ETV Bharat / state

Bahanaga Train Tragedy: ସତ ହେବ ପ୍ରଧାନମନ୍ତ୍ରୀଙ୍କ କଡ଼ା ବଚନ ! ବାହାନଗା ଟ୍ରେନ ଦୁର୍ଘଟଣା ଦୋଷୀଙ୍କୁ ମିଳିବ ଦଣ୍ଡ

author img

By ETV Bharat Odisha Team

Published : Sep 2, 2023, 10:50 PM IST

ଦେଶର ବଡ ରେଳ ଦୁର୍ଘଟଣା ଥିଲା ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା । ଦୁର୍ଘଟଣାକୁ ନେଇ ସାରା ଦେଶରେ ଚହଳ ପଡିଥିଲା । ପାଖାପାଖି 300ଯାତ୍ରୀଙ୍କ ଜୀବନ ଯାଇଥିଲା ପୁରା ଘଟଣାର ତଦନ୍ତ ଭାର ରେଳବାଇ ସିବିଆଇକୁ ଦେଇଥିଲା । ସିବିଆଇ ତଦନ୍ତ ନିର୍ଦ୍ଦେଶ ପାଇବାର 24 ଘଣ୍ଟା ମଧ୍ୟରେ ତଦନ୍ତ ଆରମ୍ଭ କରିଥିଲା । ପ୍ରାରମ୍ଭିକ ଯାଞ୍ଚ ପରେ ସିବିଆଇ 3 ଜଣ ରେଳ ଅଧିକାରୀଙ୍କୁ ଗିରଫ କରିଥିଲା । ଅଧିକ ପଢନ୍ତୁ
Bahanaga Train Tragedy: CBI ଦାଖଲ କଲା ଚାର୍ଚସିଟ, ଘଟଣାକୁ ପୁରିଲା 3 ମାସ
Bahanaga Train Tragedy: CBI ଦାଖଲ କଲା ଚାର୍ଚସିଟ, ଘଟଣାକୁ ପୁରିଲା 3 ମାସ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା । ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି କୋର୍ଟରେ ଦାଖଲ କରିଛି ଚାର୍ଚସିଟ । ଦୁର୍ଘଟଣାର ୩ମାସ ପରେ ଆଜି ଦାଖଲ କରିଛି ଚାର୍ଜସିଟ। ଖୁବଶୀଘ୍ର ଆରମ୍ଭ ହେବ ନ୍ୟାୟିକ ବିଚାର ପ୍ରକ୍ରିୟା । ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶୃତି ଏବେ ପୂରଣ ହେବ ବୋଲି ଆଶା କାରଯାଉଛି । ରେଳ ଦୁର୍ଘଟଣା ପରେ ବାହାନଗା ଆସି ପ୍ରଧାନମନ୍ତ୍ରୀ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ।

ଦେଶର ବଡ ରେଳ ଦୁର୍ଘଟଣା ଥିଲା ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା । ଦୁର୍ଘଟଣାକୁ ନେଇ ସାରା ଦେଶରେ ଚହଳ ପଡିଥିଲା । ପାଖାପାଖି 300ଯାତ୍ରୀଙ୍କ ଜୀବନ ଯାଇଥିଲା ପୁରା ଘଟଣାର ତଦନ୍ତ ଭାର ରେଳବାଇ ସିବିଆଇକୁ ଦେଇଥିଲା । ସିବିଆଇ ତଦନ୍ତ ନିର୍ଦ୍ଦେଶ ପାଇବାର 24 ଘଣ୍ଟା ମଧ୍ୟରେ ତଦନ୍ତ ଆରମ୍ଭ କରିଥିଲା । ପ୍ରାରମ୍ଭିକ ଯାଞ୍ଚ ପରେ ସିବିଆଇ 3 ଜଣ ରେଳ ଅଧିକାରୀଙ୍କୁ ଗିରଫ କରିଥିଲା ।

ଆଜି ସିବିଆଇ ପ୍ରେସ ରିଲିଜ ଯୋଗେ ସୂଚନା ଦେଇ କହିଛି ତିନିଜଣ ରେଳ କର୍ମଚାରୀ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର‌ଖାନ , ଟେକ୍ନିସିଆନ ପପୁ କୁମାର‌ ଯାଦବ ନାଁରେ ହୋଇଛି ଚାର୍ଜସିଟ। ଆଇପିସିର ଧାରା 304(Part II)-ହତ୍ୟା ଉଦ୍ଦେଶ୍ୟରେ ନଥାଇ ମୃତ୍ୟୁ ହେବା, 201-ପ୍ରମାଣ ଲୁଚାଇବା ବା ସେଭଳି କାର୍ଯ କରିଥିବା ,153 of Railways Act, 1989-ରେଳ କର୍ମଚାରୀର ଯାତ୍ରାରେ ଓ ସୁରକ୍ଷାରେ ବାଧା ଦେଲା ଭଳି‌ କାର୍ଯ୍ୟ , ୩୪ ଏକାଧିକ ବ୍ୟକ୍ତିଙ୍କଙ୍କ ସମ୍ପୃକ୍ତି ଆଧାରରେ ଚାର୍ଜସିଟ ଦାଖଲ କରାଯାଇଛି। ଏନେଇ ଘଟଣାରେ‌‌ ସଂଗୃହୀତ ତଥ୍ୟ ଓ ପ୍ରମାଣ ଆଧାରରେ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ଏଥିରେ‌ କିଛି ସାକ୍ଷୀଙ୍କ ବୟାନ ସହ ଅନେକ ଡକ୍ୟୁମେଣ୍ଟର ପ୍ରମାଣ ଆଦି ଦର୍ଶାଯାଇଛି।

ଏହାବି ପଢନ୍ତୁ- Odisha Train Accident: ବାଲେଶ୍ଵର ରେଳ ଦୁର୍ଘଟଣାରେ ଓଡ଼ିଶାରୁ ୩୯ ମୃତ

ସୂଚନାଯୋଗ୍ୟଯେ ୨ ଜୁନ ୨୦୨୩ ରେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ସହ ଯୋଶବନ୍ତପୁର ଓ ହାୱଡା ଓ ମାଲବାହୀ ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏହା ଦେଶର ବଡ ଟ୍ରେନ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୨୯୬ ଯାତ୍ରୀ ଙ୍କର ମୃତ୍ୟୁ ହେବା ସହ ୧୨୦୦ ରୁ ଅଧିକ ଆହତ ହୋଇଥିଲେ। ଏନେଇ ଘଟଣା ସ୍ଥଳକୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ, ଏକାଧିକ କେନ୍ଦ୍ରମନ୍ତ୍ରୀ ଘଟଣା ସ୍ଥଳକୁ ଆସି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ।

ଅନ୍ୟପଟେ ଏହି ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨୮ ଜଣଙ୍କ ପରିଚୟ ମିଳିପାରିନାହିଁ। ଏହି ୨୮ ଜଣଙ୍କ ମର ଶରୀର ଏବେ ବି ଏମସରେ ସଂରକ୍ଷିତ ରଖାଯାଇଛି । କିଛି ମୃତଦେହର ଦାବିଦାର ଆସୁନଥିବାବେଳେ ଆଉ କିଛି ମୃତଦେହ ଚିହ୍ନଟ ହୋଇ ପାରୁନାହିଁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.