ETV Bharat / state

Odisha Assembly: ଦଶମ ପରୀକ୍ଷାର୍ଥୀଙ୍କ ଡ୍ରପ୍ ଆଉଟ ପ୍ରସଙ୍ଗରେ ବିରୋଧୀଙ୍କ ମିଳିତ ଆକ୍ରମଣ

author img

By

Published : Mar 14, 2023, 7:57 PM IST

Etv Bharat
Etv Bharat

ଦଶମ ପରୀକ୍ଷାର୍ଥୀଙ୍କ ଡ୍ରପ ଆଉଟ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରି ଜୟ କହିଛନ୍ତି, ‘‘ଦଶମ ପରୀକ୍ଷାରେ ରାଜ୍ୟର ୧୫ ହଜାରରୁ ଅଧିକ ପିଲା ଅନୁପସ୍ଥିତ ରହିଲେ। ଡ୍ରପ ଆଉଟ ଅନୁପାତରେ ସାରା ଦେଶରେ ନମ୍ବରୱାନ ।’’ ଅଧିକ ପଢନ୍ତୁ

ଦଶମ ପରୀକ୍ଷାର୍ଥୀଙ୍କ ଡ୍ରପ ଆଉଟ ପ୍ରସଙ୍ଗରେ ବିରୋଧୀଙ୍କ ମିଳିତ ଆକ୍ରମଣ

ଭୁବନେଶ୍ବର: ଦଶମ ପରୀକ୍ଷାରେ ରାଜ୍ୟର ୧୫ ହଜାରରୁ ଅଧିକ ପିଲା ଅନୁପସ୍ଥିତ ରହିଲେ। ଡ୍ରପ ଆଉଟ ଅନୁପାତରେ ସାରା ଦେଶରେ ନମ୍ବରୱାନ । ଦୁର୍ଭାଗ୍ୟ ପରୀକ୍ଷା ବେଳେ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷାକେନ୍ଦ୍ର ପରିଦର୍ଶନ ନାଁରେ ସ୍କୁଲ ଯାଇ ପିଲାଙ୍କ ସହ ଫଟୋ ଉଠାଉଛନ୍ତି। ଏହାଦ୍ୱାରା ପିଲାଙ୍କ ମାନସିକ ସ୍ଥିରତା ଉପରେ ପ୍ରଭାବ ପଡୁ ନାହିଁ କି? ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବସିଛନ୍ତି ସରକାର। ସ୍କୁଲ ଗୁଡିକୁ ପାକିସ୍ତାନ ରଙ୍ଗରେ ରଙ୍ଗେଇ ଦେଲେ ଉନ୍ନତି ହେବ ନାହିଁ । ଆଜି ବିଧାନସଭା ଶୂନ୍ୟକାଳରେ ଏମିତି ଗର୍ଜନ କରି ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଥିଲେ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।

ଦଶମ ପରୀକ୍ଷାର୍ଥୀଙ୍କ ଡ୍ରପ ଆଉଟ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରି ଜୟ କହିଛନ୍ତି, ‘‘ଦଶମ ପରୀକ୍ଷାରେ ରାଜ୍ୟର ୧୫ ହଜାରରୁ ଅଧିକ ପିଲା ଅନୁପସ୍ଥିତ ରହିଲେ। ଡ୍ରପ ଆଉଟ ଅନୁପାତରେ ସାରା ଦେଶରେ ନମ୍ବରୱାନ । ଦୁର୍ଭାଗ୍ୟ ପରୀକ୍ଷା ବେଳେ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷାକେନ୍ଦ୍ର ପରିଦର୍ଶନ ନାଁରେ ସ୍କୁଲ ଯାଇ ପିଲାଙ୍କ ସହ ଫଟୋ ଉଠାଉଛନ୍ତି। ଏହାଦ୍ୱାରା ପିଲାଙ୍କ ମାନସିକ ସ୍ଥିରତା ଉପରେ ପ୍ରଭାବ ପଡୁ ନାହିଁ କି? ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବସିଛନ୍ତି ସରକାର ।’’

ବିରୋଧୀ ଦଳନେତା ଉଦାହରଣ ଦେଇ କହିଲେ ଅନେକ ସ୍କୁଲରେ ଶିକ୍ଷକ ନାହାଁନ୍ତି । ଷଷ୍ଠ ଶ୍ରେଣୀର ପିଲା ଅ ଠୁ କ୍ଷ ପର୍ଯ୍ୟନ୍ତ କହି ପାରୁନାହିଁ । ମାତୃଭାଷା ଓଡିଆକୁ ଧ୍ୱଂସ କରିବାକୁ ବସିଛନ୍ତି ସରକାର। ଏହା କଣ ସରକାରଙ୍କ 5T କି? । ଗତକାଲି କହିଥିଲି 5T କଣ ? ଆଜି ବି ପଚାରୁଛି। ସବୁଜ ରଙ୍ଗ କରି କଣ ପାକିସ୍ତାନ ଦର୍ଶାଇବାକୁ ଚାହୁଁଛନ୍ତି କି ସରକାର ? ଏ ଭଳି ପ୍ରଶ୍ନ କରି ଶୂନ୍ୟକାଳ ମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଏହାବି ପଢନ୍ତୁ- 300 ଲୋକଙ୍କ ଶେଷ ଭରସା ଦୂଷିତ ଚୂଆ ପାଣି, ଶୁଣୁନି ପ୍ରଶାସନ

