ସପତ୍ନୀକ ଭୋଟ ଦେଲେ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର - SANTRUPT MISRA CAST HIS VOTE

By ETV Bharat Odisha Team

Published : May 25, 2024, 9:27 AM IST

thumbnail
ସପତ୍ନୀକ ଭୋଟ ଦେଲେ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର (ETV Bharat Odisha)

କଟକ: ଆଜି ଦେଶରେ 6ଷ୍ଠ ପର୍ଯ୍ୟାୟ ସହ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ରାଜ୍ୟରେ ମୋଟ 6 ଲୋକସଭା ଆସନ 42 ଆସନରେ ଭୋଟିଂ ଜାରି ରହିଛି । ସେହିକ୍ରମରେ ବିଭିନ୍ନ ଦଳର ପ୍ରାର୍ଥୀ ଓ ବରିଷ୍ଠ ରାଜନେତାମାନେ ସେମାନଙ୍କର ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିବା ଜାରି ରଖିଛନ୍ତି । କଟକ ସଂସଦୀୟ ଆସନରୁ ବିଜେଡି ଟିକେଟରେ ଚଳିତଥରର ପ୍ରାର୍ଥୀ ହୋଇଥିବା ସଂତୃପ୍ତ ମିଶ୍ର ନିଜ ପତ୍ନୀଙ୍କ ସହ ଆସି ମତଦାନ କରିଛନ୍ତି । ଏହା ସହ ସେ ସମସ୍ତଙ୍କୁ ଭୋଟ ଦେବାକୁ ନିବେଦନ ମଧ୍ୟ କରିଛନ୍ତି । ପ୍ରଥମ ଥର ନିର୍ବଚନ ଲଢୁଥିବା ସଂତୃପ୍ତଙ୍କ ବିପକ୍ଷରେ ବରିଷ୍ଠ ରାଜନେତା ତଥା କଟକର 6ଥର ସାଂସଦ ଭର୍ତ୍ତୃହରି ମହତାବ ରହିଛନ୍ତି । ବିଜେଡି ପ୍ରାର୍ଥୀ ସଂତୃପ୍ତ ଓ ବିଜେପି ପ୍ରାର୍ଥୀ ଭର୍ତ୍ତୃହରିଙ୍କ ମଧ୍ୟରେ ଲଢେଇ ହେଉଛି । କଟକର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.