି ଦେଶ ବିରୋଧୀ ସାଜିଥିବା କୁହାଯାଉଛି । ରିମାଣ୍ଡର ଚତୁର୍ଥ ଦିନରେ ଏସଟିଏଫ ଆଗରେ ସତ ଓଗାଳିଛି ବୁଖାରି । ଅଧିକ ପଢନ୍ତୁ

ଆତଙ୍କୀ ବୁଖାରିର ନୂଆ ଲିଙ୍କ୍
ଆତଙ୍କୀ ବୁଖାରିର ନୂଆ ଲିଙ୍କ୍

ଭୁବନେଶ୍ବର: ଫିଟୁଛି ଆତଙ୍କୀ ବୁଖାରିର ନୂଆ ଲିଙ୍କ୍ । ଦିନେ ଦେଶ ପାଇଁ ଇନଫର୍ମର ସାଜିଥିବା ବୁଖାରି ଦେଶ ବିରୋଧୀ ସାଜିଥିବା କୁହାଯାଉଛି । ରିମାଣ୍ଡର ଚତୁର୍ଥ ଦିନରେ ଏମିତି କିଛି ତଥ୍ୟ STF ଜାଣିବାକୁ ପାଇଛି । ନିଜକୁ ଇନଫର୍ମର ବୋଲି ଏସଟିଏଫ ଆଗରେ କହିଛି ବୁଖାରି । ସୂଚନା ଅନୁସାରେ, ପୂର୍ବରୁ ସେ କେତେକ ବରିଷ୍ଠ ଅଧିକାରୀଙ୍କ ନିକଟତର ଥିଲା । ଆଉ ଏଥିପାଇଁ ଦଶମ ପାସ ପରେ ଯୁକ୍ତ ଦୁଇ ପଢୁଥିବାବେଳେ ଭଲ କାମ ପାଇଁ ତାଙ୍କୁ ଅନେକ ସୁବିଧା ମଧ୍ୟ ଦିଆଯାଉଥିଲା। ଏପରିକି ସହଜରେ ସମ୍ବେଦନଶୀଳ ଅଞ୍ଚଳରେ ବିଚରଣ କରୁଥିଲା। ଅନେକ ତଥ୍ୟ ଯୋଗାଡ କରି ପୋଲିସ ଓ ଜାତୀୟ ସୁରକ୍ଷା ସମ୍ପର୍କିତ ଏଜେନ୍ସିର ସାହାଯ୍ୟ କରୁଥିଲା। ଏହାସହ ଆତଙ୍କୀ ଖବର ଦେଇ କେତେକ ଦେଶ ବିରୋଧୀ କାର୍ଯ୍ୟକୁ ଭଣ୍ଡୁର କରିବାରେ ସେ ସଫଳ ମଧ୍ୟ ହୋଇଛି । ଏନେଇ ତାକୁ ଇନଫର୍ମର ଭାବେ ବ୍ୟବହାର କରୁଥିଲେ କିଛି ଏଜେନ୍ସି । କେତେବେଳେ ନିଜକୁ ଆର୍ମି ଡାକ୍ତର ତ କେତେବେଳେ ନିଜକୁ ପିଏମଓ ଅଧିକାରୀ ଭାବେ ସେ ବିଭିନ୍ନ ସ୍ଥାନରେ ପରିଚୟ ଦେଇ ଆସିଛି ।

