ETV Bharat / state

ପ୍ଲାଷ୍ଟିକ୍‌ ଚାଉଳ ନେଇ ହିତାଧିକାରୀ ଚିନ୍ତିତ, ବିଭାଗ କହିଲା ଚିନ୍ତାର କାରଣ ନାହିଁ

author img

By

Published : Feb 21, 2023, 10:27 PM IST

ପ୍ଲାଷ୍ଟିକ୍‌ ଚାଉଳକୁ ନେଇ ହିତାଧିକାରୀ ଚିନ୍ତିତ
ପ୍ଲାଷ୍ଟିକ୍‌ ଚାଉଳକୁ ନେଇ ହିତାଧିକାରୀ ଚିନ୍ତିତ

ଜିଲ୍ଲାରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ନେଇ ଅଭିଯୋଗ । କିନ୍ତୁ ଏହା ପ୍ଲାଷ୍ଟିକ ଚାଉଳ ନୁହେଁ, ଏସବୁ ଫୋର୍ଟିଫାଏଡ୍‌ ଚାଉଳ ହୋଇଥିବାରୁ ଲୋକମାନେ ଡରିବାର କିଛି ନାହିଁ ବୋଲି କହିଛନ୍ତି ସିଏସଓ । ଅଧିକ ପଢନ୍ତୁ

ପ୍ଲାଷ୍ଟିକ୍‌ ଚାଉଳକୁ ନେଇ ହିତାଧିକାରୀ ଚିନ୍ତିତ

କେନ୍ଦୁଝର: ଜିଲ୍ଲାର ସମସ୍ତ ପଞ୍ଚାୟତରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ହେଉଥିବା ଅଭିଯୋଗ ହେଉଛି । ଫଳରେ ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଶେଷ କରି ସଦର ବ୍ଲକ, ହରିଚନ୍ଦନପୁର, ପାଟଣା, ସାହରପଡା ଆଦି ଅଞ୍ଚଳରେ ଏଭଳି ଦେଖାଦେଉଛି । ଏଭଳି କୃତ୍ରିମ ବା ପ୍ଲାଷ୍ଟିକ ଚାଉଳ କିଭଳି ବଣ୍ଟନ ହେଉଛି, ତାହାର ଉତ୍ତର ପଞ୍ଚାୟତଗୁଡ଼ିକରେ ବଣ୍ଟନ କରୁଥିବା କର୍ମଚାରୀଙ୍କ ପାଖରେ ଉତ୍ତର ନାହିଁ । ଏହି ଚାଉଳ କୁ ଘରକୁ ନେଇ ରୋଷେଇ କଲେ ପ୍ଲାଷ୍ଟିକ ଚାଉଳ ଭଳି ଏଗୁଡିକ ଅଲଗା ରହି ଯାଉ ଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି ।

ପ୍ରକାଶ ଯେ , ବର୍ତ୍ତମାନ ବହୁ ସ୍ଥାନରେ ଲୋକଙ୍କ ମଧ୍ୟରେ ପୃଷ୍ଟିହୀନତା ଦେଖା ଦେଉଛି । ଫଳରେ ସେମାନଙ୍କ ମଧ୍ୟରେ ବହୁ ରୋଗ ହେଉଛି। ବିଶେଷ କରି ଗରିବ ଶ୍ରେଣୀ ଲୋକଙ୍କ ମଧ୍ୟରେ ଏହି ପୃଷ୍ଟିହୀନତା ମାତ୍ରା ଅଧିକ ଦେଖାଦେଇଛି । ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଦିଆ ଯାଉଥିବା ଚାଉଳ କୁ ମାଧ୍ୟମ କରିଛି । ଏହି ଚାଉଳ ମିଲରେ ପ୍ରସ୍ତୁତ ହେବା ବେଳେ ଏହି ଫୋର୍ଟିଫାଏଡ୍‌ ଚାଉଳ ମିଶା ହେଉଛି । ଏହା ଚାଉଳ ପରି ଦେଖା ଯାଉଥିବା ବେଳେ ଏହା ପୃଷ୍ଟି ଯୁକ୍ତ ଖାଦ୍ୟ । କିନ୍ତୁ ସଚେତନତା ଅଭାବରୁ ସାଧାରଣ ଲୋକଙ୍କ ମଧ୍ୟରେ ଏହା ପ୍ଲାଷ୍ଟିକ ଚାଉଳ ବୋଲି ଭ୍ରମ ସୃଷ୍ଟି ହେଉଛି । ତେବେ ସାଧାରଣ ଲୋକେ ଏହି ଚାଉଳକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। କିଛି ସ୍ଥାନରେ ପ୍ଲାଷ୍ଟିକ ଚାଉଳ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି।

ଏହା ମଧ୍ୟ ପଢନ୍ତୁ- Budget Session: ସବୁ ବର୍ଗର ଲୋକଙ୍କୁ ସଶକ୍ତ କରିବା ମୋ ସରକାରର ଲକ୍ଷ୍ୟ: ରାଜ୍ୟପାଳ

ଏନେଇ ସିଏସଓ ବସନ୍ତ ପଣ୍ଡା କହିଛନ୍ତି ଯେ, ଏହା ପ୍ଲାଷ୍ଟିକ ଚାଉଳ ନୁହେଁ, ଏସବୁ ଫୋର୍ଟିଫାଏଡ୍‌ ଚାଉଳ । ପ୍ରତି କିଲୋ ଚାଉଳରେ ଶହେ ଗ୍ରାମ ପୁଷ୍ଟିକର ଭିଟାମିନ୍‌ ମିଶ୍ରଣ କରାଯାଇଥାଏ । ଲୋକମାନେ ଡରିବାର କିଛି ନାହିଁ ବୋଲି କହିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଭଳି ଫୋର୍ଟିଫାଏଡ୍‌ ଚାଉଳ ସାଧାରଣ ବଣ୍ଟନ ଚାଉଳ ମିଶା ଯାଉଛି । ଏହା ଅଧିକ ପୃଷ୍ଟି ଯୋଗାଇବା ବୋଲି କହିଛନ୍ତି । ପ୍ରକାଶ ଯେ ପୂର୍ବରୁ ଏହି ଫୋର୍ଟିଫାଏଡ୍‌ ଚାଉଳ ଶିଶୁ ଖାଦ୍ୟ ରୂପେ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଦିଆଯାଉଥିଲା । ପରେ ସରକାର ଏହାକୁ ସାଧାରଣ ଗରିବ ଲୋକମାନଙ୍କ ପାଇଁ ଲାଗୁ କରିଛନ୍ତି । ୨୦୧୯ ମସିହାରେ ନୀତି ଆୟୋଗ ନିର୍ଦ୍ଦେଶ ଅନୁଯାୟୀ ଦେଶର ୧୫ ଟି ଜିଲ୍ଲାରେ ପ୍ରଥମେ ବଣ୍ଟା ଯାଇଥିଲା । ଓଡ଼ିଶାରେ ଏହା ଜୁଲାଇ ୨୦୨୧ ମସିହାରୁ ଲାଗୁ କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.