ETV Bharat / city

BJP-BJD Power Show: ଗର୍ଜିଲେ ନଡ୍ଡା, ସରକାର ଗଠନ ନେଇ ଦେଖାଇଲେ ଦମ୍ଭୋକ୍ତି, ନବୀନ ବି ଦେଲେ ମନ୍ତ୍ର

author img

By

Published : Sep 29, 2022, 8:57 PM IST

Updated : Sep 29, 2022, 9:20 PM IST

ପାଖେଇ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ଦଳଙ୍କ ବାଜିଲା ବିଗୁଲ । ତୁଟିଯାଇଛି ବିଜେଡି-ବିଜେପି ଅଘୋଷିତ ମେଣ୍ଟ । ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ଆଉ ଭିତିରି ବୁଝାମଣା ନୁହେଁ । ଏଣିକି ଲଢେଇ ହେବ ଫେସ ଟୁ ଫେସ । ଓଡିଶାର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ବିଜେପି ଲଢିବ ନିର୍ଣ୍ଣାୟକ ଲଢେଇ । ଏଥିପାଇଁ ଆଜି ଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପିର ରାଷ୍ଚ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ଅଧିକ ପଢନ୍ତୁ

BJP BJD Power Show
BJP BJD Power Show

ଭୁବନେଶ୍ବର: ରାଜଧାନୀରେ ବିଜେଡି ଓ ବିଜେପିର ପାଓ୍ବାର ସୋ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ବିଶାଳ ରୋଡ ସୋ । ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ଯାଏଁ ମୋଟରସାଇକେଲ ଶୋଭାଯାତ୍ରା । ଜନତା ମଇଦାନରେ ପ୍ରାୟ 30 ହଜାର ବୁଥ ଶକ୍ତିକେନ୍ଦ୍ର ପ୍ରମୁଖଙ୍କୁ ନଡ୍ଡାଙ୍କ ସମ୍ବୋଧନ । ନବୀନ ବି ଦଳୀୟ କର୍ମକର୍ତ୍ତାଙ୍କୁ ଦେଲେ ମାର୍ଗଦର୍ଶନ । ଚବିଶ ଲଢେଇ ପାଇଁ ଉଭୟ ଦଳ ଦେଲେ ସ୍ପଷ୍ଟ ସଂକେତ ।

BJP BJD Power Show: ଗର୍ଜିଲେ ନଡ୍ଡା, ସରକାର ଗଠନ ନେଇ ଦେଖାଇଲେ ଦମ୍ଭୋକ୍ତି, ନବୀନ ବି ଦେଲେ ମନ୍ତ୍ର

ପାଖେଇ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ଦଳଙ୍କ ବାଜିଲା ବିଗୁଲ । ତୁଟିଯାଇଛି ବିଜେଡି ବିଜେପି ଅଘୋଷିତ ମେଣ୍ଟ । ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ଆଉ ଭିତିରି ବୁଝାମଣା ନୁହେଁ । ଏଣିକି ଲଢେଇ ହେବ ଫେସ ଟୁ ଫେସ । ଓଡିଶାର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ବିଜେପି ଲଢିବ ନିର୍ଣ୍ଣାୟକ ଲଢେଇ । ଏଥିପାଇଁ ଆଜି ଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଚ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ।

ଏହାବି ପଢନ୍ତୁ - JP Nadda Odisha Visit: ଦଳୀୟ ବିଧାୟକ ଓ ସାଂସଦଙ୍କ ଦମ୍ଭୋକ୍ତି, ସରକାରକୁ ବଙ୍ଗୋପ ସାଗରରେ ଫିଙ୍ଗି ଦେବୁ