ଧିରେ ଧିରେ ତଥ୍ୟ ସଗ୍ରହ କରି କରି ଗୁପ୍ତଚର ପାଲଟିଯାଇଥିଲା । ଟଙ୍କା ରୋଜଗାର ନିଶା ତାକୁ ଭୁଲ ବାଟକୁ ଟାଣିନେଲା । ଅନେକ ଲୋକଙ୍କୁ ଠକିବା ସହ ଗୁପ୍ତଚର ଜ୍ଞାନ ଆଧାରରେ କିଛି ଡକୁମେଣ୍ଟର ନକଲ କରି ବ୍ୟାଙ୍କରୁ ଋଣ ନେଇ ଠକେଇ କରିଥିଲା ବୁଖାରି । ଏସବୁ ଅପରାଧିକ କାର୍ଯ୍ୟ ପାଇଁ ପୋଲିସ ଓ କିଛି ଜାତୀୟ ସୁରକ୍ଷା ଏଜେନ୍ସି ପାଇଁ ସେ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ରହିଥିଲା । ଏପରିକି ତାନାରେ କାଶ୍ମୀର ପୋଲିସ ପାଖରେ ବୁଖାରି ନାଁରେ ୨ଟି ମାମଲା ହୋଇଥିଲା । କିଛି କେସରେ ମଧ୍ୟ ଗିରଫ ହୋଇ ଜେଲ ଯାଇଥିଲା ବୁଖାରି। ସୁଧୁରିଯିବା କଥା କହି ଧିରେ ଧିରେ ଦେଶ ବିରୋଧୀ କାମ କରିବା ଆରମ୍ଭ କଲା । ସୋସିଆଲ ମିଡିଆରେ ନିଜର ଭିନ୍ନ ଭିନ୍ନ ପରିଚୟ କରି କିଛି ମହିଳାଙ୍କୁ ବିବାହ କଲା । ସେମାନଙ୍କ ଟଙ୍କାରେ ଅନେକ କିଛି ଷଡ଼ଯନ୍ତ୍ର କଲା । ଏନେଇ କିଛି ଏଜେନ୍ସି ଠୁ ଲୁଟିବା ପାଇଁ ଭିନ୍ନ ଭିନ୍ନ ଜାଗା ବଦଳାଇ ଅନେକ ମହିଳାଙ୍କୁ ବିବାହ କଲା । ମିଳିଥିବା ସୂଚନା ଅନୁସାରେ, ସେ ଏପର୍ଯ୍ୟନ୍ତ ୩ ଜଣଙ୍କୁ ଛାଡପତ୍ର ଦେଇ ସାରିଛି ।

ଏହା ବି ପଢନ୍ତୁ...ବୁଖାରିକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ, 5 ବର୍ଷ ତଳେ ଆତଙ୍କୀ ଲିଙ୍କ ଅଭିଯୋଗ ଆଣିଥିଲେ ସାମ୍ବାଦିକ


କାଶ୍ମୀରରେ ସେ ସେହନାଜ୍ ଅଖତରଙ୍କୁ ବିବାହ କରିଥିଲେ । ପରେ ମୋହସିନା ଚନ୍ଦ୍ରାଖିଙ୍କୁ ମହାରାଷ୍ଟ୍ରର ସୋଲାପୂର୍ରେ ବିବାହ କରିଥିଲେ । ଏହାପରେ ଲକ୍ଷ୍ନୌର ରିୟଙ୍କା ସିଂଙ୍କୁ ବିବାହ କରି ଲଭ୍ ଜିହାଦ କେସରେ ମଧ୍ୟ ଜଡିତ ଥିଲା। ପରେ ଓଡ଼ିଶା ଆସି ଯାଜପୁରର ଜଣେ ମହିଳାଙ୍କୁ ବିବାହ କରି ରହୁଥିଲା । ଏଠାରେ ମଧ୍ୟ ଆଧାରକାର୍ଡ କରିଥିବା ଜାଣିବାକୁ ପାଇଛି ଏସଟିଏଫ । ସେ ଇଂରାଜୀ, ହିନ୍ଦୀ,ଡଙ୍ଗରୀ, ଉର୍ଦ୍ଦୁ, ମରାଠୀ, ପଞ୍ଜାବୀ ଭାଷାରେ ପାରଙ୍ଗମ । ତା ନିକଟରୁ ବିଭିନ୍ନ ୟୁନିଭର୍ସିଟିର ସାର୍ଟିଫିକେଟ ଉଦ୍ଧାର ହୋଇଛି । ସେ କେଉଁ କେଉଁ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଛି ସେନେଇ ଜାତୀୟ ସୁରକ୍ଷା ଏଜେନ୍ସି ଜରିଆରେ ତନାଘନା ଚଳାଇଛି ଏସଟିଏଫ ଟିମ୍।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.