ETV Bharat / state

Odisha Train Accident: ବାଲେଶ୍ଵର ରେଳ ଦୁର୍ଘଟଣାରେ ଓଡ଼ିଶାରୁ ୩୯ ମୃତ

author img

By

Published : Jun 6, 2023, 5:03 PM IST

Updated : Jun 6, 2023, 5:26 PM IST

ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ଓଡିଶାର ୩୯ ଜଣ ମୃତକ । କ୍ଷତିପୂରଣ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Odisha Train Accident
Odisha Train Accident

ଭୁବନେଶ୍ବର: ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଓଡିଶାର ୩୯ ଜଣଙ୍କର ଦେହାନ୍ତ ହୋଇଛି । ମୃତକ ୭ ଟି ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୧.୯୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଦାନ କରାଯିବ ।

ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ଓଡିଶାର ୩୯ ଜଣ ମୃତକ । କ୍ଷତିପୂରଣ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଉଛି । ମୃତକଙ୍କ ମଧ୍ୟରେ ଭଦ୍ରକର ୮ ଜଣ, ଯାଜପୁରର ୨ ଜଣ, ବାଲେଶ୍ବରର ୧୪ ଜଣ, ମୟୁରଭଞ୍ଜର ୯ ଜଣ, ଖୋର୍ଦ୍ଧାର ୨ ଜଣ, କଟକର ୩ ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି । ମୃତକଙ୍କର ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲ ।

ଏହାବି ପଢନ୍ତୁ- Balasore Train Tragedy: ବାହାନଗାରେ CBI ଟିମ୍, ସବୁ ଦିଗରୁ ତଦନ୍ତ ହେବ କହିଲେ CPRO

ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 278 ଯାତ୍ରୀଙ୍କ ଦେହାନ୍ତ ହୋଇଥିବା ବେଳେ, ଶତାଧିକ ଆହତଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଚାଲିଛି । ଚିହ୍ନଟ ହୋଇନଥିବା ମୃତଦେହ ଗୁଡିକ ଭୁବନେଶ୍ବରର ବିଭିନ୍ନ ମେଡିକାଲରେ ସଂରକ୍ଷିତ ରଖାଯାଇଛି । ମୃତ ଦେହର ଚିହ୍ନଟ ଓ ପରିବାରକୁ ହସ୍ତାନ୍ତର ପାଇଁ ଭୁବନେଶ୍ବର ମହାନଗର ନିଗମ ଓ ଭାରତୀୟ ରେଳବାଇ ଏକାଧିକ ୱେବସାଇଟ ଲିଙ୍କ ଜାରି କରିବା ସହ 24 ଘଣ୍ଟିଆ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି । ମୃତଦେହ ନେବା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି ।

ଅନ୍ୟପଟେ ଆଜି ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ, କଟକ ଆସି ନିଜ ରାଜ୍ୟର ଲୋକଙ୍କୁ ସାକ୍ଷାତ କରୁଛନ୍ତି ମମତା ବାନାର୍ଜୀ । ମମତା ବାନାର୍ଜୀଙ୍କ ସହ 2 ଜଣ ମନ୍ତ୍ରୀ ମଧ୍ୟ ଓଡିଶା ଆସିଛନ୍ତି । ଦୁଇ ମନ୍ତ୍ରୀ ଭୁବନେଶ୍ବର ଏମସ ଯାଇଥିବା ବେଳ ମମତା କଟକ ଏସସିବି ଯାଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2023, 5:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.