ETV Bharat / state

ସରିଲା କୁମ୍ଭୀରଙ୍କ ପ୍ରଜନନ, ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

author img

By

Published : Aug 1, 2023, 5:54 PM IST

Bhitarakanika National Park
Bhitarakanika National Park

ଦୀର୍ଘ ୩ ମାସ ପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ଗତ ମେ’ ୧ରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ବନ୍ଦ ରହିଥିଲା । ଅଧିକ ପଢନ୍ତୁ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ୩ ମାସ ପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । କୁମ୍ଭୀରଙ୍କ ପ୍ରଜନନ ପାଇଁ ଗତ ମେ ମାସ ୧ରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ବନ୍ଦ ରହିଥିଲା । ଏହି ସମୟ ମଧ୍ୟରେ ଜାତୀୟ ଉଦ୍ୟାନ ମଧ୍ୟକୁ ସାଧାରଣ ପର୍ଯ୍ୟଟକ ମାନଙ୍କ ପ୍ରବେଶ ନିଷେଦ୍ଧ କରାଯାଇଥିଲା l ତେବେ କୁମ୍ଭୀର ପ୍ରଜନନ ସମୟ ଶେଷ ହେବା ପରେ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ଫଳରେ ଏବେ ଜାତୀୟ ଉଦ୍ୟମ ମଧ୍ୟକୁ ଯାଇ ପାରିବେ ପର୍ଯ୍ୟଟକ ।

ପ୍ରବେଶ କରିବା ପାଇଁ ହେଲେ ଡାଙ୍ଗମାଳ, ଖୋଳା, ଗୁପ୍ତି ଓ ଚାନ୍ଦବାଲି ପ୍ରଭୁତି ଚାରୋଟି ପ୍ରବେଶ ପଥ ଦେଇ ପର୍ଯ୍ୟଟକ ମାନେ ଯାଇପାରିବେ l ପର୍ଯ୍ୟଟକଙ୍କ ସୁବିଧା ପାଇଁ ବନବିଭାଗ ପକ୍ଷରୁ ସରକାରୀ ଓ ଘରୋଇ ବୋଟ ପ୍ରସ୍ତୁତ କରାଯାଇଛି। ତେବେ ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି।

ସେପଟେ ଭିତରକନିକା ଜାତୀୟ ଉଦ୍ୟାନକୁ ଏବେ ଗୁପ୍ତି, ଚାନ୍ଦବାଲି, ଖୋଳା ଓ ଡାଙ୍ଗମାଳ ଦେଇ ପ୍ରବେଶ କରିପାରିବେ ପର୍ଯ୍ୟଟକ । ଏବେ ଭିତରକନିକାରେ ପର୍ଯ୍ୟଟକ ମାନେ ବଉଳା କୁମ୍ଭୀର ସହ ଦେଶ ଓ ବିଦେଶୀ ପକ୍ଷୀ, ହରିଣ, ବାରହା ଦେଖିପାରିବେ । ସେହିଭଳି ମ୍ୟୁଜିୟମ ସହ ବନବିଭାଗ ପକ୍ଷରୁ ନିର୍ମିତ ଦେଶର ପ୍ରଥମ ମ୍ୟାନଗ୍ରୁଭ ମେଟା ନର୍ସରୀ, କୁମ୍ଭୀର ପ୍ରଜନନ କେନ୍ଦ୍ର ଓ ସହିଦ ସ୍ତମ୍ଭ ମଧ୍ୟ ଦେଖିପାରିବେ । ଚଳିତ ଥର ଭିତରକନିକାକୁ ସମ୍ପୂର୍ଣ୍ଣ ପଲିଥିନମୁକ୍ତ କରାଯାଇଛି । ତେଣୁ ପର୍ଯ୍ୟଟକ ମାନେ ଭିତରକନିକା ପରିସରକୁ ପ୍ଲାଷ୍ଟିକ ଓ ପଲିଥିନ୍ ନ ଆଣିବାକୁ ଅନୁରୋଧ କରିଛି ବନବିଭାଗ । ସେହିଭଳି ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି ବୋଲି କନିକା ରେଞ୍ଜ ଅଫିସର ମାନସ ଦାସ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ସହ ଭିତରକନିକା ଉପରେ ନିର୍ଭର କରୁଥିବା ବୋଟ,ହୋଟଲ, ଟ୍ରାଭେଲ୍ ଏଜେନ୍ସି, ଛୋଟ ବ୍ୟବସାୟ,ଟୁରିଷ୍ଟ ଗାଇଡମାନେ ଖୁସି ବ୍ୟକ୍ତ କରିଛନ୍ତି । ଏନେଇ ଟୁରିଷ୍ଟ ଗାଇଡ଼ ମାନଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇଛି । ପର୍ଯ୍ୟଟକ ମାନଙ୍କୁ କିଭଳି ବ୍ୟବହାର କରିବେ, ଭିତରକନିକା ଜୈବ ବିବିଧତା ଓ ବଉଳା କୁମ୍ଭୀର ସହ ଅନ୍ୟ ବନ୍ୟଜନ୍ତୁ ମାନଙ୍କ ସଂପର୍କରେ ପ୍ରାଞ୍ଜଳ ଭାବେ ପର୍ଯ୍ୟଟକଙ୍କୁ ବୁଝାଇବେ ଏବଂ କୌଣସି ପର୍ଯ୍ୟଟକ ଯେପରି ନିରାଶ ହୋଇ ନ ଫେରିବେ ସେନେଇ ତାଲିମ ଦିଆଯାଇଛି।

ଏହା ମଧ୍ୟ ପଢନ୍ତୁ- କୁମ୍ଭୀର ପ୍ରଜନନ ସମୟ, ଆଜିଠାରୁ 3ମାସ ଭିତରକନିକା ବନ୍ଦ

ଅପରପକ୍ଷରେ ପର୍ଯ୍ୟଟକଙ୍କୁ ଭିତରକନିକାକୁ ସ୍ବାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତ ହୋଇଥିବା ବେଳେ ଲୁଣା ନର୍ସରୀ ,ସେଲ୍ଫି ପଏଣ୍ଟ ,ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ ,ବୋଟ ଲାଇବ୍ରେରୀ, ବ୍ୟାଟେରୀ ବୋଟ ଆଦି ସୁବିଧା ରହିଛି। ଭିତରକନିକାରେ ଥିବା କଟେଜ୍ ରିନୋଭେସନ ଓ ୨ଟି ନୂତନ ବ୍ୟାଟେରୀ ଚାଳିତ ଗାଡି ଆଦି ସଜାଗ କରି ରଖାଯାଇଛି।


ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.