ଜନତା ମଇଦାନରେ ଆୟୋଜିତ କରିଥିଲା ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତା ସମାବେଶ। ସମାବେଶକୁ ସମ୍ବୋଧିତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟ ସରକାରଙ୍କୁ ତୁହାକୁ ତୁହା ଆକ୍ରମଣ କରିଛନ୍ତି । ନବୀନଙ୍କ ନାଁ ନନେଇ ବିଜେଡି ଉପରେ ଜୋରଦାର ପ୍ରହାର କରିଛନ୍ତି । ରାଜ୍ୟର ବିକାଶ ପାଇଁ ଏକ ବିକଶିତ ଭାରତ ଗଠନ ପାଇଁ ରାଜ୍ୟ ସରକାରଙ୍କୁ ବିଦାୟ ଦେବାର ସମୟ ଆସିଛି ବୋଲି ନଡ୍ଡା କହିଛନ୍ତି । ନଡ୍ଡାଙ୍କ ଆଚ୍ଚରଣ ଉଚ୍ଚାରଣରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ବିଜେପି ବିଜେଡି ବିରୋଧରେ ଯୋରଦାର ଲଢେଇ ପାଇଁ ସ୍ଥିର କରିସାରିଛି । ନିଜ ସମ୍ବୋଧନରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡିଶା କେତେ ଲାଭ ପାଉଛି, କେତେ ନୂଆ ପ୍ରକଳ୍ପ ରାଜ୍ୟରେ ହେଉଛି ଗତ 8 ବର୍ଷରେ କେତେ କେନ୍ଦ୍ରୀୟ ସହାୟତା ପାଇଛି ତାହାର ପୁରା ଟିକିନିକି ହିସାବ ଦେଇଥିଲେ ବିଜେପି ଅଧ୍ୟକ୍ଷ ।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ରାଜ୍ୟରେ ଭ୍ରଷ୍ଟାଚାର ସରକାର ଚାଲିଥିବା ନଡ୍ଡା କହିଥିଲେ । 22 ବର୍ଷ ଶାସନ ପରେ ବି ଗର୍ଭବତୀ ମାଙ୍କୁ ଆମ୍ବୁଲାନ୍ସ ମିଳୁନାହିଁ । ମୃତ ଶରୀରକୁ ସମ୍ମାନ ମିଳୁନାହିଁ । ଆଜିବି ପିଇବା ପାଣି ପାଇଁ ମା ମାନେ ପୋଖରୀ କୂଅ ଉପରେ ନିର୍ଭର କରୁଛନ୍ତି । କେନ୍ଦ୍ର ସରକାର ଜଳ ଜୀବନ ମିଶନରେ ଅର୍ଥ ଯୋଗାଇ ଦେଉଥିଲେ ମଧ୍ୟ ରାଜ୍ୟ ସରକାର ତାହାର ଉପଯୋଗ କରିପାରୁ ନାହାଁନ୍ତି । ଓଡିଶାବାସୀଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି ରାଜ୍ୟ ସରକାର । ମହାପ୍ରଭୁଙ୍କ ରତ୍ନଭଣ୍ଡାର ମଧ୍ୟ ସୁରକ୍ଷିତ ନୁହେଁ । ଯେଉଁ ସରକାର ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ସୁରକ୍ଷିତ ରଖିପାରିବ ନାହିଁ ସେହି ସରକାରକୁ ଉପାଡି ଫିଙ୍ଗିଦେବାର ସମୟ ଆସିଛି ବୋଲି କହିଛନ୍ତି ନଡ୍ଡା ।

ଏହାବି ପଢନ୍ତୁ- ୨୭୦ ବର୍ଷରେ ସର୍ପା ଦୁର୍ଗା ମଣ୍ଡପ, ଦଶହରାରେ ହୁଏ ମା’ଙ୍କ ବିସର୍ଜନ

ଏହାସହ ବିଭିନ୍ନ ଜାତୀୟ ପ୍ରସଙ୍ଗରେ କିଭଳି ଗତ 8 ବର୍ଷରେ କେନ୍ଦ୍ର ସରକାର ସଫଳତା ପାଇଛନ୍ତି ତାହାର ଅବତାରଣ କରିଥିଲେ । ଏହାବାଦ ବିଜେପିର ଶକ୍ତି ସଦସ୍ୟ ଓ ସାମର୍ଥ ପ୍ରସଙ୍ଗରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ନଡ୍ଡା କହିଥିଲେ । ଏହାସହ ଦେଶରେ ପରିବାରବାଦ ରାଜନୀତିକୁ ନେଇ କଡା ସମାଲୋଚନା କରିଥିଲେ । କହିଥିଲେ ଦେଶରେ ସବୁ ରାଜ୍ୟରେ ପରିବାରବାଦ ରାଜନୀତି ଚାଲିଛି । ଲାଲୁ ଯାଦବ, ଅଖିଳେଶ ଯାଦବ, ଦୁଷ୍ମନ୍ତ ଚୌତାଲା, କେସିଆର, ୱାଇଏସ ଜଗନ ମୋହନ ରେଡ୍ଡୀ, ଉଦ୍ଧବ ଠାକରେ, ଫାରୁକ ଅବଦ୍ଦୁଲ୍ଲା, ଷ୍ଟାଲିନ, ଓଡିଶାରେ ବିଜୁ ପରିବାର ବୋଲି କହି ଗର୍ଜିଥିଲେ ନଡ୍ଡା ।