ଏହା ଛଡ଼ା ଆହୁରି ଅନେକ ଉଦାହରଣ ଦେଇ ସେ କହିଛନ୍ତି କି ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି। ଷଷ୍ଠ କ୍ଲାସର ପିଲା ଅ ଠାରୁ କ୍ଷ ପର୍ଯ୍ୟନ୍ତ ବି କହିପାରୁନାହାନ୍ତି। ଏହା କ’ଣ ସରକାରଙ୍କ ୫-ଟି ବୋଲି ସେ ଶୂନ୍ୟକାଳରେ ପ୍ରଶ୍ନ କରିଛନ୍ତି। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ରାଜ୍ୟର ଡ୍ରପଆଉଟ ହାର ଚିନ୍ତାର କାରଣ ବୋଲି କହିଥିବା ବେଳେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଥରୁଛି ବୋଲି ମତ ରଖିଛନ୍ତି।

ଏହାବି ପଢନ୍ତୁ- Inter Parliamentary Union: କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, କଡା ପ୍ରହାର କଲା ଭାରତ

ବିରୋଧୀଦଳ ନେତାଙ୍କୁ ସମର୍ଥନ କରି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ମଧ୍ୟ ଗର୍ଜିଥିଲେ ରାଜ୍ୟ ସରକାରଙ୍କ ବିରୋଧରେ । ନରସିଂହ କହିଛନ୍ତି ଖାଲି ଦଶମ ପରୀକ୍ଷାରେ ପିଲା ଡ୍ରପ ଆଉଟ ହୋଇନାହାଁନ୍ତି । ଦଶମ ପରୀକ୍ଷା ବାହାରେ ମଧ୍ୟ ସରକାରୀ ସ୍କୁଲରେ ଡ୍ରପ ଆଉଟ ରାଜ୍ୟରେ ଉଦବେଦ ଜନକ ସ୍ଥିତିରେ ରହିଛି । ଯାହା ଦେଶର ନମ୍ବର ୱାନ । ଏହି ଡ୍ରପ ଆଉଟ ପ୍ରମାଣିତ କରୁଛି ରାଜ୍ୟରେ ସରକାରୀ ସ୍କୁଲର ସ୍ଥିତି କଣ ? ସ୍କୁଲରେ ଶିକ୍ଷକ ନାହାଁନ୍ତି । ଶିକ୍ଷକ ଥିଲେ ମଧ୍ୟ ଭଲ ଶିକ୍ଷକ ନାହାଁନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଶିକ୍ଷା ଅର୍ଥ ଉଚ୍ଚମାନର ଶିକ୍ଷା । ଉଚ୍ଚମାନର ଶିକ୍ଷା ଅର୍ଥ ଭଲ ଶିକ୍ଷକ ନିଯୁକ୍ତି । ଭଲ ଶିକ୍ଷକ ମାନେ ଭଲ ଦରମା । ଏ ସରକାର ତ ବିଭିନ୍ନ ପ୍ରକାର ଶିକ୍ଷକ ରଖିଛନ୍ତି । କେତେ ପ୍ରକାର ଶିକ୍ଷକ ରଖିଛନ୍ତି ତାହା ବିଭାଗୀୟ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କହିପାରିବେ ନାହିଁ । ସମ୍ବିଧାନର ଉଲ୍ଲଙ୍ଘନ କରି ଶିକ୍ଷକ ନିଯୁକ୍ତି କରାଯାଇଛି । ତାହା ପୁଣି ଅସମ୍ପୂର୍ଣ୍ଣ । 23 ବର୍ଷ ଶାସନ ଭିତରେ ଯଦି ରାଜ୍ୟର ବିକାଶ କରିବାର ଥାଏ , ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ ଥିଲା, ସବୁ ସ୍କୁଲରେ ଉଚ୍ଚମାନର ଶିକ୍ଷା ଦେବା । ସେଥିପାଇଁ ସବୁ ଶିକ୍ଷକ ପଦବୀ ପୂରଣ କରିବା । ଏଥିରୁ ପ୍ରମାଣିତ ହୋଇଛି ରାଜ୍ୟ ସରକାର ରାଜ୍ୟର ବିକାଶ ଚାହାଁନ୍ତି ନାହିଁ । ଏହା ଉଦବେଗଜନକ କଥା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.