ETV Bharat / state

ହାତୀ ନେଲା ମହିଳାଙ୍କ ଜୀବନ

author img

By

Published : Jul 12, 2021, 11:56 AM IST

Updated : Jul 12, 2021, 2:19 PM IST

elephant killed a women in kendujhar
ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ । ବନ ବିଭାଗର କାର୍ଯ୍ୟକାରିତା ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ...

କେନ୍ଦୁଝର: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନଏସି ୨ ନମ୍ବର ୱାର୍ଡ଼ର ରାଜଶ୍ରୀ ସରଦାର। । ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ମହିଳା ଘରୁ ବାହାରକୁ ପରିଶ୍ରା ଯିବା ପାଇଁ ଉଠିଥିଲେ । ଏହି ସମୟରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା ।

ହାତୀ ନେଲା ମହିଳାଙ୍କ ଜୀବନ

ଗୁରୁତର ଅବସ୍ଥାରେ ପ୍ରଥମେ ଚମ୍ପୁଆ ମେଡିକାଲରେ ଭର୍ତ୍ତି ହୋଇଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ କେନ୍ଦୁଝରକୁ ସ୍ଥାନାନ୍ତର କରୁଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଚମ୍ପୁଆ ଏନଏସି ଭିତରେ ହାତୀ ଚଳପ୍ରଚଳ କରୁଥିବା ବେଳେ ବନ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated :Jul 12, 2021, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.