ETV Bharat / state

ଆସନ୍ତା 4ରୁ ଚିଲିକାରେ ପକ୍ଷୀ ଗଣନା, 21ଟି ଟିମ୍ ହେବେ ନିୟୋଜିତ

author img

By ETV Bharat Odisha Team

Published : Jan 1, 2024, 10:57 AM IST

Annual Bird census: ଚିଲିକାରେ ଜାନୁଆରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥିପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Annual Bird Census
Annual Bird Census

Annual Bird Census

ଖୋର୍ଦ୍ଧା: ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକାରେ 4 ତାରିଖରେ ହେବ ଶୀତକାଳୀନ ପକ୍ଷୀ ଗଣନା । ଏଥିପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଟିମ୍‌ ନିଯୁକ୍ତ ହେବ ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ ଡିଏଫ୍‌ଓ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଚିଲିକାକୁ ଚଳିତ ଶୀତ ଋତୁରେ କେତେ ପରିମାଣର ବିଦେଶୀ ପକ୍ଷୀ ଆସିଛନ୍ତି । ଆଉ କେତେ ପରିମାଣର ଦେଶୀ ପକ୍ଷୀ ଏହି ଠାରେ ରହିଛନ୍ତି । ସେନେଇ ଜାନୁଆରୀ 3 ତାରିଖରେ ଟ୍ରେନିଂ କାର୍ଯ୍ୟକ୍ରମ ଓ 4 ତାରିଖରେ ପକ୍ଷୀ ଗଣନା କରାଯିବ । ପକ୍ଷୀ ଗଣନା ପାଇଁ ଚିଲିକାକୁ 5ଟି ଜୋନରେ ବିଭକ୍ତ କରାଯାଇଛି । ଗଣନା କାର୍ଯ୍ୟରେ ମୋଟ 21ଟି ଟିମ୍ ନିୟୋଜିତ ହେବେ । ଟାଙ୍ଗୀ ଜୋନରେ 8ଟି ଟିମ, ବାଲୁଗାଁରେ 5ଟି, ସାତପଡ଼ାରେ 3 ଏବଂ ରମ୍ଭା ଓ କୃଷ୍ଣପ୍ରସାଦ ଜୋନ୍‌ରେ ଅବଶିଷ୍ଟ 5ଟି ଟିମ୍‌ ନିୟୋଜିତ ରହିବେ ବୋଲି ରବିବାର ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ବିଭାଗୀୟ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ - Resident Bird Census: ସରିଲା ପକ୍ଷୀ ଗଣନା, ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି

ଏହା ମଧ୍ୟ ପଢନ୍ତୁ - ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ତେବେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅଧିକାରୀ , ଚିଲିକା ଉନ୍ନୟନ ପରିଷଦ , ପକ୍ଷୀ ସୁରକ୍ଷା ସମିତି କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଗଣନା କାର୍ଯ୍ୟରେ ନିୟୋଜିତ ରହିବେ । ଗଣନା କାର୍ଯ୍ୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିପିଏସ ଓ ବାଇନାକୁଲାର ବ୍ୟବହାର କରାଯିବ । ସକାଳ 6ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପ୍ରକାଶ ଥାଉକି, ପ୍ରତିବର୍ଷ ଶୀତ ଋତୁରେ ଦେଶବିଦେଶରୁ ମାଇଲ ମାଇଲ ଦୂର ଅତିକ୍ରମ କରି ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀ ଆସିଥାନ୍ତି । ଗତବର୍ଷ ଚିଲିକାକୁ 10 ଲକ୍ଷ 74 ହଜାର 173 ବିଦେଶାଗତ ପକ୍ଷୀ ଆସିଥିବା ବେଳେ 2021ରେ ରେକର୍ଡ ସଂଖ୍ୟକ 12 ଲକ୍ଷ 42 ହଜାର 826 ବିଦେଶୀ ପକ୍ଷୀ ଆସିଥିଲେ । ସେହିପରି 2020ରେ 11 ଲକ୍ଷ 5 ହଜାର 40 ବିଦେଶାଗତ ପକ୍ଷୀ ଆସିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.