ETV Bharat / state

OSSC Paper Leak: ବର୍ଷାରେ ଭିଜି ଭିଜି ଅଫିସ ସାମ୍ନାରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ

author img

By

Published : Aug 1, 2023, 5:04 PM IST

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ପ୍ରଶ୍ନପତ୍ର ଲିକ୍‌ ଘଟଣା । ଆଗାମୀ ପରୀକ୍ଷାରେ ସ୍ବଚ୍ଛତା ନେଇ ବର୍ଷାରେ ଭିଜି ଭିଜି ଅଫିସ ସାମ୍ନାରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ । ଅଧିକ ପଢନ୍ତୁ

Etv Bharat
Etv Bharat

ବର୍ଷାରେ ଭିଜି ଭିଜି ଅଫିସ ସାମ୍ନାରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ଅଫିସ ସାମ୍ନାରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ । ବର୍ଷାରେ ଭିଜି ଆନ୍ଦୋଳନ କଲେ ଛାତ୍ରଛାତ୍ରୀ । ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନ ପତ୍ର ଲିକ ଘଟଣାରେ ଚେୟାରମ୍ୟାନଙ୍କୁ ମାଗିଲେ ଜବାବ । ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହେବାକୁ ଥିବା ପରୀକ୍ଷାରେ ସ୍ଵଚ୍ଛତା ଓ ପ୍ରଶ୍ନପତ୍ର ଲିକରେ CBI ତଦନ୍ତ ଦାବି ନେଇ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯେପର୍ଯ୍ୟନ୍ତ ଚେୟାରମ୍ୟାନ ସ୍ପଷ୍ଟୀକରଣ ନ ଦେଇଛନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଦାବି କରିଛନ୍ତି ।

ଏନେଇ ଜଣେ ପରୀକ୍ଷାର୍ଥୀ କହିଛନ୍ତି, "କଳାବଜାରୀ କରି ଚାକିରି ବିକୁଛନ୍ତି ଦୁଃଖ ଲାଗୁଛି । ଆମେ ପଢି ପଢି ଅନ୍ଧ । ଆମେ ଜଣେ ଜଣେ ଗୋପାଳ ଦାସ ହେବୁ ।" ତେବେ ଆଗାମୀ ପରୀକ୍ଷାରେ ସ୍ବଚ୍ଛତା ବଜାୟ ରଖିବା ଦାବିରେ ଆଜି ଶହ ଶହ ମାତ୍ରାରେ ଆନ୍ଦୋଳନକାରୀମାନେ OSSC କାର୍ଯ୍ୟାଳୟ ସମ୍ମୁଖରେ ବସି ରହି ଆନ୍ଦୋଳନ କରିଛନ୍ତି । ଆଗକୁ ମଧ୍ୟ ଏହି ଆନ୍ଦୋଳନ କରାଯିବା ନେଇ ମଧ୍ୟ କହିଛନ୍ତି ଆଶାୟୀ । ଏହା ସହ ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷା କିଭଳି ଭାବରେ ସ୍ବଚ୍ଛତା ରହିବ ସେନେଇ ତୁରନ୍ତ ଜଣାଇବାକୁ ପରୀକ୍ଷାର୍ଥୀମାନେ OSSC ଚେୟାରମ୍ୟାନଙ୍କ ନିକଟରେ ଦାବି କରିଛନ୍ତି ।

ଏହା ବି ପଢନ୍ତୁ- ପୁଣି OSSC ପରୀକ୍ଷାରେ ବିଭ୍ରାଟ !: ବିଳମ୍ବରେ ମିଳିଲା ସିଲ୍ ଖୋଲାଥିବା ପ୍ରଶ୍ନପତ୍ର, କଲେଜ ପରିସରରେ ଉତ୍ତେଜନା

ତେବେ ପୁନଃ ପରୀକ୍ଷା ସ୍ବଚ୍ଛତାର ସହ ସମ୍ପାଦନ ନେଇ ପ୍ରଶ୍ନ ଉଠାଇଛନ୍ତି ଆଶାୟୀ । OSSC ଚେୟାରମ୍ୟାନଙ୍କ ପ୍ରତିକ୍ରିୟା ଦାବି କରି କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି ଆଶାୟୀ । ସେମାନଙ୍କର ଗୋଟିଏ ଦାବି ରହିଛି ଯେଉଁମାନେ ଏହି କାର୍ଯ୍ୟରେ ଲିପ୍ତ ରହିଛନ୍ତି ସେମାନଙ୍କ ନାମକୁ ଲୋକଲୋଚନକୁ ଅଣାଯାଉ ବୋଲି ମଧ୍ୟ ସେମାନେ ଦାବି କରିଛନ୍ତି । ଏହାସହ ଯେଉଁ ଅଧିକାରୀମାନେ ଏହି ପ୍ରଶ୍ନପତ୍ର ଲିକ ଘଟଣାରେ ସରକାରୀ କର୍ମଚାରୀ ସମ୍ପୂର୍ଣ୍ଣ ରୂପେ ସାମିଲ ରହିଛନ୍ତି ତାଙ୍କ ନାମ ସାମ୍ନାକୁ ଆସିବା ଆବଶ୍ୟକ। ଏହା ସହ ସେହି ଅଧିକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ଆଶାୟୀ ।

ସୂଚନା ଥାଉ କି OSSC ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତ କରୁଛି ବାଲେଶ୍ବର ପୋଲିସ । ଏହି ଘଟଣାରେ ମାଷ୍ଟରମାଇଣ୍ଡକୁ ମଧ୍ୟ ଗିରଫ କରାଯାଇଛି । ପ୍ରଶ୍ନପତ୍ର ଲିକ୍‌ ପ୍ରିଣ୍ଟିଂପ୍ରେସରୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ । ସେହପରି ଗତ ଜୁଲାଇ ୩୦ ତାରିଖରେ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ଆସିଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ OSSC ଅଧୀନରେ ULB ACCOUTANT EXAMINATION-2023 ପରୀକ୍ଷା ଆରମ୍ଭ ହୋଇଥିଲା । ଯେଉଁଥିରେ ସିଲ୍ ଖୋଲାଯାଇଥିବା ପ୍ରଶ୍ନପତ୍ର ପାଇଥିଲେ ଛାତ୍ରଛାତ୍ରୀ । ଏହାକୁ ନେଇ ଦେଖାଦେଇଥିଲା ଉତ୍ତେଜନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.