ସେପେଟ ବିଜେପିକୁ ଟକ୍କର ଦେବା ପାଇଁ ବରମୁଣ୍ଡା ପଡିଆରେ ବିଜୁ ଜନତା ଦଳ ଆୟୋଜିତ କରିଥିଲା କର୍ମକର୍ତ୍ତା ତାଲିମ ଶିବିର । ବେଙ୍ଗାଲୁର ଗସ୍ତରେ ଥିବା ନବୀନ କାର୍ଯ୍ୟକ୍ରମରେ ଭିସି ଯୋଗେ ସାମିଲ ହୋଇ ସମ୍ବୋଧିତ କରିଥିଲେ । ଦଳୀୟ କର୍ମକର୍ତ୍ତା ତାଲିମ ଶିବିରକୁ ନବୀନ କହିଥିଲେ, "ଆମ ଦଳ ଲୋକଙ୍କ ସାଥୀରେ ଅଛି । ଲୋକଙ୍କ ପାଇଁ କାମ କରୁଛି । ତେଣୁ ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ ।" ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଏକମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ନବୀନ ଆହ୍ଵାନ ଦେଇଛନ୍ତି ।

ଯାହା ଅନୁମାନ କରାଯାଉଛି ଆଗାମୀ ନିର୍ବାଚନ ପାଇଁ ଆଜିଠୁ ମୂଳଦୁଆ ପଡିଛି । ବୁଥ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ବିଜେପି ରୋଡମ୍ୟାପ ପ୍ରସ୍ତୁତ କରିଥିବା ବେଳେ ବିଜେଡି ମଧ୍ୟ ମିଶନ ଶକ୍ତିର ସଫଳତା ଏବଂ ନବୀନଙ୍କ ସୁଦୁର ପ୍ରସାରି ଯୋଜନାର ଉଦାହରଣ ଦେଇ ପୁଣି ଥରେ ନବୀନଙ୍କୁ ଆଗାମୀ ନିର୍ବାଚନରେ ବିଜୟୀ କରିବା ପାଇଁ ଆହ୍ବାନ ଦେଇଛି । ତେବେ ନିର୍ବାଚନର ଦେଢ ବର୍ଷ ପୂର୍ବରୁ ରାଜ୍ୟରେ ବିଜେଡି ବିଜେପିର ଏହି ହାଇଭଲଟେଜ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ନିର୍ଦ୍ଧାରିତ ପୂର୍ବରୁ ମଧ୍ୟ ରାଜ୍ୟରେ ନିର୍ବାଚନ ହୋଇପାରେ ।

ଏହାବି ପଢନ୍ତୁ- ଆର୍‌ମେନିଆକୁ ୨ ହଜାର କୋଟିର ଯୁଦ୍ଧାସ୍ତ୍ର ବିକିବ ଭାରତ

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ଶାଖା ପକ୍ଷରୁ ଜୋରଦାର ସ୍ବାଗତ କରାଯାଇଥିଲା । ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବେଶ୍ବର ଟୁଡୁ, ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ବରୀ ସହ ପ୍ରଭାରୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ସମସ୍ତ ସାଂସଦ ଓ ବିଧାୟକ ବିମାନ ବନ୍ଦରରେ ନଡ୍ଡାଙ୍କୁ ସ୍ବାଗତ କରିଥିଲେ । ସେଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ନଡ୍ଡାଙ୍କୁ ପାଛୋଟି ଆଣିଥିଲେ । ଦଳୀୟ କାର୍ଯ୍ୟାଳୟରେ କିଛି ସମୟ ରହିବା ପରେ ଜନତା ମଇଦା ଯାଇ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 29, 2022, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.