ETV Bharat / state

ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

author img

By ETV Bharat Odisha Team

Published : Sep 3, 2023, 4:11 PM IST

bird census begins
bird census begins

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି । ଆଜି ଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ । ଅଧିକ ପଢନ୍ତୁ

bird census begins

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ଦେଶୀୟ ପକ୍ଷୀ ଗଣନା । ଆଜିଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ । ୫ଦିନ ଧରି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ଏଥିପାଇଁ ୪ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ୪ରୁ ଊର୍ଦ୍ଧ୍ବ ବନ କର୍ମଚାରୀ ରହିଛନ୍ତି ।

ମଠଆଡିଆ, ଲଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆରେ 3ଟି ଟିମ୍‌ ଏବଂ ରାଜନଗର ରେଞ୍ଜ ଅଧୀନରେ ନୂଆ କରି ଏକମାଣିଆ ଡିଆଠାରେ ଅନ୍ୟ ଏକ ଟିମ୍‌ ପକ୍ଷୀ ଗଣନା କରିବ । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଗଣନା କରାଯିବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । ବର୍ଷା ଋତୁର ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ସୁରକ୍ଷିତ ମନେ କରି ଭିତରକନିକା ଜାତୀୟ ଉଦ୍ୟାନକୁ ବାଛିଥାନ୍ତି ଦେଶୀୟ ପକ୍ଷୀ ।

ଏହା ମଧ୍ୟ ପଢନ୍ତୁ-Crocodile Census: ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ୨୨ଟି ଟିମ ନିୟୋଜିତ

ଖୋଳା ନଦୀ ମୁହାଣ, ବ୍ରାହ୍ମଣୀ ନଦୀ ପଠା, ଆଦିରେ ଏହି ଦେଶୀୟ ପକ୍ଷୀ ବସବାସ କରୁଥିବା ବେଳେ ବନି, ଗୁଆ, କେରୁଅ, ଓରୁଅ ଭଳି ଗଛ ମାନଙ୍କର କୋରଡ଼ରେ ଏହି ଦେଶୀୟ ପକ୍ଷୀ ବସା ବାନ୍ଧିଥାଆନ୍ତି । ଗତ ୨୦୨୧ ମସିହା ତୁଳନାରେ ୨୦୨୨ ଦେଶୀୟ ପକ୍ଷୀଙ୍କ ଗଣନା ସମୟରେ ସଂଖ୍ୟା ଯଥେଷ୍ଟ ଅଧିକ ରହିଥିଲା । ତେବେ ଜାନୁଆରୀ ମାସରେ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଥିବା ବେଳେ ସେପ୍ଟେମ୍ବର ମାସରେ ଦେଶୀୟ ପକ୍ଷୀ ଗଣନା କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ-ସରିଲା କୁମ୍ଭୀରଙ୍କ ପ୍ରଜନନ, ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ପ୍ରକାଶ ଥାଉକି, ଗତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ବୃଦ୍ଧି ପାଇଥିଲା ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ଗତ ଚାରିବର୍ଷର ରେକର୍ଡ ଭାଙ୍ଗିଥିଲା ଗତବର୍ଷ ଦେଶୀୟ ପକ୍ଷୀଙ୍କ ଆଗମନ । ବର୍ଷାଋତୁ ଆରମ୍ଭରେ ପକ୍ଷୀ ମାନଙ୍କ ଭୂସ୍ବର୍ଗ କୁହାଯାଉଥିବା ଭିତରକନିକା ଜାତୀୟ ଉଦ୍ୟାନର ତିନୋଟି ସ୍ଥାନରେ ବଢ଼ିଥିଲେ ଦେଶୀୟ ପକ୍ଷୀ । ୨୦୨୧ ମସିହା ଅପେକ୍ଷା ଗତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାରୁ ପକ୍ଷୀ ଓ ପରିବେଶ ପ୍ରେମୀ ବେଶ ଖୁସି ଥିଲେ । ଗତବର୍ଷ ଦେଶୀୟ ପକ୍ଷୀମାନଙ୍କ ସଂଖ୍ୟା 116070 ରହିଥିଲା । ଫଳରେ ଗତ ବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା 7431 ବୃଦ୍ଧି ହୋଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.