ETV Bharat / state

ପୁଣି OSSC ପରୀକ୍ଷାରେ ବିଭ୍ରାଟ !: ବିଳମ୍ବରେ ମିଳିଲା ସିଲ୍ ଖୋଲାଥିବା ପ୍ରଶ୍ନପତ୍ର, କଲେଜ ପରିସରରେ ଉତ୍ତେଜନା

author img

By

Published : Jul 30, 2023, 4:00 PM IST

OSSC ଅଧୀନରେ ULB ACCOUTANT EXAMINATION -2023 ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଛି। ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଅଧିକ ପଢନ୍ତୁ

ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ
ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

ଭଦ୍ରକ: OSSC ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ଆସିଛି । ଯାହାକୁ ନେଇ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବର ଅନୁଯାୟୀ, ଆଜି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ OSSC ଅଧୀନରେ ULB ACCOUTANT EXAMINATION-2023 ପରୀକ୍ଷା ଆରମ୍ଭ ହୋଇଥିଲା । ଯେଉଁଥିରେ ସିଲ୍ ଖୋଲାଯାଇଥିବା ପ୍ରଶ୍ନପତ୍ର ପାଇଥିଲେ ଛାତ୍ରଛାତ୍ରୀ । ଏହାକୁ ନେଇ ଦେଖା ଦେଇଛି ଉତ୍ତେଜନା ।

ତେବେ "ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ କାହିଁକି ପ୍ରଶ୍ନ ପତ୍ର ସିଲ୍ ଖୋଲା ନଯାଇ ଏହା ଅନ୍ୟତ୍ର ଖୋଲାଗଲା ?" ତାହାକୁ ନେଇ ଉଠିଛି ପ୍ରଶ୍ନ । ଖାଲି ସେତିକି ନୁହେଁ । ପରୀକ୍ଷା ସମୟରେ ସେମାନଙ୍କୁ 10ମିନିଟ ବିଳମ୍ବରେ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍‌ରୁ ବାହାରି ହୋହଲ୍ଲା କରିବା ସହ ପାଟିମୁଣ୍ଡ କରିଥିଲେ। ଯାହାକୁ ନେଇ ଭଦ୍ରକ ସ୍ବୟଂଶାସିତ ମହା ବିଦ୍ୟାଳୟ ପରିସରରେ ପରୀକ୍ଷା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଛାତ୍ରଛାତ୍ରୀଙ୍କୁ ସିଲ୍‌ ଖୋଲାଯାଇଥିବା ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିଲା । ତାହା ମଧ୍ୟ 10 ମିନିଟ ବିଳମ୍ବରେ ପ୍ରଦାନ କରିଥିଲେ କଲେଜ କର୍ତ୍ତୃପକ୍ଷ । ଯାହାକୁ ନେଇ ଉପୁଜିଥିଲା ବିବାଦ । ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...OSSC Question Paper Leak: ସରକାରଙ୍କୁ ଛାତ୍ରଛାତ୍ରୀ କ୍ଷମା ଦେବେନି କହିଲେ ଶରତ

ଏନେଇ ଖବର ପାଇ ଭଦ୍ରକ ଉପ ଜିଲ୍ଲାପାଳଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ ଭଦ୍ରକ ଟାଉନ ଥାନା ପୋଲିସ । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଆଧାରରେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ, OSSC ଅଧୀନରେ ଏହି ULB ACCOUTANT EXAMINATION -2023 ଚଳିତ ମାସ ଏପ୍ରିଲ ମାସରେ ଅନୁଷ୍ଠିତ ହୋଇଥିଲା । ତେବେ ଭାଷାଗତ ତ୍ରୁଟିକୁ ନେଇ ବିବାଦ ଦେଖା ଦେଇଥିଲା ।

ତେଣୁ ଏହି ପରୀକ୍ଷାକୁ ବାତିଲ କରାଯାଇ ପୁନର୍ବାର ଆଜି ସମଗ୍ର ରାଜ୍ୟରେ ଏହି ULB ACCOUTANT EXAMINATION ପରୀକ୍ଷା କରିବା ପାଇଁ OSSC ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଆଉ ପରୀକ୍ଷା ସମୟରେ ବିଳମ୍ବରେ ସିଲ୍ ଖୋଲାଯାଇଥିବା ପ୍ରଶ୍ନପତ୍ର ପ୍ରଦାନ ନେଇ ଏବେ ଦେଖାଦେଇଛି ଅସନ୍ତୋଷ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀମାନେ କଲେଜ ପରିସରରେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି । ତେବେ ଆଜିର ଏହି ଘଟଣା ବାବଦରେ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟ କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ତେବେ ବାରମ୍ବାର ପରୀକ୍ଷାରେ ବିଭ୍ରାଟକୁ ଘଟଣାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରତିବାଦର ସ୍ବର ତେଜିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.