ETV Bharat / state

କେନ୍ଦୁଝରରେ ମନ୍ଦିର ଭିତରେ ହେଲା ପ୍ରତିକାତ୍ମକ ରଥଯାତ୍ରା, ଗଡିଲା ନାହିଁ ବିଶ୍ବର ଉଚ୍ଚତମ ରଥ

author img

By

Published : Jul 12, 2021, 6:13 PM IST

କେନ୍ଦୁଝରରେ ମନ୍ଦିର ଭିତରେ ହେଲା ପ୍ରତିକାତ୍ମକ ରଥଯାତ୍ରା , ଗଡିଲା ନାହିଁ ବିଶ୍ବର ଉଚ୍ଚତ୍ତମ ରଥ
କେନ୍ଦୁଝରରେ ମନ୍ଦିର ଭିତରେ ହେଲା ପ୍ରତିକାତ୍ମକ ରଥଯାତ୍ରା , ଗଡିଲା ନାହିଁ ବିଶ୍ବର ଉଚ୍ଚତ୍ତମ ରଥ

କେନ୍ଦୁଝରରେ ମନ୍ଦିର ଭିତରେ ଶେଷ ହେଲା ଶ୍ରୀ ବଳଦେବଜୀଉଙ୍କ ପ୍ରତିକାତ୍ମକ ରଥଯାତ୍ରା, ଗଡିଲା ନାହିଁ ବିଶ୍ବର ଉଚ୍ଚତମ ରଥ । ମନ୍ଦିର ଚାରି ପାଖରେ 144 ଧାରା ଜାରି କରିଛି ପ୍ରଶାସନ । ଅଧିକ ପଢନ୍ତୁ...

କେନ୍ଦୁଝର: କଡା ସୁରକ୍ଷା ମଧ୍ୟରେ ଓ ବିନା ଭକ୍ତରେ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ଭିତରେ ଆରମ୍ଭ ହୋଇଛି ରଥଯାତ୍ରା । ମନ୍ଦିର ଭିତରେ କୌଣସି ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନାହିଁ । ମନ୍ଦିର ଚାରିପାଖରେ 144 ଧାରା ଜାରି କରିବା ସହ ବାରିକେଡ ଲଗାଇଛି ଜିଲ୍ଲା ପ୍ରଶାସନ ।

କେନ୍ଦୁଝରରେ ମନ୍ଦିର ଭିତରେ ହେଲା ପ୍ରତିକାତ୍ମକ ରଥଯାତ୍ରା , ଗଡିଲା ନାହିଁ ବିଶ୍ବର ଉଚ୍ଚତ୍ତମ ରଥ

ସେହିପରି ମନ୍ଦିର ମଧ୍ୟ ରଥାଯାତ୍ରାର ସମସ୍ତ ନୀତିକାନ୍ତି ଚାଲିଥିବାବେଳେ ବାଜୁଥିବା ଘଟ ବାଦ୍ୟ ଶୁଭୁଛି । ବିଶ୍ବର ଉଚ୍ଚତମ ରଥ କ୍ରମାଗତ ଭାବେ 2ୟ ଥର ଅର୍ଥାତ ଚଳିତ ବର୍ଷ ମଧ୍ୟ ବନ୍ଦ ରହିଛି । ବଡ଼ ଦାଣ୍ଡ ଭକ୍ତଶୂନ୍ୟ ରହିଛି । କେବଳ ସେବାୟତ, ବ୍ରାହ୍ମଣ, ପହଣ୍ଡିଆ ତଥା କେତେକ ପ୍ରଶାସନିକ ପଦାଧିକାରୀମାନେ ମନ୍ଦିର ମଧ୍ୟରେ ନିୟମ ମୁତାବକ ପ୍ରତିକାତ୍ମକ ରଥ ଯାତ୍ରାରେ ସାମିଲ ହୋଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.