ETV Bharat / state

କୁମ୍ଭୀର ପ୍ରଜନନ ସମୟ, ଆଜିଠାରୁ 3ମାସ ଭିତରକନିକା ବନ୍ଦ

author img

By

Published : May 1, 2023, 1:11 PM IST

Bhitarkanika to remain closed for visitors
ଆଜିଠାରୁ 3ମାସ ଭିତରକନିକା ବନ୍ଦ

ଆଜିଠାରୁ ଜୁଲାଇ 31 ତାରିଖ ଯାଏ ଭିତରକନିକା ବନ୍ଦ ରହିବ । କୁମ୍ଭୀର ପ୍ରଜନନ ଋତୁ ପାଇଁ 3 ମାସ ବନ୍ଦ ରହିବ ଭିତରକନିକା । ଅଧିକ ପଢନ୍ତୁ

ଆଜିଠାରୁ 3ମାସ ଭିତରକନିକା ବନ୍ଦ

କେନ୍ଦ୍ରାପଡା: ଭିତରକନିକା ବୁଲି ଯିବାକୁ ଯୋଜନା କରୁଛନ୍ତି କି । ଯଦି କରୁଛନ୍ତି ତେବେ ପ୍ଲାନ୍‌ ସ୍ଥଗିତ କରି ଦିଅନ୍ତୁ କାରଣ ଆଗାମୀ 3 ମାସ ଯାଏଁ ଭିତରକନିକାକୁ ପର୍ଯ୍ୟଟକଙ୍କୁ ବୁଲିବା ଅନୁମତି ନାହିଁ । ଆଜିଠୁ ଭିତରକାନିକା ବନ୍ଦ ହୋଇଛି । ପର୍ଯ୍ୟଟକଙ୍କୁ ଭିତରକନିକା ଆସିବା ମନା ହୋଇଛି । ଆଜିଠାରୁ ଜୁଲାଇ 31 ତାରିଖ ଯାଏଁ ଭିତରକନିକା ବନ୍ଦ ରହିବ । କୁମ୍ଭୀର ପ୍ରଜନନ ଋତୁ ପାଇଁ 3 ମାସ ବନ୍ଦ ରହିବ ଭିତରକନିକା ।

ଏହା ବି ପଢନ୍ତୁ...ପୁଅର ମୃତ୍ୟୁ ଖବର ଶୁଣି ବାପାର ଉଡିଗଲା ପ୍ରାଣବାୟୁ, ଏକାଠି ଜଳିଲା ଜୁଇ

କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ବନ୍ଦ ରହିବ କୁମ୍ଭୀରମାନଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ବିଶ୍ବ ପ୍ରସିଦ୍ଧ ଭିତରକନିକା । ବିଶ୍ବପ୍ରସିଦ୍ଧ ଜାତୀୟ ଉଦ୍ୟାନ ଆଜିଠାରୁ ଅର୍ଥାତ ମଇ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ୩ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନକୁ ପ୍ରବେଶ କରିପାରିବେ ନାହିଁ । ଏହି ୩ ମାସ ଭିତରକନିକା ଭିତରେ ବୋଟ୍‌ ଚଳାଚଳ କରିବ ନାହିଁ କାରଣ ବୋଟ ଚଳାଚଳ କରିବା ଦ୍ବାରା କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ବୋଲି ଆଶଙ୍କା କରାଯାଏ ।

କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟା ପରେ ମା' କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି । ଅଣ୍ଡାଦାନ କରିବା ପରେ ଛୁଆ ଫୁଟିବା ଯାଏ ଅଣ୍ଡା ଦେଇଥିବା ବସାକୁ ଜଗି ରହିଥାନ୍ତି ମା'କୁମ୍ଭୀର। ଅଣ୍ଡାଦାନ ପରେ ମା'କୁମ୍ଭୀରମାନେ ଅଧିକ ହିଂସ୍ର ହେବା ସହ ଆକ୍ରମଣ କରିବାର ସମ୍ଭାବନା ଅଧିକ ଥାଏ। ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ କୁମ୍ଭୀର ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏହି ତିନିମାସ ଭିତରକନିକା ବନ୍ଦ ରହିଥାଏ। ଅନ୍ୟପଟେ ଭିତରକନିକା ସଂଲଗ୍ନ ନଦୀକୂଳିଆ ଗ୍ରାମବାସୀମାନେ ସତର୍କତାର ସହିତ ନଦୀରେ ଚଳପ୍ରଚଳ ହେବା ପାଇଁ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ଜୀବିତ ନବଜାତକକୁ ମୃତ ଘୋଷଣା କଲେ ଡାକ୍ତର, ହସ୍ପିଟାଲରେ ଉତ୍ତେଜନା

ଚଳିତବର୍ଷ ଜାନୁଆରୀ ୪ରୁ ୧୪ ତାରିଖ ୧୧ଦିନ ପର୍ଯ୍ୟନ୍ତ କୁମ୍ଭୀର ଗଣନା ପାଇଁ ଭିତରକନିକା ମଧ୍ୟକୁ ପର୍ଯ୍ୟଟକଙ୍କୁ ବାରଣ ରହିଥିଲା। ବିଶ୍ବର କୋଣ ଅନୁକୋଣରୁ ଭିତରକନିକାକୁ ପର୍ଯ୍ୟଟକମାନଙ୍କ ଆଗମନ ହେଉଥାଏ । ଏବେ ଏଥିରେ ସାମୟିକ ବିରାମ ଲାଗିବ। ପର୍ଯ୍ୟଟକମାନେ ଜୈବ ବିବିଧତା ତଥା ଉପକୂଳର ସୁରକ୍ଷା ପ୍ରାଚୀର ଭିତରକନିକା ମଧ୍ୟରେ ଥିବା ଲୁଣା ଜଙ୍ଗଲକୁ ଉପୋଭୋଗ କରିବା, ବଉଳା କୁମ୍ଭୀରମାନଙ୍କ ଜୀବନ ପ୍ରକ୍ରିୟା, ବୋଟ ଲାଇବ୍ରେରୀ, ଉପାଦେୟ ନର୍ସରି ଆଦି ଦେଖିବାରୁ ଏବେ ବଞ୍ଚିତ ରହିବେ । ତେବେ ଆସନ୍ତା ଅଗଷ୍ଟ ୧ ତାରିଖରୁ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଭିତନକନିକା ଖୋଲିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.