ETV Bharat / state

ବୁଖାରିକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ, 5 ବର୍ଷ ତଳେ ଆତଙ୍କୀ ଲିଙ୍କ ଅଭିଯୋଗ ଆଣିଥିଲେ ସାମ୍ବାଦିକ

author img

By ETV Bharat Odisha Team

Published : Dec 20, 2023, 6:16 PM IST

Updated : Dec 20, 2023, 7:05 PM IST

Journalist Complain Against Bukhari: ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସୟିଦ ଇଶାନ ବୁଖାରିକୁ ଗତକାଲି 5 ଦିନିଆ ରିମାଣ୍ଡରେ ନେଇଛି ଭୁବନେଶ୍ୱର ଏସଟିଏଫ ଟିମ୍ । ତେବେ 5ବର୍ଷ ତଳେ ବୁଖାରି ନାଁରେ ଆତଙ୍କୀ ଲିଙ୍କ ଥିବା ନେଇ ଅଭିଯୋଗ ଆଣିଥିଲେ ଜଣେ ସାମ୍ବାଦିକ । ଅଧିକ ପଢନ୍ତୁ

complain against bukhari
ସୟିଦ ଇଶାନ ବୁଖାରି ନାଁରେ ଅଭିଯୋଗ

ସୟିଦ ଇଶାନ ବୁଖାରି ନାଁରେ ଅଭିଯୋଗ

ଯାଜପୁର: ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସୟିଦ ଇଶାନ ବୁଖାରିକୁ ଗତକାଲି 5 ଦିନିଆ ରିମାଣ୍ଡରେ ନେଇଛି ଭୁବନେଶ୍ୱର ଏସଟିଏଫ ଟିମ୍ । ବୁଖାରି ସମ୍ବନ୍ଧରେ କିଛି ନୂଆ ତଥ୍ୟ ବର୍ତ୍ତମାନ ସାମନାକୁ ଆସିଛି l 5ବର୍ଷ ତଳେ ବୁଖାରୀ ନାଁରେ ଧର୍ମଶାଳା ଥାନାରେ ଏତଲା ହୋଇଥି୍ଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ସେହି ସମୟର ଘଟଣାକୁ ନେଇ ସନ୍ଦିଗ୍ଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ୱର ଉଠାଇଛନ୍ତି କିଛି ଲୋକ । ବୁଖାରୀକୁ ରିମାଣ୍ଡରେ ନେବା ପରେ ଏସଟିଏଫ୍ ଟିମ୍ ଅଧିକ ତଦନ୍ତ କରିବା ନେଇ ସୂଚନା ମିଳିଛି ।

ତେବେ ସୟଦ ଇସାନ ବୁଖାରି ଯାଜପୁରରେ କିଭଳି ରହିଥିଲା, 5 ବର୍ଷ ଧରି କାହା ସହାୟତାରେ ସେ ଏଭଳି କାର୍ଯ୍ୟ କରୁଥିଲା ଏ ତମାମ ତଥ୍ୟ ବାବଦରେ 5ଦିନ ରିମାଣ୍ଡ ଅବଧି ମଧ୍ୟରେ ବୁୁଖାରିକୁ ପଚରାଉଚରା କରାଯିବ ବୋଲି ଜଣାପଡିଛି । ସନ୍ଦିଗ୍ଧ କାଶ୍ମୀରି ଆତଙ୍କି ସୟଦ ଇସାନ ବୁଖାରିକୁ ନେଇ ଯାଜପୁରରେ ଜୋର ଧରିଛି ଚର୍ଚ୍ଚା । STF ଟିମ୍ ଗତ ଦୁଇଦିନ ତଳେ ଚଣ୍ଡିଖୋଲ JMFC କୋର୍ଟରେ ବୁଖାରିକୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ଗତକାଲି (ମଙ୍ଗଳବାର) ଯାଜପୁର ରୋଡ ସବ୍ ଜେଲରୁ ତାକୁ 5ଦିନିଆ ରିମାଣ୍ଡରେ ନେବା ପରେ କିପରି ସତ ଓଗାଳୁଛି ତାହା ଜଣାପଡିବ । ପ୍ରକୃତରେ ଏହି ବ୍ୟକ୍ତି ଜଣକର ପ୍ରକୃତ ପରିଚୟ କ'ଣ ? ସେ ଯାଜପୁର ଜିଲ୍ଲାକୁ କାହିଁକି ଆସିଥିଲା ? କ'ଣ କରୁଥିଲା ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ସେପଟେ ବୁଖାରିର ପତ୍ନୀଙ୍କୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲରୁ ବହିଷ୍କୃତ କରିଥିବା ସୂଚନା ମିଳିଛି l


ଏହା ବି ପଢନ୍ତୁ...ବୁଖାରି ନାଁରେ ମିଳିଲା ଲଭ ଜିହାଦ ପ୍ରମାଣ, ପାକିସ୍ତାନୀ ତାରିକ୍ ମାସୁଦର ଚେଲା ସନ୍ଦେହ


ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସୟିଦ ଇଶାନ ବୁଖାରିକୁ ନେଇ ଆସିଛି ନୂଆ ତଥ୍ୟ l ସୂଚନା ଅନୁସାରେ, ଯାଜପୁର ଧର୍ମଶାଳା ଅଞ୍ଚଳରେ ବୁଖାରି ଆତ୍ମଗୋପନ କରିଥିଲା l ସେହି ସମୟରେ ତାଙ୍କର କାର୍ଯ୍ୟକଳାପକୁ ଦେଖି ଦିଲଦାର ଚାନ୍ଦ ନାମକ ଜଣେ ସାମ୍ବାଦିକ ବୁଖାରି ବିରୋଧରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ତତ୍କାଳୀନ ଧର୍ମଶାଳା ଥାନା ଅଧିକାରୀ ବୁଖାରିର କାଗଜପତ୍ର ଯାଞ୍ଚ କରିଥିଲେ ଏବଂ ପଚରାଉଚରା କରିଥିଲେ । ପରବର୍ତ୍ତୀ ସମୟରେ ବୁଖାରିର ପତ୍ନୀ ମିଛରେ ବଦନାମ୍ କରାଯାଉଥିବା ଅଭିଯୋଗ ଆଣିବାରୁ ପୋଲିସ ଦ୍ୱାରା ଆକ୍ରୋଶର ଶିକାର ହୋଇଥିଲେ ସାମ୍ବାଦିକ ଦିଲଦାର ଚାନ୍ଦ । ଏହି ଘଟଣା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ । ତେବେ "ଏହି ସନ୍ଦିଗ୍ଧ ଜଣଙ୍କ ଯାଜପୁର ଜିଲ୍ଲାକୁ କାହିଁକି ଟାର୍ଗେଟ କଲା? ଏହି ଜିଲ୍ଲାରେ କାହା ସହାୟତାରେ ନିଜ ଆତଙ୍କବାଦୀ କାର୍ଯ୍ୟକଳାପକୁ ଚଳାଇଥିଲା" ଏସବୁ ଦିଗ ଉପରେ ଏସଟିଏଫ ଟିମ ତଦନ୍ତ କରିବାକୁ ବୃଦ୍ଧିଜୀବୀମାନେ ନିବେଦନ କରିଛନ୍ତି l

ଇଟିଭି ଭାରତ, ଯାଜପୁର

Last Updated : Dec 20, 2023, 7:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.