Inter Parliamentary Union: କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, କଡା ପ୍ରହାର କଲା ଭାରତ

By

Published : Mar 14, 2023, 4:15 PM IST

thumbnail

ନୂଆଦିଲ୍ଲୀ: ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମୁଣ୍ଡ ନଖେଳାଉ ପାକିସ୍ତାନ । ଭାରତର ଭୂଖଣ୍ଡକୁ ବେଆଇନ ଭାବେ ଦଖଲ କରିଥିବା ଅଶଂକୁ ତୁରନ୍ତ ଖାଲି କରୁ ପାକିସ୍ତାନ । କୌଣସି ସ୍ଥିତିରେ ବି କାଶ୍ମୀର ଲଦାଖ ପ୍ରସଙ୍ଗରେ ମୁଣ୍ଡ ନଖେଳାଇବା ଉଚିତ । ଜମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି, ରହିବ । ପାକିସ୍ତାନ ବୈଶ୍ୱିକ ମଞ୍ଚର ଯେତେ ଦୁରୁପଯୋଗ କଲେ ମଧ୍ୟ ସଫଳ ହେବ ନାହିଁ । ବାହାରିନ ଠାରେ ଆୟୋଜିତ ଇଣ୍ଟର ପାର୍ଲାମେଣ୍ଟୀରୀ ୟୁନିୟନ (IPU)ର 146 ତମ ଅଧିବେଶନରେ ଭାରତର ପ୍ରତିନିଧିତ୍ବ କରି ଏହା କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମାର୍ଚ୍ଚ 11 ରୁ 15 ତାରିଖ ଯାଏଁ ଚାଲିଥିବାକୁ ଥିବା ଏହି ମହାଅଧିବେଶନରେ ବିଶ୍ବର 178 ଟି ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି । ଭାରତ ପକ୍ଷରୁ ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ଏକ ଦଳ ଏବେ ବାହାରିନ ଗସ୍ତରେ ଅଛି । ଏହି ମହାଅଧିବେଶନରେ ପାକିସ୍ତାନ କାଶ୍ମୀରେ ମାନବଅଧିକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରିଥିଲା । ଯାହାର ଜବାବ ଦେଇ ସସ୍ମିତ କହିଛନ୍ତି  ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମୁଣ୍ଡ ନଖେଳାଉ ପାକିସ୍ତାନ । ଭାରତର ଭୂଖଣ୍ଡକୁ ବେଆଇନ ଭାବେ ଦଖଲ କରିଥିବା ଅଶଂକୁ ତୁରନ୍ତ ଖାଲି କରୁ ପାକିସ୍ତାନ । କୌଣସି ସ୍ଥିତିରେ ବି କାଶ୍ମୀର ଲଦାଖ ପ୍ରସଙ୍ଗର ମୁଣ୍ଡ ନଖେଳାଇବା ଉଚିତ । ସୀମାପାର ଆତଙ୍କବାଦକୁ ପ୍ରତ୍ସାହିତ କରୁଥିବା ଦେଶ ଭାରତକୁ ଜ୍ଞାନ ଦେବା ଅନୁଚିତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.