ETV Bharat / state

ବୈତରଣୀ ନଦୀରେ ବାଲି ମାଫିଆଙ୍କ ରାଜ୍‌, ବେଆଇନ ଭାବରେ ହେଉଛି ବାଲି ଉତ୍ତୋଳନ

author img

By

Published : Apr 5, 2023, 10:25 PM IST

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ବାଲି ମାଫିଆଙ୍କ ପାର୍ଦୃଭାବ
ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ବାଲି ମାଫିଆଙ୍କ ପାର୍ଦୃଭାବ

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଗାଇଡଲାଇନକୁ ଉଲ୍ଲଂଘନ କରି ଆନନ୍ଦପୁର ବୌତରଣୀରେ ଚାଲିଛି ବେଆଇନ୍ ବଲି ଖନନ । ବେଆଇନ ବାଲି ଉତ୍ତୋଳନ ଯୋଗୁଁ ପ୍ରଦୂଷିତ ହେଉଛି ବୈତରଣୀ । ଅଧିକ ପଢ଼ନ୍ତୁ

ବେଆଇନ ବାଲି ଉତ୍ତୋଳନ ଯୋଗୁଁ ପ୍ରଦୂଷିତ ହେଉଛି ବୈତରଣୀ: ନମାମି ଗଙ୍ଗେ

କେନ୍ଦୁଝର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ବାଲି ମାଫିଆଙ୍କ ପ୍ରାର୍ଦୁଭାବ । ସରାକରଙ୍କ ଗାଇଡ ଲାଇନକୁ ଭୃକ୍ଷେପ ନକରି ମନଇଚ୍ଛା ବାଲି ଚୋରା ଚାଲଣ କରିବାରେ ଲଗିଛନ୍ତି ବାଲି ମାଫିଆ । ଆନନ୍ଦପୁର ସବଡ଼ିଭିଜନର ହାଟଡ଼ିହୀ ତହସିଲ ଅନ୍ତର୍ଗତ ଅମୃତପୁର ଗ୍ରାମର ବୈତରଣୀ ନଦୀରେ ଚାଲିଛି ବାଲି ମାଫିଆଙ୍କ ରାଜ । ବାଲିଘାଟରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ଗାଇଡଲାଇନ ଉଲ୍ଲଂଘନ କରି ବେଆଇନ ଭାବରେ ବାଲି ଉତ୍ତୋଳନ କରୁଛନ୍ତି । ଯାହାଫଳରେ ପରିବେଶ ପ୍ରଦୂଷିତ ହେବା ସହିତ ଜନସାଧାରଣମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଗାଇଡଲାଇନ ଓ ରାଜ୍ୟ ଲଘୁ ଖଣିଜ ଦ୍ରବ୍ୟ ଆଇନ୍ ଅନୁଯାୟୀ ବାଲିଘାଟ ସକାଳ ୭ ଘଟିକାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବା କଥା କିନ୍ତୁ ଦିନରାତିି ୨୪ ଘଣ୍ଟା ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇଛି । ୧୦ ଚକିଆ, ୧୨ଚକିଆ ଓ ୧୪ଚକିଆ ଦୈନିକ ଶତାଧିକ ହାଇୱା ଗାଡ଼ିରେ ବାଲି ଉତ୍ତୋଳନ କରାଯାଉଥିବାରୁ ରାସ୍ତା ଘାଟ ଓ ନଦୀ ପଠା ସମ୍ପୂର୍ଣ୍ଣ ଭାବରେ ଗାତ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ: ସରକାରଙ୍କ ସମାଲୋଚନା ଦେଶ ବିରୋଧୀ ନୁହେଁ: ସୁପ୍ରିମକୋର୍ଟ

ବାଲି ଉତ୍ତୋଳନ ଫଳରେ ସାଧାରଣ ଯାତାୟତରେ ବାଧା ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଛି ବିଜେପି ନଦୀ ସୁରକ୍ଷା ମୋର୍ଚ୍ଚା (ନମାମୀ ଗଙ୍ଗେ) । ବେଆଇନ ଭାବରେ ନଦୀ ଜଳସ୍ରୋତ ଭିତରୁ ବାଲି ଉଠାଇବା ମନା ହୋଇଥିଲେ ମଧ୍ୟ ଏହି ବାଲିଘାଟରୁ ଷ୍ଟିମର ଲଞ୍ଚ ମାଧ୍ୟମରେ ବୈତରଣୀ ନଦୀର ଜଳସ୍ରୋତ ଭିତରୁ ବାଲି ଉତ୍ତୋଳନ କରାଯାଉଥିବାରୁ ଜଳଚର ପ୍ରାଣୀମାନଙ୍କର ମୃତ୍ୟୁ ହେଉଛି । ସରକାରଙ୍କର ଗାଇଡ଼ଲାଇନ ଅନୁଯାୟୀ ଭାରୀ ଯାନରେ ବାଲି ପରିବହନକୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ, ଏଠାରେ ଭାରି ଯାନରେ ବାଲି ପରିବହନ କରାଯାଉଛି । ଯାହା ଫଳରେ ବାଲି ରାସ୍ତା ଘାଟରେ ପଡ଼ି ପରିବେଶକୁ ପ୍ରଦୂଷିତ ହେଉଥିବା ଅଭିଯୋଗ କରିଛନ୍ତି ନମାମୀ ଗଙ୍ଗେ ସଦସ୍ୟ ।

ଅଧିକ ପଢ଼ନ୍ତୁ: ହିନ୍ଦୋଳ ଏନଏସିରେ ବିଜେଡିର ବାଜିମାତ, ୧୧ ୱାର୍ଡରେ ବିଜେଡି ଓ ୫ ୱାର୍ଡରେ ବିଜେପି କାଉନସିଲର ବିଜୟୀ

ଏହି ବେଆଇନ ବାଲି ଉତ୍ତୋଳନ ନେଇ ଅସାମାଜିକ କାର୍ଯ୍ୟକଳାପ ସହ ହତ୍ୟାକାଣ୍ଡ ହେଉଥିବା ଅଭିଯୋଗ କରିଛି ବିଜେପି ଟିମ । ଏନେଇ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ନନେଲେ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି ପ୍ରତିନିଧି ଦଳ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.