Crocodile Census: ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ୨୨ଟି ଟିମ ନିୟୋଜିତ

author img

By

Published : Jan 9, 2023, 2:01 PM IST

Crocodile Census
Crocodile Census ()

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଜାରି ରହିବ । ଅଧିକ ପଢନ୍ତୁ

Crocodile Census

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ପ୍ରବାହିତ ନଦୀ ନାଳଗୁଡିକରେ ଆରମ୍ଭ ହେଲା କୁମ୍ଭୀର ଗଣନା । ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ । ଆଜିଠାରୁ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳ ଆସନ୍ତା ୧୧ ତାରିଖ ଯାଏଁ ଚାଲିବ । ଏନେଇ ରବିବାର ଦିନ ବନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

କୁମ୍ଭୀର ଗଣନା ପାଇଁ ଗତ ୪ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଭିତରକନିକାକୁ ବନ୍ଦ ରଖାଯାଇଛି । ଦୁଇ ପ୍ରକାର ପଦ୍ଧତିରେ ଉଭୟ ଦିନ ରାତି ଗଣନା କରାଯିବ । ୪ଟି ରେଞ୍ଜରେ କୁମ୍ଭୀର ଗଣନା ପାଇଁ ୨୨ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୪ ରୁ ୫ ଜଣ ଲେଖାଏଁ ଗଣନାକାରୀ ରହିଥିବା ବେଳେ ରାଜନଗର ବନଖଣ୍ଡର ସମସ୍ତ ଷ୍ଟାଫ୍ ଓ ଭଦ୍ରକ ବନଖଣ୍ଡର ପ୍ରଶିକ୍ଷିତ ଷ୍ଟାଫ୍ ମାନଙ୍କୁ ନେଇ ଗଣନା କରାଯିବ ।

ଏହା ମଧ୍ୟ ପଢନ୍ତୁ: ବୁଷ୍ଟର ଡୋଜ୍‌ ଭାବେ ଖୁବ୍‌ଶୀଘ୍ର Covovax ପାଇବ ବ୍ୟବହାର ଅନୁମତି: SII CEO

ପ୍ରତିବର୍ଷ କୁମ୍ଭୀର ଗଣନା ହେଉଥିବା ପାରମ୍ପରିକ ପଦ୍ଧତି ସହିତ ଚଳିତବର୍ଷ ପଲିଗନ ସର୍ଚ୍ଚ ମୋବାଇଲ ଆପରେ କୁମ୍ଭୀର ଗଣନା କରାଯିବ। ଦିନରେ ପଲିଗନ ସର୍ଚ୍ଚ ଆପ ଓ ରାତିରେ ପାରମ୍ପରିକ ପଦ୍ଧତିରେ ଗଣନା ହେବ । ଭିତରକନିକା ଭିତରେ ୨୨ଟି ଟିମ ଓ ଭିତରକନିକା ବାହାରେ ଥିବା ନଦୀ ନାଳରେ ୪ଟି ରେଞ୍ଜରେ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗତବର୍ଷର ଗଣନା ରିପୋର୍ଟ ଅନୁଯାୟୀ ଭିତରକନିକାରେ ୧୭୮୪ଟି କୁମ୍ଭୀର ରହିଛନ୍ତି । ତେବେ ଚଳିତ ବର୍ଷ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

କୁମ୍ଭୀର ଗଣନା ପାଇଁ ଡିଏଫଓ ଅଧିର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ କୁମ୍ଭୀର ବିଶାରଦ ଡ଼ଃ ସୁଧାକର କର କୁମ୍ଭୀର ବିଶେଷଜ୍ଞ ଏବଂ ଡ଼ଃ ଶିବପ୍ରସାଦ ପରିଡା ବୈଜ୍ଞାନିକ ୪ଟି ରେଞ୍ଜର ସମସ୍ତ ଷ୍ଟାଫ ଓ ଭଦ୍ରକ ବନଖଣ୍ଡର ଷ୍ଟାଫ୍ ମାନଙ୍କୁ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ କରିଛନ୍ତି । ଗତବର୍ଷ ଆଡଲ୍ଟ ,ସବ ଆଡଲ୍ଟ, ଜୁଭେନାଇଲ, ଇଅରଲିଙ୍ଗ, ହାଚଲିଙ୍ଗ କୁମ୍ଭୀର ରହିଥିବା ବେଳେ ଚଳିତବର୍ଷ ପ୍ରଥମ ୫ ଦିନ ପାଣି ସ୍ଥିର ହେବା ପରେ ଆଜିଠୁ ଗଣନା ଆରମ୍ଭ କରାଯାଇଛି।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.