ETV Bharat / state

Vigilance Trap: ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ

author img

By

Published : Sep 29, 2022, 10:41 PM IST

Vigilance Trap: ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ
Vigilance Trap: ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ

ଭିଜିଲାନ୍ସ ପଞ୍ଝାରେ (vigilance raid) ଅତିରିକ୍ତ ଯୋଗାଣ ଅଧିକାରୀ । 50ହଜାର ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ (Assistant Civil Supplies Officer of Khorda) ବିଷ୍ଣୁ ଚରଣ ପରିଡାଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ ।

ଖୋର୍ଦ୍ଧା: ଭିଜିଲାନ୍ସ ପଞ୍ଝାରେ (vigilance raid) ଅତିରିକ୍ତ ଯୋଗାଣ ଅଧିକାରୀ । 50ହଜାର ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭୁବନେଶ୍ୱର ଭିଜିଲାନ୍ସ ଟିମ । ଯୋଗାଣ ଅଧିକାରୀ ଜଣକ ହେଲେ ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ( Assistant Civil Supplies Officer of Khorda) ବିଷ୍ଣୁ ଚରଣ ପରିଡା । ପ୍ରତିନିଧୀଙ୍କ ଠାରି ଲାଞ୍ଚ ନେଉଥିବା ବେଳେ ମାଡିବାସିଲା ଭିଜିଲାନ୍ସ ।

ଏହା ମଧ୍ୟ ପଢନ୍ତୁ:BJP-BJD Power Show: ଗର୍ଜିଲେ ନଡ୍ଡା, ସରକାର ଗଠନ ନେଇ ଦେଖାଇଲେ ଦମ୍ଭୋକ୍ତି, ନବୀନ ବି ଦେଲେ ମନ୍ତ୍ର

ସୂଚନାଅନୁସାରେ, ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପରିଡା ଧାନ ମିଲ ଚଳାଇବାକୁ 50ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି । ସେପଟେ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ଭୁବନେଶ୍ୱର ଭୋଇନଗର ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଆଜି ଗୋଟିଏ ଦିନରେ ତିନିଜଣ ସରକରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ(Salandi Canal Division Superintendent engineer) ଶ୍ରୀମନ୍ତ କୁମାର ସେଠୀଙ୍କ ସହ ତାଙ୍କ ଭିଣୋଇ କରୁଣାକର ସେଠୀଙ୍କୁ ଅଟକ ରଖିଛି ଭିଜିଲାନ୍ସ ଟିମ । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ଵର ଭିଜିଲାନ୍ସ ବିଭାଗ ଅଧୀକ୍ଷକ ନରହରି ନାୟକ । ପ୍ରତି ସପ୍ତାହରେ ଥରେ ଠିକାଦାରଙ୍କ ଠାରୁ ବେଆଇନ ଭାବେ ଟଙ୍କା ନେଇ ଭିଣୋଇଙ୍କ ଦ୍ବାରା ଘରକୁ ପଠାଉଥିବା ନେଇ ସୂଚନା ରହିଛି ।

ଏହାସହ ଭିଜିଲାନ୍ସ ଜାଲରେ ଏକ ଫରେଷ୍ଟ ଗାର୍ଡ ମଧ୍ୟ ପଡିଛନ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଫରେଷ୍ଟ ରେଞ୍ଜର ଫୋରେଷ୍ଟ ଗାର୍ଡ ଲକ୍ଷ୍ମୀ ନାରାୟଣ ସ୍ବାଇଁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି(Forest Guard in Patnagarh Forest Range in Vigilance Trap) । ଜଣେ ହିତାଧିକାରୀଙ୍କ ଲେବର କାର୍ଡରେ କରିଥିବା କାମ ଟଙ୍କା ଦେବା ପାଇଁ 16 ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.